ଏହି ମହିଳାଙ୍କ ସହ ନଡିଆ ପାଣି ପିଇବା ପରେ ଯାହା ହେଲା, ତାହା ଦେଖି ଆପଣ ବି ଡଋ ଯିବେ !

ଗତ କିଛି ଦିନରେ ଗରମ ଏତେ ବଢି ଯାଇଛି ଯେ ଏହାକୁ ସମ୍ଭାଳି ପାରିବା କଷ୍ଟକର ହଉଛି, ଏହି ଗରମରେ ଆପଣ ଯେଉଁ ଦୋକାନକୁବି ଯାଆନ୍ତୁ ନଡିଆ ପାଣି ନିଶ୍ଚିନ୍ତ ପାଇବେ, କିନ୍ତୁ ଟିକେ ଚିନ୍ତା କରନ୍ତୁ ଯଦି ଆପଣ ଗୋଟେ ନଡିଆ ପାଣି ପିଇବା ପାଇଁ ଆରମ୍ଭ କଲେ କିନ୍ତୁ ହଟାତ ସେଥିରୁ ଏମିତି କିଛି ବାହାରିଲା ଯାହା ଦେଖି ଆପଣଙ୍କ ନିଶ୍ଵାସ ଅଟକି ଯିବ ତେବେ କଣ ହବ ?
ଆମେ ଆପଣଙ୍କୁ ଏହିସବୁ କଥା ଏଥିପାଇଁ କହୁଛୁ କାହିଁକିନା କିଛି ଦିନ ଆଗରୁ ନ୍ୟୂୟର୍କ ରେ ଏମିତି ଘଟଣା ଘଟିଥିଲା, ଯାହା ସହ ଏମିତି ହୋଇଥିଲା ସେହି ମହିଳାର ନାମ ବାରବରା କିନଲି ଅଟେ ।

ବାରବରା ଗରମ ଠାରୁ ବଞ୍ଚିବା ପାଇଁ ନଡିଆ ପାଣି ପିଇଲେ କିନ୍ତୁ ଶରୀର ଥଣ୍ଡା ହବା ଛଡା ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇ ଗଲା । ବାରବରା ଦୁଇ ଛୁଆଙ୍କ ମା ଅଟନ୍ତି, ବାରବରା ଦେହ ନଡିଆ ପାଣି ଦ୍ଵାରା ଖରାପ ହେଲା ବୋଲି ସେ ସୋଶିଅଲ ମିଡିଆ ଏକାଉଣ୍ଟ ରେ ଲୋକଙ୍କ ସହ ଶେୟର କରିଥିଲେ । ଏହାକୁ ପଢି ଲୋକ ବହୁତ କମେଣ୍ଟ କରିଥିଲେ ଓ ୫୦,୦୦୦ ଠାରୁ ଅଧିକ ଲୋକ ଏହାକୁ ଶେୟର କରି ସାରିଲେଣି । ବର୍ତମାନ ରେ ବାରବରା ଅଭିଯୋଗ କରିଛନ୍ତି, ଏହାର ଯାଞ୍ଚ ଆରମ୍ଭ ହୋଇ ଯାଇଛି ତେବେ ବାରବରା ତାଙ୍କ ଜୀବନରେ କେବେ ନଡିଆ ପାଣି ପିଇବେ ନାହିଁ ବୋଲି ଶପଥ କରିଛନ୍ତି ।

ମହିଳା ଜଣକ ନଡିଆ ପାଣି ଭିତରୁ ବାହାରି ଥିବା ଜିନିଷର ଫଟୋ ସୋଶିଅଲ ମିଡିଆରେ ପକେଇଛନ୍ତି, ଯାହା ମହିଳାଙ୍କ ପିଉଥିବା ନଡିଆ ପାଣିରୁ ବାହାରିଥିଲା । ନଡିଆ ପାଣି ପିଇବା ପରେ ମହିଳାଙ୍କ ପେଟ ଦରଜ ହବା ଆରମ୍ଭ ହେଲା ଏହା ପରେ ମହିଳାଙ୍କ ପେଟ ଖରାପ ହୋଇ ଗଲା । ଏବେ ଏହାର ଯାଞ୍ଚ ଚାଲିଛି, ଏହାର ସତ୍ୟତା ଏବେ ଜଣା ପଡି ନାହିଁ, ଆମେ ଆପଣଙ୍କୁ ଏତିକି ଅନୁରୋଧ କରୁଛୁ ଯାହା ବି ବାହାର ଜିନିଷ ଆପଣ ସେବନ କରୁଛନ୍ତି ତାକୁ ଭଲ ଭାବରେ ଯାଞ୍ଚ କରିବା ପରେ ସେବନ କରନ୍ତୁ । ନଚେତ ଆଜିକାଲି ଯେଉନଭଳି ରୋଗ ସବୁ ମାଡିଆସୁଛି ତାର ଚିକତ୍ସା ମଧ୍ୟ ବାହାରି ପାରୁନି ।



