କେଶ ଝଡ଼ିବା ( HAIR LOSS/ HAIR FALL ) ସମସ୍ୟା – କାରଣ ଓ ନିରାକରଣ ଜାଣନ୍ତୁ ?
ତେବେ କୁହାଯାଉଛି କି ଆଜି କାଲି ପିଲାମାନେ ମାନଙ୍କ ପାଖରେ କେଶ ଝଡିବା ଗୋଟିଏ ସାଧାରଣ କଥା ହୋଇ ଗଲାଣି, ଆଉ ଯେଉଁଥି ପାଇଁ ଆଜି କାଲି ସମସ୍ତେ ବେଶ ଚିନ୍ତା ରେ ମଧ୍ୟ ରହୁଛନ୍ତି ତେବେ ଆସନ୍ତୁ ବନ୍ଧୁଗଣ ଏହି କେଶ ଝଡିବା ବିଷୟରେ ସମ୍ପୂର୍ଣ୍ଣ କଥା ବିଷୟରେ ଆଲୋଚନା କରିବା |
କେଶ ଝଡିବା କଣ :-
କେଶ ଝଡିବା ହେଉଛି ଏକ ସାଧାରଣ କଥା ଏହା ସବୁ ବୟସର ଲୋକ ଙ୍କ ପାଖରେ ଦେଖା ଯାଇଥାଏ |ତେବେ କେଶ ଝଡିବା ସହିତ ଆମର ନୂଆ କେଶ ମଧ୍ୟ ସୃଷ୍ଟି ହୋଇଥାଏ, ଆଉ ଝଡିବା ର ପରିମାଣ ଯଦି ବଢ଼ି ଯାଇଥାଏ ଆମ ବଡି ରେ ତାହେଲେ ଆମେ ତାହାକୁ କେଶ ଝଡିବା ସମସ୍ୟା ବୋଲି କହିଥାଉ | ତେବେ ଏହା ବୟସ ବଢିବା ସମୟରେ ଦେଖାଯାଏ, କିଛି ରୋଗ କାରଣରୁ ମଧ୍ୟ ହୋଇଥାଏ, ଜେନେଟିକ ମଧ୍ୟ ହୋଇପାରେ ଵା ଆମେ ହର୍ମୋନାଲ ଇମବେଲେନ୍ସ ବୋଲି ମଧ୍ୟ କହିଥାଉ |
କେଶ ଝଡିବାର କାରଣ :-
କୁହାଯାଉଛି କି କେଶ ଝଡିବାର ମୁଖ୍ୟ କାରଣ ଟି ହେଉଛି ଷ୍ଟ୍ରେସ, ତାହା ସହିତ ଫିଜିକାଲ ଷ୍ଟ୍ରେସ ଓ ଡେ ଟୁ ଡେ ଷ୍ଟ୍ରେସ ଫଳରେ ଏଭଳି ଅସୁବିଧା ଦେଖା ଯାଇଥାଏ | ତାହା ସହିତ କୁହାଯାଉଛି କି ଆମେ ଶରୀରରେ ନିଉଟ୍ରିଏଣ୍ଟସ ର ଅଭାବ କାରଣରୁ ମଧ୍ୟ ଏହି ଭଳି କିଛି ସମସ୍ୟା ଦେଖା ଯାଇଥାଏ, ତାହା ବ୍ୟତୀତ ଜେନେଟିକ କାରଣରୁ ମଧ୍ୟ କେଶ ଝଡିଥାଏ | ତେବେ ଆଜି କାଲି ଆମେ ମାନେ ସବୁଜ ପନି ପାରିଵା କୁ ଖାଇବା କମାଇ ଦେଉଛେ ଆଉ ଯାହା ଫଳରେ ଏହି ଭଳି କିଛି ଅସୁବିଧା ମାନ ଦେଖିବାକୁ ମିଳୁଛି ବୋଲି କୁହାଯାଉଛି |
ରୂପି ପାଇଁ ଚୁଟି ଝଡ଼େ କି :-କୁହାଯାଉଛି କି ଚୁଟି ଝଡିବା ଭଳି ସମସ୍ୟା ରୂପି ପାଇଁ ଡାଇରେକ୍ଟ ହୋଇ ନ ଥାଏ ହର୍ମୋନାଲ ଇମ ବେଲେନ୍ସ ସହିତ ଆମର ରୂପି ଯଦି ଅଧିକ ପରିମାଣରେ ବାହାରି ଥାଏ ତାହେଲେ ହେୟାର ଲସ ହୋଇଥାଏ |ଅନ୍ଧ ବିଶ୍ୱାସ ରୁ ଦୁରେଇ ରୁହନ୍ତୁ :-କୁହାଯାଏ କି ଅଧିକ ସମୟରେ ଆମେ ମାନେ ଚୁଟି ସବୁବେଳେ ସେମ୍ପୁ କରିବା କାରଣରୁ ଚୁଟି ଝଡିଥାଏ ବୋଲି ଭାବିଥାଉ କିନ୍ତୁ ତାହା ହୋଇ ନ ଥାଏ ସେମ୍ପୁ ଯୋଗୁଁ ଚୁଟି ଝଡ଼େ ଜାଣି ବାକି ଅଧିକ ସେମ୍ପୁ କରିଲେ ବାଳ ଦେମେଜ ହୋଇକି ଛିଣ୍ଡି ଯାଇଥାଏ |
ତାହା ସହିତ କୁହାଯାଏ କି ବାଳ ଆମର ଜାଗା ଚେଞ୍ଚ କରିବା କାରଣରୁ ଵା ପାଣି ଯୋଗୁଁ ହୋଇଥାଏ ବୋଲି କୁହାଯାଏ କିନ୍ତୁ ତାହା ସେ କାରଣ ରୁ ହୋଇ ନ ଥାଏ କେବଳ ଷ୍ଟ୍ରେସ କାରଣ ରୁ ହୋଇଥାଏ |ଘରେଇ ଉପଚାର କେତେ ଭଲ :-କୁହାଯାଉଛି କି କୌଣସି ଘରେଇ ଉପଚାର କେଶ ଝଡିବା ଭଳି ସମସ୍ୟା ପାଇଁ ବ୍ୟବହାର କରିବା ଉଚିତ ନୁହଁ କାରଣ ଏହା ଆମକୁ କେଶ ଝଡିବା କୁ ରୋକିବାରେ ସାହାଯ୍ୟ କରି ନ ଥାଏ ଏହା କେବଳ କୋଣ୍ଡିସନର ଭାବରେ କାମ ଦିଏ
କେଶ ଝଡିବା ର ଚିକିତ୍ସା :-
ତେବେ ଆମର ଦୌନିକ 20 ପାଖ ପାଖି ଚୁଟି ଝଡିବା ନର୍ମାଲ କଥା ଆଉ ଯଦି ଦିନକୁ ଆପଣ ଙ୍କର 100 ରୁ ଅଧିକ ଚୁଟି ଝାଡ଼ିବ ଆଉ ତାହା ଲଗାତର ରହିବ ସେତେବେଳେ ଅନେକ ଡର୍ମାଟଲୋଜିଷ୍ଟ ପାଖକୁ ଯିବା ଆଉ ସେଠାରେ ଟ୍ରିଟମେଣ୍ଟ ହେବାର ଆବଶ୍ୟକତା ରହିଛି କି କଣ କାରଣରୁ ଆମର ଚୁଟିଝଡ଼ୁଛି |
ଅଧିକ ଚିନ୍ତାଧାରା କରନ୍ତୁ ନାହିଁ :-କୁହାଯାଉଛି କି କେଶ ଝଡିବା ର ମୁଖ୍ୟ କାରଣ ହେଉଛି ଷ୍ଟ୍ରେସ, ତେଣୁ ସବୁବେଳେ ଚିନ୍ତାଧାରା ମୁକ୍ତ ରୁହନ୍ତୁ |ତେବେ ଏହା ଥିଲା କେଶ ଝଡିବା ବିଷୟରେ ସମ୍ପୂର୍ଣ୍ଣ ସୂଚନା |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ ।