ଦେଶ ବିଦେଶ

ଵକଫ୍ ବିଲ୍‌ ସଂଶୋଧନକୁ କ୍ୟାବିନେଟ୍ ମଞ୍ଜୁରି

ନୂଆଦିଲ୍ଲୀ: ଫେବ୍ରୁଆରି ୧୩ ତାରିଖରେ ସଂସଦରେ ଉପସ୍ଥାପିତ ହୋଇଥିବା ଯୁଗ୍ମ ସଂସଦୀୟ କମିଟି (ଜେପିସି) ରିପୋର୍ଟ ଆଧାରରେ କେନ୍ଦ୍ର କ୍ୟାବିନେଟ୍ ୱକଫ୍ ସଂଶୋଧନ ବିଲ୍ ୨୦୨୪କୁ ଅନୁମୋଦନ ଦେଇଛି। ଵକଫ୍ (ସଂଶୋଧନ) ବିଲ୍‌ରେ ଭାରତରେ କେନ୍ଦ୍ର ଓ ରାଜ୍ୟ ଵକଫ୍ ବୋର୍ଡକୁ ନିୟନ୍ତ୍ରଣ କରୁଥିବା ଆଇନରେ ୪୪ଟି ପରିବର୍ତ୍ତନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ୨୦୨୫ ବଜେଟ୍ ଅଧିବେଶନର ପ୍ରଥମାର୍ଦ୍ଧରେ ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହି ରିପୋର୍ଟ ଉପସ୍ଥାପନ କରାଯାଇଥିଲା। କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ କିରଣ ରିଜିଜୁ ଗତ ବର୍ଷ ଲୋକସଭାରେ ୱକଫ୍ (ସଂଶୋଧନ) ବିଲ୍, ୨୦୨୪ ଆଗତ କରି ଵକଫ୍ ଆଇନ, ୧୯୯୫ରେ ସଂଶୋଧନ କରିଥିଲେ ଏବଂ ବିରୋଧୀ ଦଳଗୁଡ଼ିକର ଆପତ୍ତି ମଧ୍ୟରେ ୱକଫ୍ ବୋର୍ଡର କ୍ଷମତାରେ ପରିବର୍ତ୍ତନ ଆଣିଥିଲେ। ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରଣାଳୟ ଅନୁଯାୟୀ, ୱକଫ୍ (ସଂଶୋଧନ) ବିଲ୍, ୨୦୨୪ର ଉଦ୍ଦେଶ୍ୟ ହେଉଛି ୱକଫ୍ ସମ୍ପତ୍ତି ନିୟନ୍ତ୍ରଣ ଓ ପରିଚାଳନାରେ ସମସ୍ୟା ଏବଂ ଆହ୍ୱାନର ସମାଧାନ କରିବା ପାଇଁ ୱକଫ୍ ଆଇନ, ୧୯୯୫ରେ ସଂଶୋଧନ କରିବା। ଏହି ସଂଶୋଧନ ବିଲ୍‌ରେ ଭାରତରେ ଵକଫ୍ ସମ୍ପତ୍ତିର ପ୍ରଶାସନ ଓ ପରିଚାଳନାରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖାଯାଇଛି। ଏହାର ଉଦ୍ଦେଶ୍ୟ ପୂର୍ବ ଆଇନର ତ୍ରୁଟିକୁ ଦୂର କରିବା ଏବଂ ଆଇନର ନାମ ପରିବର୍ତ୍ତନ, ୱକଫ୍‌ର ସଂଜ୍ଞା ଅପଡେଟ୍ କରିବା, ପଞ୍ଜୀକରଣ ପ୍ରକ୍ରିୟାରେ ଉନ୍ନତି ଆଣିବା ଏବଂ ୱକଫ୍ ରେକର୍ଡ ପରିଚାଳନାରେ ଟେକ୍ନୋଲୋଜିର ଭୂମିକା ବୃଦ୍ଧି କରି ୱକଫ୍ ବୋର୍ଡଗୁଡିକର ଦକ୍ଷତା ବୃଦ୍ଧି କରିବା।

ପ୍ରମୁଖ ପରିବର୍ତ୍ତନକୁ ଅନୁମୋଦନ
    ମୁସଲମାନ ମହିଳା ସଶକ୍ତୀକରଣ ଓ ୱକଫ୍ ପରିଚାଳନାରେ ଅଂଶଗ୍ରହଣକୁ ସୁନିଶ୍ଚିତ କରିବା ପାଇଁ ଉଭୟ ରାଜ୍ୟ ୱକଫ୍ ବୋର୍ଡ (ଧାରା ୧୪) ଏବଂ କେନ୍ଦ୍ରୀୟ ୱକଫ୍ କାଉନସିଲ (ଧାରା ୯)ରେ ଦୁଇ ଜଣ ମୁସଲମାନ ମହିଳାଙ୍କୁ ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ କରାଯିବ।
    ରାଜ୍ୟ ୱକଫ୍ ବୋର୍ଡରେ ଏବେ ମୁସଲମାନ ଓବିସି ସମ୍ପ୍ରଦାୟର ଜଣେ ସଦସ୍ୟ ସାମିଲ ହେବେ।
    ରାଜ୍ୟ ସରକାର ଅଘାଖାନି ଓ ବୋହରା ସମ୍ପ୍ରଦାୟ ପାଇଁ ପୃଥକ୍ ୱକଫ୍ ବୋର୍ଡ ଗଠନ କରିପାରିବେ।
    ୱକଫ୍ ଆଲାଲ ଔଲାଦ (ପାରିବାରିକ ଵକଫ୍)ରେ ମହିଳାଙ୍କ ଉତ୍ତରାଧିକାରୀ ଅଧିକାର ସୁରକ୍ଷିତ ରହିବ। 
ୱକଫ୍ ବୋର୍ଡ କେତେ ସମ୍ପତ୍ତି ନିୟନ୍ତ୍ରଣ କରେ?
ଵକଫ୍ ବୋର୍ଡ ବର୍ତ୍ତମାନ ସମଗ୍ର ଭାରତରେ ୯.୪ ଲକ୍ଷ ଏକର ପରିମିତ ୮.୭ ଲକ୍ଷ ସମ୍ପତ୍ତିକୁ ନିୟନ୍ତ୍ରଣ କରୁଛି, ଯାହାର ଆନୁମାନିକ ମୂଲ୍ୟ ୧.୨ ଲକ୍ଷ କୋଟି ଟଙ୍କା। ସମଗ୍ର ବିଶ୍ବରେ ଏବେ  ଭାରତରେ ହିଁ ସବୁଠାରୁ ବଡ଼ ଵକଫ୍ ହୋଲ୍ଡିଂ ରହିଥିବା ଜଣାପଡ଼ିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button