ଦେଶ ବିଦେଶ

ଦକ୍ଷିଣ ବ୍ରାଜିଲରେ ପ୍ଲେନ୍ କ୍ରାସ୍ ;୧୦ ଜଣଙ୍କ ମୃତ୍ୟୁ ,୧୫ ଲୋକଙ୍କ ଅବସ୍ଥା ସଂକଟାପନ୍ନ

ଦକ୍ଷିଣ ବ୍ରାଜିଲରେ ପ୍ଲେନ୍ କ୍ରାସ୍। ୧୦ ଜଣଙ୍କ ମୃତ୍ୟୁ ସହ ୧୫ ଲୋକଙ୍କ ଅବସ୍ଥା ସଂକଟାପନ୍ନ। ଘରେ ଆଗ ପିଟି ହୋଇ ଏକ ଫର୍ଣ୍ଣିଚର ଦୋକାନ ଉପରେ ଖସି ପଡ଼ିଥିଲା ବିମାନ। ବ୍ରାଜିଲର ଗ୍ରାମାଡ଼ୋ ସହରରେ ଛୋଟ ପାସେଞ୍ଜର ପ୍ଲେନ୍ କ୍ରାସରୁ ଏଭଳି ଅଘଟଣ ଘଟିଛି। ଏମରଜେନ୍ସି ଟିମ୍ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ରେସକ୍ୟୁ ଅପରେସନ ଆରମ୍ଭ କରିଥିଲା। ବିମାନର କୌଣସି ଯାତ୍ରୀ ବି ବଞ୍ଚିନାହାନ୍ତି। ସମସ୍ତ ମୃତକ ଗୋଟିଏ ପରିବାରର। ବିମାନ ଦୁର୍ଘଟଣା ପରେ ସେଥିରୁ ବାହାରିଥିବା ଧୂଆଁରେ ଅଣନିଃଶ୍ୱାସୀ ହୋଇଯାଇଥିଲେ ଅନେକ ଲୋକ। ସମସ୍ତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାର ତଦନ୍ତ କରୁଛି ଏୟାରଫୋର୍ସ। ଗ୍ରାମାଡ଼ୋରୁ କୈନେଲା ଯାଉଥିଲା ବିମାନଟି। ଏହି ବିମାନ ପାଇପର ଚେୟେନ ୪୦୦ ଟବ୍ରୋପ୍ରାମ୍ପ ଥିଲା। କ୍ରିସମାସ୍ ପାଇଁ ପ୍ରସିଦ୍ଧ ଟୁରିଷ୍ଟ ପ୍ଲେସ୍ ଫ୍ଲୋରିଓନୋପୋଲିସକୁ ଯାଉଥିଲା ବିମାନ। ଏକ ବିଲଡିଂର ଚିମନିରେ ଆଗ ପିଟି ହୋଇଥିଲା ବିମାନ। ତା ପରେ ପାଖରେ ଥିବା ଆଉ ଏକ ଛାତକୁ ଟକ୍କର ଦେଇ ଶେଷରେ ଫର୍ଣ୍ଣିଚର ଦୋକାନ ଉପରେ ପଡ଼ିଥିଲା। ବ୍ରାଜିଲରେ ଗଲା ଦୁଇ ଦିନ ଭିତରେ ଏହା ବଡ଼ ଦୁର୍ଘଟଣା। ଶନିବାର ବ୍ରାଜିଲର ମିନସ ଗେରୈସ ରାଜ୍ୟରେ ଏକ ବସ୍ ଦୁର୍ଘଟଣାରେ ୩୮ ଜଣଙ୍କ ମୃତ୍ୟୁ ସହ ୧୩ ଗୁରୁତର ଆହତ ହୋଇଥିଲେ। ବସଟି ସାଓ ପାଉଲୋରୁ ୪୫ ଯାତ୍ରୀଙ୍କୁ ନେଇ ଯାଉଥିଲା। ଗଲା ଅଗଷ୍ଟ ମାସରେ ବି ସାଓ ପାଉଲୋରେ ୬୨ ଯାତ୍ରୀଙ୍କୁ ନେଇ ଯାଉଥିବା ବିମାନ କ୍ରାସ୍ ପରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ହୋଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button