ଓଡିଶା
ସ୍ତ୍ରୀକୁ ଶାବଳ ଭୁଶି ହତ୍ୟା କଲା ସ୍ୱାମୀ, ହତ୍ୟା ପଛର କାରଣ ଅସ୍ପଷ୍ଟ

ବ୍ରହ୍ମପୁର, ୨୯/୦୮: ମଦ୍ୟପାନ କରି ସ୍ତ୍ରୀକୁ ଶାବଳ ଭୁଶି ହତ୍ୟା କଲା ସ୍ୱାମୀ । ମୃତ ମହିଳା ଜଣକ ଝୁନୁ ଜେନା ଏବଂ ହତ୍ୟାକାରୀ ସ୍ୱାମୀ ରାଜେନ୍ଦ୍ର ଜେନା ବୋଲି ଜଣାପଡ଼ିଛି । ହତ୍ୟା ପଛର କାରଣ ଅସ୍ପଷ୍ଟ ରହିଛି । ସଦର ଥାନା ଅନ୍ତର୍ଗତ ରୋହିଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି ।
ସୂଚନା ଅନୁଯାୟୀ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି ବ୍ୟକ୍ତିଗତ କାରଣରୁ ବଚସା ହୋଇଥିଲା ।
ପରେ ମଦ ପିଇ ନିଶାସକ୍ତ ଅବସ୍ଥାରେ ସ୍ୱାମୀ ରାଜେନ୍ଦ୍ର ତାଙ୍କ ପତ୍ନୀ ଝୁନୁଙ୍କୁ ଶାବଳ ଭୁଶି ଦେଇଥିଲା । ଫଳରେ ମହିଳା ଜଣକ ଘଟଣାସ୍ଥଳରେ ପ୍ରାଣ ହରାଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଘଟଣା ସମ୍ୱନ୍ଧରେ ଅବଗତ କରାଇଥିଲେ । ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରିଛି ପୋଲିସ । ଏଥି ସହିତ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ଘଟଣାର ତଦନ୍ତ ଆରମ୍ଭ କରିଛି ସଦର ଥାନା ପୋଲିସ ।