ଗଣେଶ ଚତୁର୍ଥୀରେ ରାତିରେ ଏହି ସବୁ କାମ କଲେ ମିଳେ ସୁଫଳ – Utkal Mail
ଆଜି ପବିତ୍ର ଗଣେଶ ପୂଜା। ଗଜାନନ ଅଗ୍ର ଦେବତା ହୋଇଥିବାରୁ ତାଙ୍କ ପୂଜା ପ୍ରଥମେ କରିବା ଦ୍ବାରା ଘର ଉପରେ ଈଶ୍ବରଙ୍କ ଶୁଭ ଦୃଷ୍ଟି ପଡ଼ିଥାଏ ବୋଲି ବିଶ୍ବାସ କରାଯାଏ। ଆଜିଠାରୁ ଗଣେଶ ପୂଜା ଆରମ୍ଭ ହୋଇ ସମାପନ ହେବ ସେପ୍ଟେମ୍ବର ୨୮ ତାରିଖ ଅନନ୍ତ ଚତୁର୍ଦଶୀ ଦିନ। ହିନ୍ଦୁ ପାଞ୍ଜି ଅନୁସାରେ, ଗଣେଶ ଚତୁର୍ଥୀ ଭାଦ୍ରବ ମାସର ଶୁକ୍ଳପକ୍ଷର ଚତୁର୍ଥୀ ତିଥିରେ ପାଳନ କରାଯାଏ।
ତେବେ ଏହି ଗଣେଶ ଚତୁର୍ଥୀର ରାତିରେ ଏମିତି କିଛି କରନ୍ତୁ, ଯାହାଦ୍ବାର ଗଜାନନଙ୍କ କୃପାଦୃଷ୍ଟି ସର୍ବଦା ଆପଣଙ୍କ ଉପରେ ରହିବ। ଗଣେଶ ଚତୁର୍ଥୀରୁ ନେଇ ଅନନ୍ତ ଚତୁର୍ଦଶୀ ପର୍ଯ୍ୟନ୍ତ ଗଜାନନଙ୍କ ମୂର୍ତ୍ତିକୁ ଘରେ ରଖାଯାଇଥାଏ। ଆପଣ ଦିନରେ ପୂଜା କରି ସାରିଥିଲେ ବି ରାତିରେ ଗଜାନନଙ୍କ ପୂଜା କରିବାକୁ ଭୁଲନ୍ତୁ ନାହିଁ।
ପାରୁଛନ୍ତି ଯଦି ରାତିରେ ଗଜାନନଙ୍କ ସମ୍ମୁଖରେ ଅଖଣ୍ଡ ଦୀପ ଜାଣନ୍ତୁ। ଏପରି କରିବା ଦ୍ବାରା ଘରୁ ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ଯାହାକି କଷ୍ଟ ଜୀବନରେ ଥାଏ, ସେଥିରୁ ମୁକ୍ତି ମିଳେ।
ଗଣେଶ ପୂଜାର ରାତିରେ ‘ଓଁ ଗଁ ଗଣପତୟେ ନମଃ’ ମନ୍ତ୍ର ଜପ କରନ୍ତୁ। ଏପରି ଗରିବା ଦ୍ବାରା ଗଣେଶ ଠାକୁର ପ୍ରସନ୍ନ ହୋଇ ଭଲ ପାଠ ଓ ବୁଦ୍ଧି ଦେଇଥାନ୍ତି।
ବିଶ୍ବାସ କରାଯାଏ ଯେ ଏହି ଦିନ କିଛି ଜିନିଷ ଆଣିବା ଦ୍ବାରା ଗଣେଶ ଭଗବାନଙ୍କ ସହ ମାଆଲକ୍ଷ୍ମୀ ବି ଘରକୁ ଆସିଥାନ୍ତି। ତେବେ ଚାଲନ୍ତୁ ଜାଣିବା ତାହା ସବୁ କେଉଁ ଜିନିଷ। କୁହାଯାଏ ଏହି ଦିନ ଶ୍ରୀଫଳ ନଡ଼ିଆ ଘରକୁ ଆଣିଲେ ଏହା ଘର ପାଇଁ ଖୁବ୍ ଶୁଭ। ଏହାଛଡ଼ା ଶଂଖ, କୁବେର ମୂର୍ତ୍ତିବଇଂଶୀକୁ ବି ଆପଣ ଏହି ଦନ ଘରକୁ ଆଣିପାରନ୍ତି।