ଦେଶ ବିଦେଶ

ରିଲ୍ ନିଶାରେ ଯୁବତୀ କରିଦେଲେ ଏମିତିକା ଭୁଲ, ମାଡିବସିଲା ଭୟଙ୍କର ଭାଲୁ ଆଉ ତାପରେ..

କିଛି ନା କିଛି ବିପଜ୍ଜନକ ଏବଂ ବିରଳ ଜିନିଷକୁ କ୍ୟାପ୍‌ଚର୍ କରିବା ନେଇ, ଲୋକମାନେ ହିଂସ୍ର ପଶୁମାନଙ୍କୁ ମଧ୍ୟ ଖାତିର କରୁ ନାହାନ୍ତି। ଏହି କାରଣରୁ ସେମାନେ ସହଜରେ ସେମାନଙ୍କ ଶିକାର ହୋଇ ଯାଇଥାନ୍ତି। ତେବେ ନିକଟରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି।

ଜଣେ ଯୁବରୀ ସେଲ୍‌ଫି ନେବା ଚକ୍କରରେ ହିଂସ୍ର ପ୍ରାଣୀମାନଙ୍କ ଏତେ ନିକଟତର ହୋଇଗଲେ ଆଉ ଟିକିଏ ଡେରି ହୋଇଥିଲେ ଚାଲିଯାଇଥାନ୍ତା ଜୀବନ। ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଭିଡିଓ ଶେୟାର ହୋଇଛି। ପିଞ୍ଜରା ଭିତରେ କିଛି ଭୟଙ୍କର ପଶୁ ଅଛନ୍ତି। ଏହି ସମୟରେ ଜଣେ ଯୁବତୀ ସେଲ୍‌ଫି ନେଉଥିଲେ।

ଅଚାନକ ସେ ପିଞ୍ଜରା ପାଖକୁ ଚାଲିଯାଇଥିଲେ। ଏହି ସମୟରେ ଏକ ଭାଲୁ ତା’ର ପଞ୍ଝା ବାହାର କରି ଯୁବତୀଙ୍କୁ ଧରି ପକେଇଲା। ଭାଗ୍ୟ ଭଲ ସେଠାରେ ଜଣେ ବ୍ୟକ୍ତି ଥିଲେ ଆଉ ସେ ତୁରନ୍ତ ଭାଲୁର ଶିକାରରୁ ତାଙ୍କୁ ରକ୍ଷା କରିଥିଲେ।

ଭିଡିଓଟିକୁ ୭୪ ହଜାରରୁ ଅଧିକ ଲାଇକ୍ କରିଛନ୍ତି। ଭାଇରାଲ ଭିଡିଓରେ ଯୁବତୀ ଜଣଙ୍କ ପିଞ୍ଜରା ଭିତରେ ଥିବା ଦୁଇଟି ଭୟଙ୍କର ପଶୁଙ୍କ ମଧ୍ୟରେ ବସି ସେଲ୍‌ଫି ନେଉଥିଲେ। ସେ ନିଜ କ୍ୟାମେରାରେ ଭାଲୁ ଏବଂ ବାଘଙ୍କ ସହିତ ନିଜକୁ କ୍ୟାପ୍‌ଚର୍ କରିବାକୁ ଚେଷ୍ଟା କରୁଥିଲେ।

କିନ୍ତୁ ତାଙ୍କ ମୁହଁର ହସ ଫିକା ପଡିଗଲା ଯେତେବେଳେ ସେ ଅନୁଭବ କଲେ ଯେ କେହି ତାଙ୍କୁ ପଛରୁ ଟାଣି ନେଉଛି। ସେଲ୍‌ଫି ସମୟରେ ସେ ପିଞ୍ଜରାରେ ଏତେ ପାଖରେ ପହଞ୍ଚିଗଲେ ଯେ ଏକ ଭାଲୁ ତା’ର ପଞ୍ଝା ବାହାର କରି ତାଙ୍କ ପୋଷାକକୁ ଧରି ନିଜ ଆଡକୁ ଟାଣିବାକୁ ଲାଗିଲା।

ଏହା ପରେ ଯୁବତୀଙ୍କ ଅବସ୍ଥା ପୂରା ବିଗିଡି ଯାଇଥିଲା। ଭାଗ୍ୟ ଭଲ ସେଠାରେ ଥିବା ଜଣେ ଲୋକ ତାଙ୍କୁ ସଙ୍ଗେ ସଙ୍ଗେ ଟାଣି ଆଣିଥିଲେ ଆଉ ସେ ଭାଲୁ ଶିକାରରୁ ବଞ୍ଚିଯାଇଥିଲେ। ଏପରି ପାଗଳାମି ବେଳେବେଳେ ଜୀବନ ପ୍ରତି ବିପଦ ହୋଇପାରେ, ତେଣୁ କ୍ୟାମେରାରେ ସବୁକିଛି କ୍ୟାପ୍‌ଚର୍‌ କରିବା ଚେଷ୍ଟାରୁ ବାହାରିଆସିବା ଭଲ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button