ଆଜି ହେଉଛି ସ୍ଵାଧୀନତା ଦିବସ ଉଡିବ ତ୍ରିରଙ୍ଗା ପତାକା, ଜାଣନ୍ତୁ ତ୍ରିରଙ୍ଗାଙ୍କୁ ତିଆରି କରିଥିବା ଲୋକଙ୍କ ରହସ୍ୟ
ବନ୍ଧୁଗଣ କଣ ଆପଣ ମାନେ ଜାଣିଛନ୍ତି କି ତ୍ରିରଙ୍ଗା ପଚରା କାହାଣୀ ? କେମିତି ଓ କାହିଁଙ୍କି ହେଲା ଏହାର ନାଁ ତ୍ରିରଙ୍ଗା ? ଆଉ ଏହି ତ୍ରିରଙ୍ଗା ପତାକା କିଏ କରିଥିଲେ ତିଆରାଇ ? ଦିଲ୍ଲୀ ରୁ ପଲ୍ଲୀ ସବୁଠୁ ଶୁଭିବ ଆଜି ଜାତୀୟ ସଙ୍ଗୀତର ଗାନ। ଆଉ ଉଡିବ ଆଜି ତ୍ରିରଙ୍ଗା । କାରଣ ଆଜି ହେଉଛି ଅଗଷ୍ଟ 15 ବା ସ୍ଵାଧିନତା ଦିବସ । ଏହି ଦିନ ଆମ ଭାରତବର୍ଷ ସ୍ଵାଧୀନ ହୋଇଥିଲା ଇଂରେଜ ମାନଙ୍କ କବଳରୁ ।
ଆଜି ହେଉଛି 77ତମ ସ୍ଵାଧୀନତା ଦିବସ ଯେଉଁଥିରେ ତ୍ରିରଙ୍ଗା ପତାକାର ମହତ୍ଵ ଅଧିକ ରହିଥାଏ । ରାଷ୍ଟ୍ରୀୟ ତ୍ରିରଙ୍ଗା କୁ ଆମେ ସମ୍ମାନ କରିଥାଉ । ତ୍ରିରଙ୍ଗର ସମ୍ମାନ ରଖିବାକୁ କେତେ ଯେ ମହାପୁରୁଷ ଜୀବନ ହାରିଛନ୍ତି ତାହାର କଳନା ନାହିଁ । ଆଜି ଆମେ ସେହି ମନ ବ୍ୟକ୍ତିଙ୍କ ବିଷୟରେ ଜାଣିବା ଯିଏ ତ୍ରିରଙ୍ଗାକୁ ଏତେ ସୁନ୍ଦର ଭାବେ ତିଆରି କରିଥିଲେ ।
ସୂଚନା ଅନୁଯାୟୀ ଦେଶ ସ୍ଵାଧୀନ କରିବା ପାଇଁ ବହୁତ ସ୍ଵାଧିନତା ସଂଗ୍ରାମୀ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ସଂଗ୍ରାମୀ ଥିଲେ ପିଙ୍ଗଲି ଭେଙ୍କିଆ । ସେ ହିଁ ତ୍ରିରଙ୍ଗା ପତାକା ଡିଜାଇନ କରିଥିଲେ । ଭାରତର ମାତା ପାଇଁ ଏଭଳି ମହାନ କାମ କରିଥିବା ବ୍ୟକ୍ତି ଭେଙ୍କିଆଙ୍କ ଜନ୍ମ ଅଗଷ୍ଟ 2ରେ ପଡିଥାଏ । କିନ୍ତୁ ଆଜି ଯାଏଁ ତାଙ୍କୁ କୌଣସି ସମ୍ମାନ ମିଳିପାରିନି ।
ଏଠାରେ ଆମେ 42 ବର୍ଷ ତଳର କଥା କହୁଛୁ । ସମୟ 1876 ଅଗଷ୍ଟ 2 ଆନ୍ଧ୍ର ପ୍ରଦେଶର ମସଲିପଟସ୍ନମ ନାମକ ଗାଁ ରେ ପିଙ୍ଗଲି ଭେଙ୍କିଆଙ୍କ ଜନ୍ମ ହୋଇଥିଲା । ସେ ମାତ୍ର 19 ବର୍ଷ ବୟସରେ ବ୍ରିଟିଶ ଆର୍ମୀରେ ଯୋଗ ଦେଇ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ । ବ୍ରିଟିଶ ଆର୍ମୀରେ ଥିବା ସମୟରେ ମହାତ୍ମାଗାନ୍ଧୀଙ୍କ ସହ ଏକ ଯୁଦ୍ଧରେ ତାଙ୍କର ଦେଖା ହୋଇଥିଲା ।
ଗାନ୍ଧୀଙ୍କ ସହ ସାକ୍ଷତା ହେବା ପରେ ତାଙ୍କ ମନରେ ଦେଶ ପ୍ରେମ ଜାଗି ଉଠିଥିଲା । ପରେ ଗାନ୍ଧୀଙ୍କ ପ୍ରେରଣାରେ ସେ ସ୍ଵାଧିନତା ସଂଗ୍ରାମୀ ଭାବେ ଯୋଗ ଦେଥିଲେ । 5 ବର୍ଷ ଯାଏଁ ପ୍ରାୟ 30 ଦେଶର ପତାକା ବାବଦରେ ଗମ୍ଭୀରତା ର ସହ ଗବେଷଣା କରିବା ପରେ 1921ରେ ପ୍ରଥମ ଥର ଭାରତୀୟ ପତାକାର ଡିଜାଇନକୁ ସମସ୍ତଙ୍କ ସାମ୍ନା କୁ ଆଣିଥିଲେ । ଏହି ପତାକା ରେ ପ୍ରଥମ 2ଟି ରଙ୍ଗ ନାଲି ଓ ସବୁଜ ଥିଲା । ଏହି 2ଟି ରଙ୍ଗ ହିନ୍ଦୁ ଓ ମୁସଲମାନଙ୍କୁ ସୂଚାଉ ଥିଲା । ପରେ ଅନ୍ୟ ଧର୍ମ ର ଲୋକଙ୍କ ପାଇଁ ଗାନ୍ଧୀ ମଝିରେ ଧଳା ରଙ୍ଗ ରଖିବାକୁ କହିଥିଲେ । ପରେ ପତାକାରେ ନାଲି ରଙ୍ଗାକୁ ବଦଳାଇ ନାରଙ୍ଗି ରଙ୍ଗ କରାଗଲା । ତ୍ରିରଙ୍ଗା ମଝିରେ ଦିଆଯାଇଥିବା ଚିତ୍ରାକୁ ସଂଶୋଧନ କରାଯାଇ ଅଶୋକ ସ୍ତମ୍ବର ଚିତ୍ର ରଖାଗଲା ।
1948 ଜୁଲାଇ 22ରେ ସମ୍ବିଧାନ ଏହାକୁ ରାଷ୍ଟ୍ରୀୟ ଧ୍ଵଜା ର ଅଧିକାର ଦେଇଥିଲା । ଦେଶ ସ୍ଵାଧୀନତା ହେବା ପରେ ଭାରତର ପ୍ରତୀକ ପାଲଟିଥିଲା ତ୍ରିରଙ୍ଗା ପତାକା । ଏତେ ବଡ ମହାନ କାମ କରିବା ସତ୍ବେ ବି ଭେଙ୍କିଆଙ୍କ ଜୀବନ ଅଭାବ ଅନାଟନରେ କଟିଥିଲା ।