ମନୋରଞ୍ଜନ

ଲିପିଙ୍କ ବିଷୟରେ ଜାଣି ନଥିବେ ଏହି ସବୁ କଥା

ଲିପି ଆମ ଓଡିଆ ଚଳଚିତ୍ର ବା ସିରିୟଲ ଜଗତ ବହୁତ ବଡ ନା ଅଟେ, ସେ ଆଲ୍ବମ ହେଉ ବା ଚଳଚିତ୍ର ବା ସିରିୟଲ ସେ ସବୁ ଆଡେ ନିଜ ଦକ୍ଷତା ଦେଖାଇଛନ୍ତି, ଆଜି ଆମେ ଆପଣଙ୍କୁ ତାରା ତାରିଣୀ ପ୍ରସିଦ୍ଧ ହିରୋଇନ ତାରିଣୀଙ୍କ ବିଷୟରେ କିଛି କହିବାକୁ ଯାଉଛୁ । ତେବେ ଲିପିଙ୍କ ପୁରା ନାମ ଲିପି ମୋହାପାତ୍ର ଅଟେ, ଲିପି ବରହମପୁରରେ ଜନ୍ମ ହୋଇଥିଲେ ଏବଂ ତାଙ୍କ ଶିକ୍ଷା ବରହମପୁର ରେ ସମାପ୍ତ ହୋଇଥିଲା । ଲିପିଙ୍କ ଗ୍ରାଜୁଏସନ ମଧ୍ୟ ବରହମପୁର ମହାମାଇ କଲେଜରେ ସମ୍ପୂର୍ଣ ହୋଇଥିଲା ।

Image Courtesy: Google

ତାଙ୍କ ବାପା ସମ୍ବଳପୁରରୁ ବିଲୋଙ୍ଗ କରନ୍ତି ସେଥିପାଇଁ ଲିପିଙ୍କ କିଛି ଶିକ୍ଷା ସମ୍ବଳପୁରରେ ମଧ୍ୟ ହୋଇଛି ଲିପିଙ୍କ ଘରେ ତାଙ୍କ ବାପା ମା ତାଙ୍କ ଭାଇ ଭାଉଜ ଏବଂ ତାଙ୍କ ପୁତୁରା ରୁହନ୍ତି, ଏହା ଛଡା ତାଙ୍କର ଗୋଟେ ପେଟ ମଧ୍ୟ ଅଛି, ତେବେ ଲିପି ନିଜ ପେଟ ଯାହା ଗୋଟେ କୁକୁର ଅଟେ ଯାହା ନାମ ଜେକି ଅଟେ ତାକୁ ବହୁତ ଭଲ ପାନ୍ତି ଏବଂ ଘରେ ରହିଲେ ତାଙ୍କ ପେଟ ସବୁବେଳେ ତାଙ୍କ ପାଖରେ ରହିଥାଏ । ଲିପିଙ୍କ ବାପା ସୁପ୍ରଟେଣ୍ଡେଣ୍ଟ ଅଫ ପୋଲିସରେ ଥିଲେ ଯେହେତୁ ତାଙ୍କ ବାପା ପୋଲିସରେ ଥିଲେ ଲିପି ବହୁତ ଜାଗା ବୁଲିଛନ୍ତି ।

Image Courtesy: Google

ସେ ନିଜ ବାପାଙ୍କୁ ବହୁତ ଭଲ ପାନ୍ତି, ତେବେ ଲିପିଙ୍କ ମା ନାମ ବନ୍ଦନା ଅଟେ ସେ ବହୁତ ଚଳଚିତ୍ର ଏବଂ ସିରିୟଲରେ କାମ କରିଛନ୍ତି । ତାଙ୍କ ଭାଇ ଗୋଟେ ସଫ୍ଟୱେୟାର ଇଞ୍ଜିନିଅର ଅଟନ୍ତି ଓ ତାଙ୍କ ଭାଉଜ ହାଉସ ୱାଇଫ ଅଟନ୍ତି । ଲିପିଙ୍କ କହିବା ଅନୁଯାଇ ସେ କେବେ ଅଭିନୟ ଲାଇନକୁ ଆସିବାକୁ ଚାହୁଁ ନଥିଲେ ଓ ଯେହେତୁ ତାଙ୍କ ବାପା ଗୋଟେ ପୋଲିସ ଅଫିସର ଥିଲେ ତାଙ୍କୁ ବି ଗୋଟେ ପୋଲିସ ଅଫିସର ହବାକୁ ଇଛା ଥିଲା ।

Image Courtesy: Google

ତେବେ ଲିପିଙ୍କ ବାପାଙ୍କର ମଧ୍ୟ ଏହା ଇଛା ଥିଲା କିନ୍ତୁ ଲିପିଙ୍କ ମାକୁ ଏହା ପସନ୍ଦ ନଥିଲା ସେ ଯେହେତୁ ଅଭିନୟ କରୁଥିଲେ ଓ ଅଭିନେତା ମାନଙ୍କୁ ପସନ୍ଦ କରୁଥିଲେ ସେ ନିଜ ଝିଅକୁ ଗୋଟେ ଅଭିନେତ୍ରୀ ବନେଇବା ପାଇଁ ଚାହୁଁ ଥିଲେ । କଣ ଆପଣ ଜାଣିଛନ୍ତି ଯେ ଲିପି ଅଭିନୟ କରିବା ପାଇଁ ନିଜ ମା ଦ୍ଵାରା ମାଡ ମଧ୍ୟ ଖାଇଥିଲେ ଯାହା ପରେ ସେ ଗୋଟେ ମାସ ପାଇଁ ନିଜ ଆଈ ଘରେ ଯାଇ ରହିଥିଲେ ଏହା ପରେ ତାଙ୍କ ବାପା ଯାଇ ତାଙ୍କୁ ବୁଝେଇ ଘରକୁ ଆଣିଥିଲେ ।

ତେବେ ଏହା ପରେ ଲିପି ଗୋଟେ ଡ୍ୟାନ୍ସ କମ୍ପିଟିସନ ଜିତ୍ୟ ଥିଲେ ଯାହା ପରେ ତାଙ୍କୁ ଏଙ୍କାରିଙ୍ଗ କରିବା ପାଇଁ ସୁଯୋଗ ମିଳିଲା, ତେବେ ଏହା ପରେ ଲିପି କେବେ ପଛକୁ ଅନେଇ ନାହାନ୍ତି ତାଙ୍କ ପ୍ରଥମ ଆଲ୍ବମ ଥିଲା ମୁଁ ବିନା ଘୁଙ୍ଘୁରରେ ନାଚିବି ତେବେ ଏହା ଦର୍ଶକ ମାନଙ୍କୁ ବେସ ପସନ୍ଦ ଆସିଥିଲା । ତେବେ ଆଜି ଲିପି ଯେଉଁ ଜାଗାରେ ଅଛନ୍ତି ତାହା ଆପଣ ମାନେ ସମସ୍ତେ ଜାଣିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button