ଓଡିଶା

ତପସ୍ୱିନୀ ଏକ୍ସପ୍ରେସ୍ ଟ୍ରେନକୁ ପଥର ମାଡ଼: ଭାଙ୍ଗିଗଲା କାଚ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ସମ୍ବଲପୁର : ତପସ୍ୱିନୀ ଏକ୍ସପ୍ରେସ୍ ଟ୍ରେନକୁ ପଥର ମାଡ଼ । ରେଙ୍ଗାଲି ଓ ଝାରସୁଗୁଡ଼ା ମଝିରେ ପଥର ମାଡ଼ ହୋଇଥିବା ସୂଚନା ମିଳିଛି । ଭୋର ୫ .୪୫ ସମୟରେ ଲପଙ୍ଗା ଷ୍ଟେସନ ନିକଟରେ ତପସ୍ୱିନୀ ଟ୍ରେନ ହଟିଆ ଯାଉଥିବା ବେଳେ ୭ ନମ୍ବର ଏସି କୋଚରେ ପଥର ମାଡ଼ କରାଯାଇଥିଲା । ଟ୍ରେନ୍ କାଚ ଭାଙ୍ଗି ପଥର ବଗିରେ ଯାଇ ପଡ଼ିଥିବା କୁହାଯାଉଛି । ଯାତ୍ରୀମାନଙ୍କୁ କୌଣସି ପ୍ରକାର ଆଘାତ ଲାଗି ନ ଥିବା ବିଭାଗ ପକ୍ଷରୁ ସୂଚନା ଜାରି କରାଯାଇଛି । ପଥରମାଡ଼ର କାରଣ ଅସ୍ପଷ୍ଟ ଥିବାବେଳେ କିଏ ପଥରମାଡ଼ କଲା ତାହା ଜଣାପଡ଼ି ନାହିଁ ।  ଏନେଇ ଝାରସୁଗୁଡା ଆରପିଏଫରେ ଏକ ମାମଲା ରୁଜୁ ହୋଇଛି l ତୁରନ୍ତ ଲପଙ୍ଗା ଷ୍ଟେସନକୁ ଝାରସୁଗୁଡା ଆରପିଏଫ ଜଣାଇବା ପରେ ଆରପିଏଫ ମାନେ ଘଟଣାସ୍ଥଳକୁ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ସେପଟେ ଟ୍ରେନ୍ ଉପଯରକୁ ପଥର ମାଡ଼, ପଥମ ଘଟଣା ନୁହେଁ । ପୂର୍ବରୁ ଚଳନ୍ତା ଟ୍ରେନ୍ ଉପରକୁ ପଥର ମାଡ଼ ହୋବ ସହ ଯାତ୍ରୀଙ୍କୁ ଆଘାତ ଲାଗିଛି । ଏହାଦ୍ୱାରା ରାଜସ୍ୱ ନଷ୍ଟ ହେଉଛି । ବାରମ୍ବାର ଏ ଘଟଣା ଘଟିବା ସତ୍ତେ୍ୱ ବିଭାଗ ପକ୍ଷରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button