ଦେଶ ବିଦେଶ

ସୋନମ ୱାଙ୍ଗ୍‌ଚୁକଙ୍କ ଗିରଫଦାରୀକୁ ଏନ୍‌ଏପିଏମ୍‌ର ବିରୋଧ

ନୂଆଦିଲ୍ଲୀ: ଲଦାଖର ଜଣାଣୁଣା ପରିବେଶ କାର୍ଯ୍ୟକର୍ତ୍ତା ସୋନମ ୱାଙ୍ଗ୍ଚୁକ୍ ଓ ତାଙ୍କର ୨୦୦ରୁ ଅଧିକ ସମର୍ଥକଙ୍କୁ ଦିଲ୍ଲୀ ପୁଲିସ ଗିରଫ କରିଛି। ଏହାକୁ ନ୍ୟାସନାଲ୍ ଆଲାଏନ୍ସ ଅଫ୍ ପିପୁଲ୍ସ ମୁଭ୍ମେଣ୍ଟ (ଏନ୍ଏପିଏମ୍) ତୀବ୍ର ବିରୋଧ କରିଛି। ଗିରଫ ପ୍ରତିବାଦରେ ଆସନ୍ତାକାଲି ଗାନ୍ଧୀ ଜୟନ୍ତୀରେ ସକାଳ ୬ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ଉପବାସ ରହିବାକୁ ଆହ୍ବାନ ଦିଆଯାଇଛି।

ଏହି ପ୍ରସଙ୍ଗକୁ ନେଇ ପ୍ରେସ୍ କ୍ଲବ୍ ଅଫ୍ ଇଣ୍ଡିଆ ପରିସରରେ ଏନ୍ଏପିଏମ୍ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା।

ଏଥିରେ ଜଣାଶୁଣା ପରିବେଶବିତ୍ ମେଧା ପାଟକର କହିଥିଲେ, ଲଦାଖକୁ ଷଷ୍ଠ ଅନୁସୂଚୀରେ ସାମିଲ କରିବା, ରାଜ୍ୟ ମାନ୍ୟତା ପ୍ରଦାନ କରିବା, ପରିବେଶ ଓ ସଂସ୍କୃତିକୁ ସୁରକ୍ଷା କରିବା ଆଦି ଦାବିରେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରୁଥିବା ସୋନମ ୱାଙ୍ଗଚୁକ୍ ଓ ତାଙ୍କର ୨ଶହରୁ ଊର୍ଦ୍ଧ୍ବ ସହକର୍ମୀଙ୍କୁ ପୁଲିସ ଗତକାଲି ଗିରଫ କରିବା ନିନ୍ଦନୀୟ, ଅଗଣତାନ୍ତ୍ରିକ ଓ ବେଆଇନ ଅଟେ। ସରକାର ଓ ପୁଲିସର ଏତାଦୃଶ କାର୍ଯ୍ୟକୁ ତୀବ୍ର ସମାଲୋଚନା କରି ଅନ୍ୟତମ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା କହିଛନ୍ତି, ଅକ୍ଟୋବର ୨ରେ ସୋନମ ଓ ତାଙ୍କ ସହକର୍ମୀମାନେ ରାଜଘାଟରେ ପହଞ୍ଚି ଗାନ୍ଧୀଜୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଶାନ୍ତିପୂର୍ଣ୍ଣ ଧାରଣା ଦେବାକୁ ଘୋଷଣା କରିଥିଲେ। କିନ୍ତୁ ଦିଲ୍ଳୀ ସୀମାରୁ ସେମାନଙ୍କୁ ପୁଲିସ ଗିରଫ କରିଛି। ସେମାନଙ୍କୁ ତୁରନ୍ତ ଖଲାସ କରାଯିବା ସହ ସେମାନଙ୍କ ଦାବି ପୂରଣ କରିବାକୁ ହେବ। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ପରିବେଶ ବିଶେଷଜ୍ଞ ସୌମ୍ୟ ଦତ୍ତ, ସୁନୀତି ଏସ୍ଆର୍ ପ୍ରମୁଖ ଉପସ୍ଥିତ ଥିଲେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button