ବିଚାର

ଜୀବନରେ ଯଦି ସୁଖ ଚାହାନ୍ତି ଚାହାଁନ୍ତି, ତେବେ ଏଭଳି ଲୋକଙ୍କ ଛାଇ ବି ନିଜ ଉପରେ ପକାନ୍ତୁନି

ସାପ ଠାରୁ ବି ଅଧିକ ବିଷାକ୍ତ ଏଭଳି ଲୋକମାନେ ଯିଏ ମୁହଁରେ ମିଠା ମିଠା କଥା କହି ପଛରେ ଛୁରୀ ମାରନ୍ତି, ଯଦି ତୁମ ଜୀବନରେ ଜଣେ ପ୍ରକୃତ ବନ୍ଧୁ ଅଛି, ତେବେ ତୁମର ଜୀବନର ସମସ୍ତ ସମସ୍ୟା ଦୂର ହୋଇଯିବ କାରଣ ଏପରି ବନ୍ଧୁ ସର୍ବଦା ତୁମର କଲ୍ୟାଣ ବିଷୟରେ ହିଁ ଚିନ୍ତା କରନ୍ତି।

ସେ ତୁମ ଭାଇ, ବାପା, ଭଉଣୀ କିମ୍ବା ମା ବି ହୁଅନ୍ତୁ ନା କାହିଁକି, କାରଣ ସେ ତୁମର ବନ୍ଧୁ, ଏହିପରି ବ୍ୟକ୍ତି ତୁମକୁ କେବେ ବି ବିପଥଗାମୀ କରିବ ନାହିଁ,କିନ୍ତୁ ଜଣେ ଭୁଲ ବ୍ୟକ୍ତି ତୁମର ସମଗ୍ର ଜୀବନକୁ ନଷ୍ଟ କରିଦେଇଥାଏ।

କିଛି ଲୋକ ବାରମ୍ବାର ପ୍ରତାରିତ ହେବା ପରେ ବିଶ୍ୱାସ କରିବାରେ ବି ଭୁଲ କରନ୍ତି, ତେବେ ଆଚାର୍ଯ୍ୟ ଚାଣକ୍ୟ ନୀତି ପଢିବା ନିହାତି ଆବଶ୍ୟକ, ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁସାରେ ଦୋମୁହାଁ ଚରିତ୍ରର ବ୍ୟକ୍ତି ଅତ୍ୟନ୍ତ କ୍ଷତିକାରକ ଅଟନ୍ତି। କାରଣ ସେ ଆପଣଙ୍କ ସମ୍ମୁଖରେ ମିଠା ମିଠା କଥା କହି ଆପଣଙ୍କ ପିଠି ପଛରେ ନିନ୍ଦା କରିଥାନ୍ତି। ତେଣୁ ସେଭଳି ଚରିତ୍ରର ବ୍ୟକ୍ତିଙ୍କଠାରୁ ନିଜକୁ ଆଉ ନିଜର ପରିବାର ଠାରୁ ଦୂରେଇ ରଖନ୍ତୁ।

ତାଙ୍କ ନୀତିରେ ଏପରି କିଛି ୬ଟି ଶ୍ରେଣୀର ଲୋକଙ୍କୁ ନିଜ ଘରକୁ ଡାକିବା ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇଛନ୍ତି । କାରଣ ଏପରି ଲୋକଙ୍କର ପ୍ରବେଶ କାରଣରୁ ଘରେ ଖରାପ ପ୍ରଭାବ ପଡେ ।

ଚରିତ୍ରହୀନ ବ୍ୟକ୍ତିଙ୍କଠାରୁ ଆପଣଙ୍କ ପରିବାରକୁ ଦୂରେଇ ରଖନ୍ତୁ। କାରଣ ସେମାନେ ଆପଣଙ୍କୁ ପ୍ରତ୍ୟେକ୍ଷରେ କ୍ଷତି ନ କରିଲେ ବି ପରୋକ୍ଷ ଭାବରେ କ୍ଷତି ପହଁଞ୍ଚାଇଥାନ୍ତି।

ଯେଉଁ ବ୍ୟକ୍ତି ଦୁଷ୍ଟ କାମ କରିଥାନ୍ତି ଓ ଯାହାଙ୍କ କର୍ମ ଦ୍ୱାରା ମାନବ ଜାତିର କ୍ଷତି ହୋଇଥାଏ,ସେହି ବ୍ୟକ୍ତିଙ୍କ ଠାରୁ ଦୂରେଇ ରହିବା ଆପଣଙ୍କ ପାଇଁ ଭଲ ହୋଇଥାଏ।

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସାରେ ନୀଚ ବ୍ୟକ୍ତି ଅର୍ଥାତ୍‌ ଯେଉଁ ବ୍ୟକ୍ତି ଅଶିକ୍ଷିତ କିମ୍ବା ଅଭଦ୍ର ହୋଇଥାଆନ୍ତି ଆଉ ଯାହାଙ୍କୁ ସମାଜର ଚାଲିଚଳନ, ସଂସ୍କୃତି ଉପରେ ଜ୍ଞାନ ନଥାଏ, କିମ୍ବା ଯେଉଁ ବ୍ୟକ୍ତି ସମାଜର ନିୟମକୁ ପାଳନ କରନ୍ତି ନାହିଁ, ସେହିଭଳି ଲୋକଙ୍କୁ ମଧ୍ୟ ଆପଣଙ୍କର ଘରପରିବାରଠାରୁ ଦୂରେଇ ରଖନ୍ତୁ।

ଯେଉଁ ବ୍ୟକ୍ତି ଆପଣଙ୍କୁ କଷ୍ଟ ଦେଇଥାନ୍ତି,ସେହିଭଳି ବ୍ୟକ୍ତିଙ୍କ ସହ ସଂପର୍କ ରଖିବା ଉଚିତ୍‌ ହୋଇନଥାଏ। କାରଣ ଏଭଳି ବ୍ୟକ୍ତିଙ୍କ ଯୋଗୁଁ ଆପଣଙ୍କ ପରିବାର ଉପରେ ଖରାପ ପ୍ରଭାବ ପଡ଼ିଥାଏ।

ଏହାଛଡ଼ା ଆପଣଙ୍କୁ ଅପମାନିତ କରୁଥିବା ବ୍ୟକ୍ତିଙ୍କ ଲାଗି ମଧ୍ୟ ଆପଣଙ୍କ ମନକୁ କଷ୍ଟ ଲାଗିଥାଏ। ସେହିଭଳି ଲୋକ ଆପଣଙ୍କ ଜୀବନରେ ରହିବାଟା ଉଚିତ ହୋଇନଥାଏ।କାରଣ ଏଭଳି ଲୋକ ପାଇଁ ଆପଣଙ୍କର ଏକାଗ୍ରତା ଭଗ୍ନ କରିବା‌ ସହିତ କାର୍ଯ୍ୟରେ ମଧ୍ୟ ବାଧା ସୃଷ୍ଟି କରିଥାନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button