ଜୀବନଶୈଳୀ

Join Pain: ଶୀତ ଦିନେ କେମିତି ରଖିବେ ଆଣ୍ଠୁଗଣ୍ଠି ଯନ୍ତ୍ରଣା? ଜାଣନ୍ତୁ ଓ ମାନନ୍ତୁ…

Join Pain Control Tips: ଶୀତ ଦିନ ଆସିବା ମାତ୍ରେ ଅନେକ ସମସ୍ୟା ଉପୁଜେ। ହେଲେ ଅଧିକାଂଶ ଲୋକଙ୍କ ମଧ୍ୟରେ ଆଣ୍ଠୁଗଣ୍ଠି ଯନ୍ତ୍ରଣା ବେଶୀ ଦେଖିବାକୁ ମିଳେ। ଶୀତ ଦିନରେ ଧିର ଜୀବନଶୈଳୀ ବା ମାନ୍ଦା ଜୀବନଶୈଳୀ କାରଣରୁ ଏହିସବୁ ରୋଗ ହୋଇଥାଏ ।

ଏହା ସାଙ୍ଗକୁ ଶରୀରରେ ପେରିଫେରାଲ୍ ଅଞ୍ଚଳକୁ ରକ୍ତ ଯୋଗାଣ କମ୍ କମ୍ ହେବା କାରଣରୁ ମଧ୍ୟ ଗଣ୍ଠି ଏବଂ ଜଏଣ୍ଟ ପେନ୍ ଅଧିକ ହୋଇଥାଏ । ଏପରିକି ଆପଣଙ୍କ ହାର୍ଟ, ଫୁସଫୁସ୍‌, ଏବଂ ପାଚକତନ୍ତ୍ରରେ ମଧ୍ୟ ସମସ୍ୟା ଦେଖାଦେଇଥାଏ । ତେବେ ଆସନ୍ତୁ ଜାଣିବା ଶୀତଦିନରେ ଏହି ସବୁ ସମସ୍ୟାରୁ କିପରି ଉପଶମ ପାଇବା

ସାଧାରଣତଃ ଶୀତଦିନରେ ରକ୍ତ ସଞ୍ଚାଳନ ଜମାଟ ବାନ୍ଧିଥାଏ, ଯେଉଁ କାରଣରୁ ଗଣ୍ଠିରେ ଥିବା ରକ୍ତବାହୀଗୁଡିକ ସଂକୁଚିତ ହୋଇଯାଏ ।

ଏପରି ପରିସ୍ଥିତିରେ ଯେତେବେଳେ ଆପଣ ସକ୍ରିୟ ଥାଆନ୍ତି କିମ୍ବା ଚାଲିବା ସମୟରେ ଆପଣଙ୍କ ଗୋଡର ଗଣ୍ଠି ଉପରେ ଚାପ ପଡେ ଏହା ଦ୍ୱାରା ଅଧିକ ଯନ୍ତ୍ରଣା ହୋଇଥାଏ । ଏହା ହାଡ ଯନ୍ତ୍ରଣା ବଢ଼ାଇବା ସହ ଗଣ୍ଠି ଯନ୍ତ୍ରଣାକୁ ମଧ୍ୟ ବଢ଼ାଇଥାଏ ।

ଶୀତଦିନେ କିପରି ରୋକିବେ ଗଣ୍ଠି ଯନ୍ତ୍ରଣା…

୧. ଗରମ ପାଣିରେ ଗାଧୋଇବା- ଶୀତଦିନରେ ସାଧାରଣ ଭାବେ ସମସ୍ତେ ଗରମ ପାଣିରେ ଗାଧୋଇଥାନ୍ତି । ଖାଲି ଏତିକି ନୁହେଁ, ଗରମ ପାଣିରେ ସବୁ କାର୍ଯ୍ୟ କରିଥାନ୍ତି । ଯେମିତିକି ସକାଳୁ ଉଠିବା ପରେ ଗରମ ପାଣିରେ ମୁହଁ ଧୋଇବା ଠାରୁ ଆରମ୍ଭ କରି ରାତିରେ ଶୋଇବା ପୂର୍ବରୁ ମଧ୍ୟ ଗରମ ପାଣିରେ ଗୋଡ, ହାତ ଧୋଇହୋଇଥାନ୍ତି ।

ଏହା ସବୁ କାର୍ଯ୍ୟ କଲେ ଗଣ୍ଠି ଯନ୍ତ୍ରଣା କମ୍ ହୋଇଥାଏ । ଏପରି କରିବା ଦ୍ୱାରା ରକ୍ତ ପ୍ରବାହରେ ଉନ୍ନତି ଆଣିବା ସହ ଗଣ୍ଠି ସମ୍ବନ୍ଧୀୟ ସମସ୍ୟାକୁ କମ୍‌ କରେ ।

୨. ବ୍ୟାୟାମ୍‌ କରନ୍ତୁ- ଶୀତଦିନେ ସକାଳୁ ସକାଳୁ ବ୍ୟାୟାମ କରିବା ଦ୍ୱାରା ଗଣ୍ଠି ସମସ୍ୟା ଶୀଘ୍ର ହ୍ରାସ ହୋଇଥାଏ । କାରଣ ବ୍ୟାୟାମ କରିବା ଯୋଗୁଁ ଶରୀରରେ ରକ୍ତ ସଞ୍ଚାଳନ ହୋଇଥାଏ । ଏହା ସହ ଗଣ୍ଠି ଯନ୍ତ୍ରଣାରୁ ମଧ୍ୟ ଉପଶମ ମିଳିଥାଏ ।

୩. ଆଣ୍ଟି-ଇନଫ୍ଲାମେଟୋରୀ ଜିନିଷ ଖାଆନ୍ତୁ- ହଳଦୀ, ଅଦା, ଲବଙ୍ଗ, ଘିଅ ଏବଂ ବ୍ଲାକ୍‌ ପେପର ଭଳି ଆଣ୍ଟି-ଇନଫ୍ଲାମେଟୋରୀ ଜିନିଷ ଖାଇବା ଦ୍ୱାରା ଗଣ୍ଠି ସମସ୍ୟା ଦୂର ହୋଇଥାଏ ।

ଏହି ଜିନିଷଗୁଡିକ ଆନାଲେଜିକ୍‌ ଭଳି କାମ କରେ ଏବଂ ଗଣ୍ଠି ଯନ୍ତ୍ରଣା ସମସ୍ୟାକୁ କମ୍‌ କରେ । ଯଦି ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇବା ପାଇଁ ଚାହୁଁଛନ୍ତି, ତେବେ ଶୀତଦିନେ ଏହି ସବୁ ଜିନିଷକୁ ଅନୁସରଣ କରିବା ନିହାତି ଆବଶ୍ୟକ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button