ମନୋରଞ୍ଜନ

ଟେଲି ଅଭିନେତ୍ରୀଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ, ବାପାଙ୍କୁ ହରାଇଲେ ଅଙ୍କିତା ଲୋଖଣ୍ଡେ – Utkal Mail


ମୁମ୍ବାଇ: ଟେଲି ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେଙ୍କ ଉପରେ ଭାଙ୍ଗିଲା ଦୁଃଖର ପାହାଡ। ବାପାଙ୍କୁ ହରାଇଲେ ‘ପବିତ୍ର ରିସ୍ତା’ର ଅର୍ଚ୍ଚନା। ମିଳିଥିବା ସୂଚନା ମୁତାବକ, ଅଙ୍କିତାଙ୍କ ବାପା ଶ୍ରୀକାନ୍ତ ଲୋଖଣ୍ଡେଙ୍କର ଆଜି ମୁମ୍ବାଇରେ ଦେହାନ୍ତ ହୋଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଶ୍ରୀକାନ୍ତ ଲୋଖଣ୍ଡେଙ୍କ ମୃତ୍ୟୁର କାରଣ ଜଣା ପଡିନାହିଁ। ତେବେ ଦେହାନ୍ତ ପରେ ଅଭିନେତ୍ରୀଙ୍କ ବାପାଙ୍କ ମୃତଦେହକୁ ଶେଷ ଦର୍ଶନ ପାଇଁ ତାଙ୍କ ଇଣ୍ଟରଫେସ ଆପାର୍ଟମେଣ୍ଟରେ ରଖାଯାଇଛି। ତାଙ୍କର ଅନ୍ତିମସଂସ୍କାର ଆସନ୍ତାକାଲି ସକାଳ ୧୧ଟାରେ ଓଶିୱାରାଠାରେ ହେବ ବୋଲି ଜଣାପଡ଼ିଛି।

ତେବେ ଅଙ୍କିତା ତାଙ୍କ ବାପାଙ୍କର ଅତି ନିକଟତର ଥିଲେ। ସେ ଅନେକ ସମୟରେ ନିଜ ବାପାଙ୍କ ସହିତ ଫଟୋ ଏବଂ ଭିଡିଓ ପୋଷ୍ଟ କରୁଥିଲେ। କୁହାଯାଉଛି ଯେ, ଅଙ୍କିତାଙ୍କ ବାପା ବୃତ୍ତି ଅନୁଯାୟୀ ଜଣେ ବ୍ୟାଙ୍କର୍ ଥିଲେ। ଅବସର ନେଇ ସେ ଘରେ ଥିବା ବେଳେ ଆଜି ୬୮ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି।

ଅଙ୍କିତାଙ୍କ ପେସାଦାର ଜୀବନକୁ ଦେଖିବାକୁ ଗଲେ ସେ ୨୦୦୯ମସିହାରେ ଏକତା କପୁରଙ୍କ ଧାରାବାହିକ ‘ପବିତ୍ର ରିସ୍ତା’ ସହିତ ଅଭିନୟରେ ଡେବ୍ୟୁ କରିଥିଲେ। ଏହି ସୋ’ରେ ତାଙ୍କୁ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ବିପକ୍ଷରେ ଦେଖିବାକୁ ମିଳିଥିଲା। ସେ ଅର୍ଚ୍ଚନା ଭୂମିକାରେ ନଜର ଆସି ଘରେ ଘରେ ଲୋକପ୍ରିୟ ହୋଇଥିଲେ। ଏହା ପରେ ଅଙ୍କିତା ‘କମେଡି ସର୍କସ’, ‘ଏକ ଥି ନାୟକା’ ଏବଂ ‘ଝଲକ ଦିଖଲା ଜା’ ସମେତ ଅନେକ ସୋ’ କରିଥିଲେ। ଅଙ୍କିତା ବଲିଉଡ ଫିଲ୍ମରେ ମଧ୍ୟ କାମ କରିଛନ୍ତି। ସେ କଙ୍ଗନା ରାନାୱତଙ୍କ ସହ ଫିଲ୍ମ ‘ମଣିକର୍ଣ୍ଣିକା’ରେ ଅଭିନୟ କରିଥିଲେ। ଏହା ତାଙ୍କର ଡେବ୍ୟୁ ବଲିଉଡ ଫିଲ୍ମ ଥିଲା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button