ସ୍ୱାସ୍ଥ୍ୟ

ଗ୍ୟାସ୍‌ରେ ରୋଷେଇ କରୁଥିଲେ ହୋଇଯାଆନ୍ତୁ ସତର୍କ, ଗ୍ୟାସ୍ ଚୁଲ୍ଲାରୁ ଏମିତି ରଙ୍ଗ ବାହାରିବା, ବଡ ବିପଦର ସଂକେତ

ଆପଣ ମାନେ ରୋଷେଇ ଘରେ ରୋଷେଇ କରୁଥିବା ବେଳେ ଅନେକ ସମୟରେ ଗ୍ୟାସ ଚୁଲାରୁ ଏକ ଭିନ୍ନ ଧରଣର ରଙ୍ଗ ବାହାରୁଥିବା ଦେଖିଥିବେ। ବେଳେ ବେଳେ ଚୁଲାରୁ ନୀଳ ରଙ୍ଗର ଗ୍ୟାସ ବାହାରିବା ବଦଳରେ ହଳଦିଆ ରଙ୍ଗର ଗ୍ୟାସ ବାହାରେ, ଯାହାକୁ ଅନେକ ମହିଳା ମାନେ ହାଲକା ଭାବରେ ନେଇଥାନ୍ତି ଗୁରୁତ୍ଵ ଦିଅନ୍ତି ନାହିଁ। ଯଦି ଗ୍ୟାସ ଚୁଲାରେ ନୀଳ ରଙ୍ଗ ପରିବର୍ତ୍ତେ କମଳା କିମ୍ବା ହଳଦିଆ ରଙ୍ଗର ଦେଖା ଯାଉଛି ତେବେ ତୁରନ୍ତ ସତର୍କ ହେଇଯାଆନ୍ତୁ।

Gas flame

ଗ୍ୟାସ ଫେଲ୍ମର ଏମିତି ରଙ୍ଗ ରୋଷେଇ ଘରେ ଖାଦ୍ୟ ବନାଉଥିବା ବ୍ୟକ୍ତିଙ୍କ ପାଇଁ ବଡ ବିପଦ ଆଣିପାରେ। ଯଦି ଆପଣଙ୍କ ରୋଷେଇ ଘରୁ ମଧ୍ୟ ଗ୍ୟାସ ଚୁଲାରୁ ଏମିତି ରଙ୍ଗ ବାହାରୁଛି ତେବେ ଏହାକୁ ଅଣଦେଖା କରନ୍ତୁ ନାହିଁ। ଭାବି ନିଅନ୍ତୁ ଆପଣଙ୍କର ଗ୍ୟାସ ଲିକ୍ ହେଉଛି ଯାହା ଆପଣ ସ୍ବାସ୍ଥ୍ୟ ପାଇଁ ମଧ୍ୟ କ୍ଷତିକାରକ ଅଟେ।

ଆଉ ଗ୍ୟାସ ଚୁଲାରୁ ଯେଉଁ  ହଳଦିଆ ରଙ୍ଗ ବାହାରୁଥିବା ଆପଣ ଅନେକ ସମୟରେ ଦେଖୁଛନ୍ତି ତାହା ହେଉଛି କାର୍ବନ ମନୋକସାଇଡ। ଯାହା ବାସ୍ତବରେ ବହୁତ୍ ହାନିକାରକ। ଆଉ ବାରମ୍ଵାର ଏହା ଆପଣଙ୍କ ଶ୍ୱାସପ୍ରକ୍ରିୟାକୁ ଆସିବା ପରେ ପରବର୍ତ୍ତୀ ସମୟରେ ଅନେକ ସ୍ବାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥିଲା। ଏମିତି ରଙ୍ଗ ବାହାରିବାର ଅର୍ଥ ଆପଣଙ୍କ ଗ୍ୟାସ ସଠିକ୍ ଭାବରେ ଜଳୁନାହିଁ।

ବରଂ ସେଥରୁ ବାହାରୁଛି କାର୍ବନ ମନୋକସାଇଡ ଗ୍ୟାସ। ଏମିତି ଘଟଣା ଘଟିବା ଦ୍ଵାରା ମହିଳାଙ୍କୁ ଅନେକ ରୋଗ ମଧ୍ୟ ହେଇଥାଏ। ଯେମିତି ମୁଣ୍ଡବିନ୍ଧା ହେବା, ମୁଣ୍ଡ ବୁଲେଇବା, ବାନ୍ତି ଲାଗିବା ଆଉ ଶ୍ୱାସକ୍ରିୟା କଲା ସମୟରେ ସମସ୍ୟା ଦେଖା ଦେବା, ଅନେକ ମହିଳାଙ୍କର ସ୍କ୍ରିନରେ ରେଡ ନେସ ମଧ୍ୟ ଦେଖାଦେଇଥାଏ। ସେଥିପାଇଁ ଗ୍ୟାସ ଚୁଲା ସହିତ ଏମିତି ସମସ୍ୟା ଥିଲେ ତୁରନ୍ତ ଏହାକୁ ରିପ୍ୟାର କରିଦେବା ଉଚିତ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button