ଓଡିଶା

ଅଟୋ ଚାଳକଙ୍କ ହରତାଳ ! ଦାବି ପୂରଣ ପାଇଁ ଆଜି ବି ହରତାଳରେ ଡ୍ରାଇଭର ମହାସଙ୍ଘ… ଦେଖନ୍ତୁ କଣ ରହିଛି ସେମାନଙ୍କ ଦାବି

ନମସ୍କାର ବନ୍ଧୁଗଣ, 10 ଦଫା ଦାବି ନେଇ ଡ୍ରାଇଭର ସଂଘ ରାଜ ରାସ୍ତାରେ । ଷ୍ଟେରିଙ୍ଗ ଛାଡ ଆନ୍ଦୋଳନ ଡାକରା ଦିଆ ଯାଇଥିଲା ଓଡିଶା ଡ୍ରାଇଭର ମହା ସଂଘ ପକ୍ଷ ରୁ ଯାହାକୁ ନେଇ ଏବେ ସାରା ଓଡିଶାରେ ଖୁବ ଚର୍ଚ୍ଚା ହେଉଛି । ଆଉ ଆଜି ହେଉଛି ଦ୍ଵିତୀୟ ଦିନ । ପ୍ରଥମ ଦିନରେ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଡ୍ରାଇଭର ମାନେ ଦେଇଥିବା ଡାକରା ଅନୁଯାୟୀ ଶାନ୍ତି ପୂର୍ଣ୍ଣ ଭାବେ ହେବ ।

ରାସ୍ତାରେ ଯାଉଥିବା ଗାଡି ଚାଳକ ଙ୍କୁ ହଇରାଣ ହରକତ କରାଯିବ ନାହି । ଗତ କାଲି ରାତି ଠାରୁ ଆଜି ସକାଳ ଯାଏଁ ଡ୍ରାଇଭର ମାନେ ରାସ୍ତା ଉପରେ ସେମିତି ଧାରଣା ଦେଇ ବସିଛନ୍ତି । ରାସ୍ତା ମାନଙ୍କରେ ବୋଝେଇ ଗାଡି ସବୁ ଲାଇନ ହୋଇ ରହିଛି । ଡ୍ରାଇଭର ସଂଘ ପାଖ ରୁ ଆବଶ୍ଯକୀୟ ସାମଗ୍ରୀ ନେଇ ଯାଉଥିବା ଗାଡି, ଆମ୍ବୁଲାନ୍ସ ସେବା ହୁଅନ୍ତୁ କିମ୍ବା ପରିକ୍ଷାର୍ଥୀ ଙ୍କୁ ନ ଅଟକାଇବା ପାଇଁ କହିଥିଲେ ।

ବସ ରେ ଯାତ୍ରା କରୁଥିବା ଯାତ୍ରୀ ମାନଙ୍କୁ ମଧ୍ୟ ଅଟକ ରଖିବେ ନାହି ବୋଲି ସଂଘ ପକ୍ଷ ରୁ କୁହା ଯାଇଥିଲା । କିନ୍ତୁ ଗତ କାଲି ଭୁବନେଶ୍ବର ରେ ଯାଉଥିବା ବସ ଯାତ୍ରୀ ଙ୍କୁ ଅଟକ ରଖି ହଇରାଣ କରା ଯାଇଛି । ଏମିତିକି ଅତ୍ୟାବଶ୍ୟକୀୟ ଗାଡି ମଧ୍ୟ ଅଟକ ରଖାଯାଇଛି । ଆଜି ଅନ୍ୟ ଡ୍ରାଇଭର ମାନେ ରାସ୍ତା କଡକୁ ଓଲହାଇଛନ୍ତି ।

କିନ୍ତୁ ଯେଉଁ ଅଟୋ ଚାଳକ ମାନଙ୍କୁ ଅଟକ ରଖାଯାଇ ଫୁଲମାଳା ପିନ୍ଧା ଯାଇଥିଲା ଏବଂ ଫ୍ଲାଗ କାର୍ଡ ଧରି ଯେଉଁ ଲେଖା ହୋଇଥିଲା ମୁଁ ଡ୍ରାଇଭର ଜାତି ପାଇଁ କଳଙ୍କ ତାକୁ ଚ୍ୟାଲେଞ୍ଜ କରି ଆଜି ଅନଲାଇନ ଅଟୋ ଚାଳକ ପକ୍ଷ ରୁ ଆନ୍ଦୋଳନ ଡାକରା ଦିଆ ଯାଇଛି । ଏ ନେଇ ଜଣେ ଡ୍ରାଇଭର ଭାଇ ଗଣମାଧ୍ୟମରେ ନିଜର ରାୟ ଦେଇଛନ୍ତି ଯେ ଆମେ ଫ୍ଲାଗ କାର୍ଡ ଦେଇ ନ ଥିଲୁ ଖାଲି ଫୁଲମାଳ ପିନ୍ଧାଇ ଥିଲୁ ।

ଆଉ କହିଥିଲୁ ଗାଡି ଚଳାଇବା ବନ୍ଦ କରିବା ପାଇଁ କିନ୍ତୁ ସେମାନେ ନିଜେ ନିଜେ ଫ୍ଲାଗ କାର୍ଡ ଆଣି ଧରିଥିଲେ । ଆଉ ଆମକୁ ବ୍ଲେମ କରିବା ପାଇଁ ଏମିତି କରୁଛନ୍ତି । ଆଜି ସେମାନେ ସଫଳ ହୋଇଛନ୍ତି । ସେଥିପାଇଁ ଆଜି ଅନଲାଇନ ଅଟୋ ଚାଳକ ମାନେ ଆନ୍ଦୋଳନ ଡାକରା ଦେଇଛନ୍ତି । ଆମେ କାଲି କୌଣସି ଡ୍ରାଇଭରଙ୍କୁ ହଇରାଣ କରି ନାହୁଁ । ଟାଉନ ଭିତରେ ଆମେ କିଛି କରି ନାହୁଁ ।

ବାଏ ପାସ ଉପରେ ଆମେ ଅଟକ ରଖିଥିଲୁ । ଆମେ ଟିପ ଟା ବି ତାଙ୍କ ଦେହରେ ଲାଗାଇ ନାହୁଁ । ଆମେ ଫୁଲମାଳ ଦେଇ ଅନ୍ୟ ଡ୍ରାଇଭର ମାନଙ୍କୁ ମୁଣ୍ଡିଆ ମାରିଛୁ । ଏମାନେ ଡ୍ରାଇଭର ଜାତି ପାଇଁ ଗୋଟେ କଳଙ୍କ । ଯେବେ ସରକାର ସେ ଜିନିଷ ଅରିବେ ସବୁ ଡ୍ରାଇଭର ମାନଙ୍କ ପାଇଁ କରିବେ । ଖାଲି ଆମ ପାଇଁ ନୁହେଁ । ଏ ଯାଏଁ ରାଜ୍ୟ ସରକାର ଙ୍କର କିଛି ପ୍ରତିକ୍ରିୟା ମିଳିପାରି ନାହି । ତେଣୁ ଆମେ ସେମିତି ଧାରଣାରେ ବସିବୁ ।

Related Articles

Leave a Reply

Your email address will not be published. Required fields are marked *

Back to top button