ଓଡିଶା

ରାଶନ ଦୋକାନ ଉପରେ ଜିଏସ୍‌ଟି ରେଡ୍‌, ପଡ଼ିଲା ୫୫ ହଜାର ଟଙ୍କା ଫାଇନ୍‌

ରାଶନ ଦୋକାନ ଉପରେ ହେଲା ଜିଏସ୍ଟି ଚଢ଼ାଉ। ଚଢ଼ାଉ ସମୟରେ ଦୋକାନୀ ମାଲିକ ଜିଏସ୍ଟି ଫାଙ୍କୁଥିବା ଜଣା ପଡ଼ିଥିଲା। ଏହାପରେ ବିଭାଗ ପକ୍ଷରୁ ଦୋକାନୀଙ୍କ ଉପରେ ପଡ଼ିଛି ୫୫ ହଜାର ଟଙ୍କାର ଫାଇନ୍। ଏପରି ଏକ ଘଟଣା ଆଜି ବଲାଙ୍ଗିର ଜିଲ୍ଲା ସଇଁତଳା ବ୍ଲକ ଘୁନସରରେ ଘଟିଛି।

ଦୀର୍ଘ ଦିନ ହେବ ଘୁନସରର ରାଶନ ଦୋକାନୀ ବିକାଶ ବେହେରା ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ହୋଇ ଆସୁଥିଲା।

ଏହାକୁ ନେଇ ଆଜି ସକାଳୁ ବଲାଙ୍ଗୀର ଜିଏସଟି ବିଭାଗ ର ତିନି ଜଣିଆ ଟିମ ବିକାଶ ବେହେରାଙ୍କ ଦୋକାନରେ ଅତର୍କିତ ଚଢ଼ାଉ କରିଥିଲେ।

ସେମାନେ ଦୋକାନର କାଗଜ ପତ୍ର ଯାଞ୍ଚ କରିବା ସହ ଦୋକାନ ମାଲିକ ବିକାଶ ବେହେରାଙ୍କୁ ପଚରା ଉଚରା କରିଥିଲେ। ଏହି ଜେରା ସମୟରେ ବିକାଶଙ୍କ ଦୋକାନ ଜିଏସଟିରେ ପଞ୍ଜୀକୃତ ହୋଇ ନ ଥିବାରୁ ସେ ଜିଏସଟି ଫାଙ୍କୁଥିବା ଜଣା ପଡ଼ିଥିଲା। ଫଳରେ ବିଭାଗ ପକ୍ଷରୁ ତାଙ୍କ ଉପରେ ୫୫ ହଜାର ଟଙ୍କା ଫାଇନ୍ ପକାଯାଇଛି। ଏଥିସହ ଆସନ୍ତା ୧୫ ଦିନ ମଧ୍ୟରେ ଦୋକାନଟିକୁ ଜିଏସଟି ପଞ୍ଜୀକୃତ କରିବା ପାଇଁ ଅଧିକାରୀ ନିର୍ଦ୍ଦେଶ ଦେଇଛନ୍ତି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button