ଜୀବନଶୈଳୀ

ପାଞ୍ଚ ବର୍ଷ ବୟସ ଠାରୁ ଖାଉଥିଲେ ଚୁଟି, ହଟାତ ହେଲା ପେଟରେ ଦରଜ- ଆଉ ତା ପରେ…

କେତେକ ଛୁଆଙ୍କ ଛୋଟ ବେଳୁ କିଛି ଖରାପ ଅଭ୍ଯାସ ଲାଗିଥାଏ ସେମିତି ଚୁଟି ଖାଇବା ଖରାପ ଅଭ୍ଯାସ ମଧ୍ୟ ଲାଗିଥାଏ, ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଝିଅ ବିଷୟରେ କହିବାକୁ ଯାଉଛୁ ଯାହା ଛୋଟ ବେଳ ଅଭ୍ଯାସ ପାଇଁ ଆଜି ତାଙ୍କ ଜୀବନ ଯାଉ ଯାଉ ବଞ୍ଚିଛି । ଛୋଟବେଳୁ ଝିଅ ଅଭ୍ୟାସ ଚୁଟି ଖାଇବାର ଥିଲା ଯାହା ପରେ ପେଟରୁ ୪ କେଜି ଚୁଟି ଅପରେସନ ଦ୍ଵାରା ବାହାର କରା ଯାଇଛି ।

ଲୋହିଆ ହସ୍ପିଟଲ ରେ ପେଟ ଦରଜ ଅଭିଯୋଗ ନେଇ ଝିଅକୁ ହସ୍ପିଟଲ ଅଣା ଗଲା ଯାହା ପରେ ଅପରେସନ କଲା ପରେ ପେଟରେ ଚୁଟି ବାହାରିଛି ।

ଡକ୍ଟର କହିବା ଅନୁଯାଇ ସଠିକ ସମୟରେ ଆସିବାରୁ ଝିଅ ଜୀବନ ବଞ୍ଚି ପାରିଛି, ଏହି ଘଟଣା ତହସୀଲ କାୟମଗଂଜ ଗାଁ ମଈ ରସୀଦପୁର ନିବାସୀ ସୁନୀଲ କୁମାରଙ୍କ ଝିଅ ଶିୱାନୀ ୧୫ ବର୍ଷର ଅଟେ ଯାହାର କିଛି ଦିନ ଧରି ଲଗାତାର ପେଟ ଦରଜ ହଉଥିଲା । ଝିଅ କଷ୍ଟ ଦେଖି ବାପା ସୁନୀଲ କୁମାର ଝିଅକୁ ଲୋହିଆ ହସ୍ପିଟଲ ରେ ଡକ୍ଟର ଇମରାନ ଅଲିକୁ ଦେଖେଇ ଥିଲେ ।

ଡକ୍ଟର ଇମରାନ ଯାଞ୍ଚ କଲା ପରେ କହିଥିଲେ ଯେ ଝିଅ ପେଟରେ ଚୁଟି ଅଛି ଯାହା ଅପରେସନ କରି ବାହାର କରିବା ଆବଶ୍ୟକ ଅଟେ । ଅପରେସନ ସମୟରେ ଝିଅ ପେଟରୁ ୪ କେଜି ଚୁଟି ବାହାରିଥିଲା, ଚୁଟି ଖାଇବା ଅଭ୍ୟାସ ୫ ବର୍ଷ ଠାରୁ ଅଛି ବୋଲି ଘର ଲୋକ ଡକ୍ଟର କୁ ଜଣେଇଥିଲେ । ଡକ୍ଟର ଇମରାନ ଅଲି କହିବା ଅନୁଯାଇ ଝିଅଟିର ଚୁଟି ଖାଇବା ଅଭ୍ୟାସ ଥିଲା ।

ପେଟରେ ହଜମ ହୁଏ ନାହିଁ ଚୁଟି :

ଡକ୍ଟର କହିବା ଅନୁଯାଇ ଚୁଟି ଖାଇବା ଅଭ୍ୟାସକୁ ରେଂପୁଂଜଲ ଙ୍କ୍ଷସଡ୍ରୋମ କୁହା ଯାଏ, ଏମିତି ଛୁଆ ସେତେବେଳେ କରନ୍ତି ଯେତେବେଳେ ତାଙ୍କ ଉପରେ କେହି ଧ୍ୟାନ ଦିଅନ୍ତି ନାହିଁ ଓ ସେ ନିଜକୁ ବହୁତ ଏକୁଟିଆ ମନେ କରନ୍ତି । ଆପଣଙ୍କୁ ଆଜି ଆମେ ଏହା କହିଦବାକୁ ଚାହୁଁଛୁ ଯେ ଚୁଟି ହଜମ ହୁଏ ନାହିଁ, ଛୋଟ ଚୁଟି ମଳ ରାସ୍ତାରେ ବାହାରକୁ ବାହାରି ଯାନ୍ତି କିନ୍ତୁ ବଡ ଚୁଟି ବାହାରନ୍ତି ନାହିଁ । ଏହା ପରେ ପେଟ ଦରଜ ଓ ପେଟ ଖରାପ ସମସ୍ୟା ଆରମ୍ଭ ହୋଇଥାଏ ଯଦି ଏହାକୁ ଇଗନୋର କରା ଯାଏ ତେବେ ପେଟ ଦରଜ ଦ୍ଵାରା ମଣିଷ ମୃତ୍ୟୁ ହୋଇଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button