ଓଡିଶା

ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ – ପୋଲିସ ଇନଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। କନ୍ଧମାଳ ଜିଲ୍ଲା କୋଟଗଡ଼ ଥାନା ଅନ୍ତର୍ଗତ ବଣ୍ଡାପିପିଲିର ହାଟପଦା ପଛ ପଟି ଜଙ୍ଗଲରେ ଘଟିଛି ଏ‌ହି ହତ୍ୟାକାଣ୍ଡ । ମୃତକ ଜଣକ ବଣ୍ଡାପିପିଲି ଗ୍ରାମର ରମେଶ ନାୟକ ବୋଲି ଜଣାପଡ଼ିଛି। ମୃତଦେହ ପଡ଼ିଥିବା ସ୍ଥାନରୁ ନକ୍ସଲମାନେ ଛାଡ଼ି ଯାଇଥିବା ଏକ କାଗଜ ଲେଖା ଲିଫ୍‌ଲେଟ୍ ମଧ୍ୟ ମିଳିଛି। ଏଥିରେ କଣ ଲେଖାଯାଇଛି ତାହା ସ୍ପଷ୍ଟ ଭାବେ ଦେଖାଯାଉନି।

ଦିନ ଦିପହରେ ଏଭଳି ହତ୍ୟାକାଣ୍ଡ ଘଟିଥିବାରୁ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି ହୋଇଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button