ନୀତି

ଆଇଏଏସ ଅଫିସର ସୌମ୍ୟା ଶ୍ରବଣଶକ୍ତି ହରାଇ ଦେଇଥିବା ବେଳେ ୧୦୨ଜ୍ବରରେ ଦେଇଥିଲେ ୟୁପିଏସସି ପରୀକ୍ଷା – Utkal Mail


ନୂଆଦିଲ୍ଲୀ: ସମୟସମୟରେ ଜୀବନରେ ଏମିତି କିଛି ପରିସ୍ଥିତି ଆସିଥାଏ ଯାହାକୁ ଆମେ ସାମ୍ନା କରି ନପାରି ପଛଘୁଞ୍ଚାଇ ଦେଇଥାଉ। କିନ୍ତୁ ସମାଜରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ତାଙ୍କ ଜୀବନରେ ଆସିଥିବା କଠିନ ପରିସ୍ଥିତିର ସାମ୍ନା କରି, ସଫଳତା ପାଇ ସମସ୍ତଙ୍କ ପାଇଁ ଉଦାହରଣ ସାଜିଛନ୍ତି। ଏହି କ୍ରମରେ ଚର୍ଚ୍ଚାରେ ଅଛନ୍ତି ଆଇଏଏସ ସୌମ୍ୟା ଶର୍ମା।

ଦିଲ୍ଲୀ ନିବାସୀ ସୌମ୍ୟା ଶର୍ମା ୨୦୧୮ ବ୍ୟାଚର ଆଇଏଏସ ଅଫିସର । ସୌମ୍ୟା ଆଇଏଏସ ଅଫିସର ହେବାପରେ ଏକ ସାକ୍ଷାତକାରରେ କହିଥିଲେ, ‘ମୋତେ ୧୬ ବର୍ଷ ହୋଇଥିବା ବେଳେ ଶ୍ରବଣଶକ୍ତି ହରାଇ ଦେଇଥିଲି । ଶ୍ରବଣଶକ୍ତି ମୋର କାହିଁକି ନଷ୍ଟ ହେଲା ତାହାର କାରଣ ଡାକ୍ତରମାନେ ଜାଣି ପାରି ନଥିଲେ। ଅନେକ ଡାକ୍ତରଙ୍କୁ ଦେଖାଇବା ପରେ ବି ମୁଁ ମୋ ଶୁଣିବା ଶକ୍ତି ଫେରି ପାଇଲିନାହିଁ। ଶେଷରେ ହିୟରିଙ୍ଗ ଡିଭାଇସ ବ୍ୟବହାର ପାଇଁ ଡାକ୍ତର ପରାମର୍ଶ ଦେଇଥିଲେ। ଏହି ଡିଭାଇସକୁ ମୁଁ କାନରେ ଖଞ୍ଚିଲେ ଯାଇ କିଏ କ’ଣ କହୁଛି ମୁଁ ଶୁଣିପାରେ।

୨୦୧୭ ମସିହାରେ ମୁଁ ୟୁପିଏଏସି ପରୀକ୍ଷା ଦେବାକୁ ନିଷ୍ପତ୍ତି ନେଲି। ୪ ମାସ ମଧ୍ୟରେ ପାଠ ପଢି ୟୁପିଏସସିର ପ୍ରିଲିମ୍ସ ପରୀକ୍ଷା ପାସ୍ କରିଥିଲି। ୟୁପିଏସସି ପରୀକ୍ଷା ଦେବା ସମୟରେ ମୁଁ  ୧୦୨ ଜ୍ବରରେ କମ୍ପୁଥିଲି। ମୁଁ ସାଲାଇନ ନେଇନେଇ ପରୀକ୍ଷା ଦେଇଛି। ସେସମୟରେ ମୋତେ ବହୁତ କଷ୍ଟ ହୋଇଛି। କିନ୍ତୁ ମୁଁ ଦେଖିଥିବା ସ୍ବପ୍ନକୁ ପୂରା କରିବା ପାଇଁ ସବୁକିଛି ଭୁଲି ଯାଇଥିଲି। ଆଉ ପ୍ରଥମ ପ୍ରୟାସରେ ୟୁପିଏସସିରେ ୯ମ ସ୍ଥାନ ହାସଲ କରିଥିଲି।’




Related Articles

Leave a Reply

Your email address will not be published. Required fields are marked *

Back to top button