ଦେଶ ବିଦେଶ

ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଚଟଣି ପଠାଇଥିବା ମହିଳା ହେଲେ ସ୍ୱାଧୀନତା ଦିବସ ପାଳନର ସ୍ବତନ୍ତ୍ର ଅତିଥି – Utkal Mail


ନୂଆଦିଲ୍ଲୀ: ସ୍ୱାଧୀନତା ଦିବସର ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ତରଫରୁ ୧୮୦୦ଲୋକଙ୍କୁ ନିମନ୍ତ୍ରଣ ପଠାଯାଇଛି। ଏଥିରେ ଶିକ୍ଷକ, ନର୍ସ ଏବଂ ଡାକ୍ତରଙ୍କ ପରି ସାଧାରଣ ଲୋକ ଅନ୍ତର୍ଭୁକ୍ତ। ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରଧାନମନ୍ତ୍ରୀ ଡେରାଡୁନରୁ ଜଣେ ମହିଳାଙ୍କୁ ମଧ୍ୟ ସ୍ୱତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରିଛନ୍ତି। ମହିଳାଜଣକ କିଛି ମାସ ତଳେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଚଟଣି ପଠାଇ ଚର୍ଚ୍ଚାକୁ ଆସିଥିଲେ। ଉତରକାଶୀରେ ରହୁଥିବା ସୁନୀତା ସେଓଫଳ ଏବଂ ଅନ୍ୟାନ୍ୟ ଫଳରୁ ଆଚାର ଏବଂ ଚଟଣି ତିଆରି କରନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିମନ୍ତ୍ରଣ ପାଇ ଖୁସି ବ୍ୟକ୍ତ କରି ସୁନୀତା କହିଛନ୍ତି ଯେ ଦୁର୍ଗମ ଅଞ୍ଚଳରେ କାର୍ଯ୍ୟ କରୁଥିବା ଲୋକଙ୍କୁ ଆଗକୁ ବଢ଼ିବାକୁ ଏହା ନିଶ୍ଚୟ ପ୍ରେରଣା ଦେବ।

ସୂଚନା ମୁତାବକ, ଚାରିମାସ ପୂର୍ବେ ସୁନୀତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ଚଟଣି ପ୍ରସ୍ତୁତ କରି ପଠାଇଥିଲେ। ସୁନୀତା ଉତରକାଶୀର ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏକ ଗ୍ରାମରେ ସେଓଫଳ ଚାଷ କରନ୍ତି। ସେ ଗ୍ରାମବାସୀଙ୍କ ସହ ସେଓଫଳ ଚଟଣି ଏବଂ ଜାମ ତିଆରି କରନ୍ତି। ଏବେ ପ୍ରଧାନମନ୍ତ୍ରୀ ତାଙ୍କୁ ସ୍ବତନ୍ତ୍ର ଅତିଥି ଭାବେ ନିମନ୍ତ୍ରଣ କରିବାରୁ ତାଙ୍କୁ ତାଙ୍କ କଠିନ ପରିଶ୍ରମର ଫଳ ମିଳିଥିବା କହିଛନ୍ତି ସୁନୀତା।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button