ନକଲି ଜନ୍ମ ପ୍ରମାଣପତ୍ର ମହଙ୍ଗା ପଡ଼ିଲା: ଆଜମ ଖାନ୍ଙ୍କ ସମେତତ ପତ୍ନୀ ଓ ପୁଅକକୁ ୭ ବର୍ଷ ଜେଲ ଦଣ୍ଡାଦେଶ – Utkal Mail
ଲକ୍ଷ୍ନୌ: ୨୦୧୯ ନକଲି ଜନ୍ମ ପ୍ରମାଣପତ୍ର ମାମଲାରେ ସମାଜବାଦୀ ପାର୍ଟି ନେତା ଆଜମ ଖାନ୍, ତାଙ୍କ ପତ୍ନୀ ତାଜିନ ଫାତିମା ଓ ପୁଅ ଅବଦୁଲ୍ଲା ଆଜମଙ୍କୁ ଦୋଷୀ ସାବ୍ୟସ୍ତ କରି ରାମପୁରର ଏକ ଅଦାଲତ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।
ଏହି ମମାମଲାରେ ଅଦାଲତରେ ପ୍ରତିନିଧିତ୍ୱ କରୁଥିବା ପୂର୍ବତନ ଜିଲ୍ଲା ସରକାରୀ ଓକିଲ ଅରୁଣ ପ୍ରକାଶ ସକ୍ସେନା କହିଛନ୍ତି, କୋର୍ଟଙ୍କ ରାୟ ପରେ ତିନି ଜଣଙ୍କୁ ନ୍ୟାୟିକ ହେପାଜତକୁ ନିଆଯାଇଛି ଏବଂ କୋର୍ଟରୁ ହିଁ ସେମାନଙ୍କୁ ଜେଲକୁ ପଠାଯିବ। ସାଂସଦ-ବିଧାୟକ କୋର୍ଟ ମାଜିଷ୍ଟ୍ରେଟ ଶୋବିତ ବଂଶଲ ତିନି ଦୋଷୀଙ୍କୁ ସର୍ବାଧିକ ୭ ବର୍ଷ ପାଇଁ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।
ଏହି ମାମଲାରେ ବିଜେପି ବିଧାୟକ ଆକାଶ ସକ୍ସେନା ୨୦୧୯ ଜାନୁଆରି ୩ ତାରିଖରେ ରାମପୁରର ଗଞ୍ଜ ଥାନାରେ ଏକ ଏତଲା ଦେଇଥିଲେ। ଆଜମ ଖାନ ଏବଂ ତାଙ୍କ ପତ୍ନୀ ମିଳିତ ଭାବେ ତାଙ୍କ ପୁଅକୁ ଦୁଇଟି ନକଲି ଜନ୍ମ ତାରିଖ ପ୍ରମାଣପତ୍ର ହାସଲ କରିବାରେ ସାହାଯ୍ୟ କରିଥିଲେ: ଗୋଟିଏ ଲକ୍ଷ୍ନୌରୁ ଏବଂ ଅନ୍ୟଟି ରାମପୁରରୁ ବୋଲି ଅଭିଯୋଗ ହୋଇଥିଲା।
ମାମଲାର ତଦନ୍ତ ପରେ ଅଦାଲତରେ ଦାଖଲ ହୋଇଥିବା ଚାର୍ଜସିଟ୍ ଅନୁଯାୟୀ, ରାମପୁର ମ୍ୟୁନିସିପାଲିଟି ଦ୍ୱାରା ଜାରି କରାଯାଇଥିବା ସାର୍ଟିଫିକେଟରେ ଅବଦୁଲ୍ଲା ଆଜମଙ୍କ ଜନ୍ମ ତାରିଖ ୧ ଜାନୁଆରି ୧୯୯୩ ବୋଲି ଉଲ୍ଲେଖ କରାଯାଇଥିଲା। ଅନ୍ୟ ସାର୍ଟିଫିକେଟ ଅନୁଯାୟୀ ସେ ୧୯୯୦ ମସିହା ସେପ୍ଟେମ୍ବର ୩୦ ତାରିଖରେ ଲକ୍ଷ୍ନୌରେ ଜନ୍ମଗ୍ରହଣ କରିଥିଲେ।