ବିଚାର

ପିଲା ମାନଙ୍କୁ ମୋବାଇଲ ଠାରୁ କିପରି ଦୂରେଇ ରଖିବା ? ଜାଣନ୍ତୁ କିଛି ଉପାୟ

ବନ୍ଧୁଗଣ ମୋବାଇଲ ସମସ୍ତଙ୍କ ଜୀବନର ଗୋଟେ ପ୍ରମୁଖ ଅଂଶ । ଯାହାକୁ ଆମେ ସକାଳୁ ରାତି ଯାଏଁ ବ୍ୟବହାର କରିଥାଉ । ମୋବାଇଲ ଆମ ପାଇଁ ଯେତିକି ଦରକାରୀ ସେତିକି ବିପଦ ସୃଷ୍ଟି କରିଥାଏ । ବିଶେଷ କରି ପିଲାଙ୍କ ପାଇଁ ମୋବାଇଲ ଅନେକ ବିପଦ ଆଣିପାରେ । ଆଜି ଆମେ ଜାଣିବା ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ମୋବାଇଲର କେଉଁ କୁ-ପ୍ରଭାବ ପଡୁଛି ଏବଂ ମୋବାଇଲ ଠାରୁ ପିଲାଙ୍କ କେମିତି ଦୂର କରିବା ।

ବର୍ତ୍ତମାନ ପିଲାଙ୍କ ଉପରେ ଅନ  ଲାଇନ ଗେମର ପ୍ରଭାବ ଅଧିକ ଦେଖିବାକୁ ମିଳୁଛି । କିଏ କମ୍ପ୍ୟୁଟର ରେ କିଏ ମୋବାଇଲ ରେ ଅନ ଲାଇନରେ ଗେମ ଖେଳିବାରେ ପାରଙ୍ଗମ ରହୁଛନ୍ତି । ଘଣ୍ଟା ଘଣ୍ଟା ଧରି ଏହା ଭିତରେ ସମସ୍ତେ ସମୟ ଧରି ବସି ରହୁଛନ୍ତି । ତେବେ ଗେମ ଖେଳିବା ସମୟରେ ପିଲାଙ୍କ ମସ୍ତିସ୍କ ରୁ ଫିଲ ହାପି ନ୍ୟୁରୋ ଟ୍ରାନ୍ସ ମିଟର ନାମକ ପ୍ରୋମାଇନ ନିର୍ଗତ ହୋଇଥାଏ ।

ଯିଏ ଅଧିକ ସମୟ ଗେମ ଖେଳିଥାଏ ତାଙ୍କୁ ପ୍ରୋମାଇନ ର ଅଭ୍ଯାସ ହୁଏ । ଏହା ଦ୍ଵାରା ପିଲାଙ୍କୁ ଅନ୍ୟ କେଉଁ ଜିନିଷରୁ ଖୁସି ମିଳେ ନାହିଁ । ସ୍ମାର୍ଟ ଫୋନ ପିଲାଙ୍କ ପାଇଁ ଏତେ ବିପଦକାରୀ ଯେ ଏହାର ଅଧିକ ବ୍ୟବହାର ଦ୍ଵାରା କ୍ୟାନ୍ସର ବି ହୋଇପାରେ । କାହିଁକି ନା ଏଥିରୁ ନିର୍ଗତ ରେଡିସିୟାନ ଦ୍ଵାରା ପିଲାଙ୍କ ବ୍ରେନରେ ଥିବା ସେଲ କ୍ଷତିଗ୍ରସ୍ତ ହୋଇଥାଏ । ଏହା ଦ୍ଵାରା ମସ୍ତିସ୍କ କୁ ଅମ୍ଳଜାନ ଓ ଆକ୍ସିଜେନ ପହଞ୍ଚି ପାରେ ନାହିଁ ।

ଏମିତିକି ପୁରା ଶରୀର କ୍ଷତିଗ୍ରସ୍ତ ହୋଇଥାଏ । ଏମିତି ପିଲାଙ୍କର ଶୋଇବା ସମୟରେ ପରିବର୍ତ୍ତନ, ଆଖି ପୋଡା ଜାଳା, ସ୍ମରଣ ଶକ୍ତି ହ୍ରାସ, ଏକାଗ୍ରତା ରଖିବାରେ ଅସୁବିଧ ଅମଧ୍ୟ ହୁଏ । ଏହା ସହ ଭାବନା ଶକ୍ତି ମଧ୍ୟ ହ୍ରାସ ହୁଏ । ଅନେକ ସମୟରେ ପିଲା ଘରୁ ବାହାରକୁ ଯାଇ ଖେଳିବା ବଦଳରେ ମୋବାଇଲ ଗେମ ଖେଳିବାରେ ବ୍ୟସ୍ତ ରହିଲେ, ବନ୍ଧୁ ବାନ୍ଧବଙ୍କ ଉପସ୍ଥିତିରେ ମୋବାଇଲ ର ବ୍ୟବହାର କରିଲେ ଜାଣି ହେବ ପିଲାଙ୍କର ମୋବାଇଲ ଦେଖିବା, ମୋବାଇଲ ବିନା ଖାଇବା ପିଇବା ନ କରିବା, ମୋବାଇଲ ଧରି ଏକା ବସିବା, ସାରା ଦିନ ମୋବାଇଲ ଗେମର ଆଲୋଚନା କରିବା ଦ୍ଵାରା ଜଣାପଡେ ଯେ ଆପଣଙ୍କ ପିଲାଙ୍କର ମୋବାଇଲ ଅଭ୍ଯାସ ହୋଇଯାଇଛି ।

ଏଥିପାଇଁ 3 ପ୍ରକାରର ଚିକିତ୍ସା ରହିଛି । ନେଗେଟିଭ ବିଚାରରୁ ବାହାରି ପଜେଟିଭ ବିଚରା କରିବା, ଆଡିକସନ ଛାଡିବା ପାଇଁ ପରସ୍ପରକୁ ଉଶ୍ଚାହିତ କରିବା ଓ ପରିବାର ଲୋକଙ୍କୁ କେମିତି ସମ୍ଭାଳିବେ ତାହାର ଉପାୟ ଶିଖାଇବା । ଏହା ଛଡା ଆରମ୍ଭରୁ ଚେଷ୍ଟା କରିବା କିଭଳି ପିଲାଙ୍କୁ ମୋବାଇଲ ଠାରୁ ଦୂରେଇ ରଖାଯାଇ ପାରିବ । ଏଥିପାଇଁ ବାପା ମା ନିଜେ ଟିପ୍ସ ମାନିବା ଉଚିତ । ଯେମିତି ବାପା ମା ପିଲାଙ୍କ ଆଗରେ ମୋବାଇଲ ନ ବ୍ୟବହାର କରିବେ ।

ଜରୁରୀ ନ ଥିଲେ ଜମା ବି ପିଲାଙ୍କୁ ମୋବାଇଲ ଦେବେ ନାହିଁ । ପିଲାଙ୍କ ସହ ବାହାରକୁ ଯାଇ ଖେଳିବାର ଅଭ୍ଯାସ କରିବା ସହ ତାଙ୍କୁ ପାର୍କ ନେବା ଉଚିତ । ଏଭଳି ଭାବେ ପିଲାଙ୍କୁ ମୋବାଇଲ ଠାରୁ ଦୂରେଇ ରଖିପାରିବେ ।

Related Articles

Leave a Reply

Your email address will not be published. Required fields are marked *

Back to top button