ଓଡିଶା

ଗ୍ୟାସ ଲିକରୁ ଭୟାବହ ଅଗ୍ନିକାଣ୍ଡ, ଜଳିପୋଡ଼ି ପାଉଁଶ ହୋଇଗଲା ୭ ବଖରା ଘର

ଭଦ୍ରକ: ଗ୍ୟାସ ଲିକରୁ ଭୟାବହ ଅଗ୍ନିକାଣ୍ଡ । ଜଳିପୋଡ଼ି ପାଉଁଶ ହୋଇଗଲା ୭ ବଖରା ଘର । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ସରମରା ସାହୁ ସାହିରେ ଘଟିଛି ଏହି ଅଘଟଣ । କେବଳ ପିନ୍ଧା ଲୁଗାକୁ ଛାଡିଦେଲେ ନଷ୍ଟ ହୋଇଯାଇଛି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ।

ଗତକାଲି ରାତିରେ କାଳନ୍ଦୀ ସାହୁଙ୍କ ପରିବାର ଲୋକ ଶୋଇଥିବାବେଳେ ହଠାତ୍ ଗ୍ୟାସ ଲିକ୍ ହୋଇ ଚାଳ ଘରେ ନିଆଁ ଲାଗିଯାଇଥିଲା । ଫଳରେ ପରିବାର ସଦସ୍ୟ ଜୀବନ ବିକଳରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ । ଚାହୁଁ ଚାହୁଁ ଆଖି ଆଗରେ ଜଳି ପୋଡି ଛାରଖାର ହୋଇଗଲା ଘର । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏବେ ଖରା, ବର୍ଷାରେ ଖୋଲା ଆକାଶ ତଳେ ଜୀବନ ବିତାଉଛନ୍ତି କାଳନ୍ଦୀଙ୍କ ପରିବାର ଲୋକ । ତେଣୁ ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେବାକୁ ଗାଁଲୋକ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button