ନୀତି

ଭାଲୁ ସହିତ ଲଢ଼ି ମାଲିକଙ୍କ ଜୀବନ ବଞ୍ଚାଇଲେ ମଇଁଷି ପଲ – Utkal Mail


ନୂଆଦିଲ୍ଲୀ: କୁକୁର ଏକ ବିଶ୍ବାସଯୋଗ୍ୟ ପ୍ରାଣୀ ବୋଲି କୁହାଯାଇଥାଏ। କୁକୁର ତାର ମାଲିକ ପାଇଁ ଜୀବନ ଦେବାର ଅନେକ ଘଟଣା ସାମ୍ନାକୁ ଆସିଛି। ନିକଟରେ ଏକ ମଇଁଷି ତାର ମାଲିକଙ୍କ ଜୀବନ ବଞ୍ଚାଇଥିବାର ଘଟଣା ଚର୍ଚ୍ଚାରେ ରହିଛି।

ଏମିତି ଏକ ଘଟଣା ମଧ୍ୟପ୍ରଦେଶର ସୟୋପୁରରେ ଘଟିଛି। ଏଠାରେ ରାମ ପ୍ରସାଦ ନାମକ ଜଣେ ବ୍ୟକ୍ତି ବସବାସ କରନ୍ତି। ସେ ଜଙ୍ଗଳ ନିକଟସ୍ଥ ଜମିକୁ କାମ ପାଇଁ ଯାଇଥିଲେ। ଏତିକି ବେଳେ ହଠାତ ତାଙ୍କ ଉପରକୁ ଏକ ଭାଲୁ ଆକ୍ରମଣ କରିଥିଲା।

ମାଲିକଙ୍କୁ ଭାଲୁ ଆକ୍ରମଣ କରୁଥିବା ଦେଖି ମଇଁଷି ପଲ ନିଜ ଜୀବନକୁ ବାଜି ଲଗାଇ ଭାଲୁ ଉପରେ ଜଣକ ପରେ ଜଣେ ପାଲଟା ଆକ୍ରମଣ କରିଥିଲେ। ୨୦ଟି ମଇଁଷି ଆକ୍ରମଣରେ ଭାଲୁ ଭୟଭୀତ ହୋଇ ଜଙ୍ଗଲକୁ ଚାଲି ଯାଇଥିଲା।

ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଗ୍ରାମବାସୀମାନେ ପ୍ରସାଦଙ୍କୁ ଗୁରୁ୍ତର ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଡାକ୍ତର ପ୍ରସାଦଙ୍କ ଚିକିତ୍ସା ପରେ ସେ ବିପଦମୁକ୍ତ ଥିବା କହିଛନ୍ତି।

ଏହି ଘଟଣାକୁ ନେଇ ପ୍ରସାଦ କହିଛନ୍ତି,‘ ମଇଁଷିମାନେ ମୋତେ ଋଣୀ କରିଦେଲେ । ମୁଁ ତାଙ୍କ ଋଣ କେବେ ଶୁଝି ପାରିବି ନାହିଁ। ସେମାନେ ଏମିତି ମୋ ପାଇଁ ଜୀବନ ବାଜି ଲଗାଇ ଦେବେ କେବେ ଚିନ୍ତା ବି କରି ନଥିଲି।’




Related Articles

Leave a Reply

Your email address will not be published. Required fields are marked *

Back to top button