ବିଚାର

ପିତ୍ତଳ ବାସନ ରେ ଖାଇବା ଲାଭ ଶୁଣି ଷ୍ଟିଲ ରେ ଖାଇବା ଛାଡି ଦେବେ, ଲାଭ ବିଷୟରେ ଜାଣି ହୋଇ ଯିବେ ଆଶ୍ଚର୍ଯ୍ୟ

ଆଜିକା ସମୟରେ ମର୍ଡନ ଯୁଗ ରେ ସବୁ ପରିବାରତନ ହୋଇ ଯାଇଛି ଖାଇବା ସହ ବାସନ ମଧ୍ୟ ବଦଳି ଯାଇଛି, ଆଜିକା ସମୟ ରେ ଲୋକ ନୂଆ ସମୟ ରେ ଷ୍ଟିଲ ବାସନ ସହ ଟ୍ରେଣ୍ଡି ବୋନ ଚାଇନା ଓ କାଚ ବାସନ ଉପଯୋଗ କରୁଛନ୍ତି । ଲୋକ ଘରେ ପିତ୍ତଳ ବାସନକୁ ଆଉଟ ଅଫ ଟ୍ରେଣ୍ଡ ଭାବି କେବଳ ପୂଜା କରିବା ପାଇଁ ଉପଯୋଗ କରନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ ଏହାର ଲାଭ ବିଷୟରେ କହିବୁ ।

ପିତ୍ତଳ ବାସନରେ ଖାଇବା ଲାଭ ଜାଣି ଆପଣ ସବୁ ବାସନ ସାଇଡ କରିଦେବେ ଓ ପିତ୍ତଳ ବାସନ ରେ ଖାଇବା ଆରମ୍ଭ କରିବେ ।

ପିତ୍ତଳ ବାସନ ରେ ଖାଇଲେ ଏହି ଚମତ୍କାର ଲାଭ ହୋଇଥାଏ :

ଆପଣଙ୍କ ଘରେ ମଧ୍ୟ ଆପଣ ନିଜ ବଡ ଲୋକ ବା ବୁଢା ଲୋକଙ୍କ ଠାରୁ ଶୁଣିଥିବେ ଯେ ପିତ୍ତଳ ବାସନ ରେ ଖାଇଲେ ସ୍ୱାସ୍ଥ୍ୟ ବହୁତ ଭଲ ରହିଥାଏ, ଆମ ପୂର୍ବ ପୁରୁଷ ମଧ୍ୟ ପିତ୍ତଳ ବାସନ ରେ ଖାଦ୍ୟ ସେବନ କରୁଥିଲେ । ତେବେ ଆସନ୍ତୁ ଜାଣିବା ପିତ୍ତଳ ବାସନ ରେ ଖାଇବା ଲାଭକାରୀ ଗୁଣ ବିଷୟରେ ।

– ପିତ୍ତଳ ବାସନ ରେ ଖାଦ୍ୟ ଗ୍ରହଣ କଲେ ବହୁତ ପ୍ରକାର ରୋଗ ଦୂର ହୋଇଥାଏ:

ପିତ୍ତଳ ବାସନ ରେ ଖାଦ୍ୟ ଖାଇଲେ ବହୁତ ପ୍ରକାର ରୋଫ୍ଗ ଠାରୁ ମୁକ୍ତି ମିଳି ଥାଏ ଓ ଶରୀର ରେ ଏନର୍ଜି ସମାନ ଭାବରେ ଥାଏ, ଏହାଛଡା ରାତି ସାରା ପିତ୍ତଳ ବାସନ ରେ ପାଣି ରଖି ସକାଳେ ସେହି ପାଣି ପିଳେ ପେଟ ସବୁ ପ୍ରକାର ଅସୁବିଧା ଦୂର ହୋଇଥାଏ ।

– ପିତ୍ତଳ ବାସନ ଊର୍ଜା ବଞ୍ଚାଇ ଥାଏ :

ପିତ୍ତଳ ବାସନ ଷ୍ଟିଲ ଠାରୁ ଜଲ୍ଦି ଗରମ ହୋଇଥାଏ ଯାହା ଫଳରେ ଖାଇବା ଜଲ୍ଦି ହୋଇଥାଏ । ଷ୍ଟିଲ ବାସନ ରେ ଗ୍ୟାସ ଅଧିକ ଖର୍ଚ ହୋଇଥାଏ କିନ୍ତୁ ପିତ୍ତଳ ବାସନ ରେ ରୋଷେଇ ଜଲ୍ଦି ସଋ ଥାଏ ଯାହା ଫଳରେ ଆପଣଙ୍କ ଗ୍ୟାସ ଓ ସମୟ ଦୁହେଁ ବଞ୍ଚି ଯାଏ ।

– ଜ୍ୟୋତିଷ ଶାସ୍ତ୍ର ଅନୁଯାଇ ପିତ୍ତଳ ବାସନ ଲାଭ :

ପିତ୍ତଳ ହଳଦିଆ ରଙ୍ଗ ର ହୋଇଥାଏ ଯାହା ଆମ ଆଖି ପାଇଁ ବହୁତ ଲାଭକାରୀ ହୋଇଥାଏ ଏହା ଛଡା ହଳଦିଆ ରଙ୍ଗ ବୃହସ୍ପତି ଗ୍ରହ ସୂଚକ ହୋଇଥାଏ ଓ ଏମିତିକା ମାନ୍ୟତା ଅଛି ଯେ ପିତ୍ତଳ ବାସନ ରେ ରୋଷେଇ କଲେ ବା ପିତ୍ତଳ ବାସନ ରେ ଖାଇଲେ ବୃହସ୍ପତି ଗ୍ରହ ଶାନ୍ତ ହୋଇଥାଏ ଏବଂ ଜୀବନ ରେ ସୁଖ ଶାନ୍ତି ଆସି ଥାଏ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button