ମନୋରଞ୍ଜନ

ମୁଁ ପ୍ରଭୁ ହନୁମାନଙ୍କ ଭକ୍ତ, ଏବେ ପ୍ରେମ ସେତୁ ନୁହେଁ ରାମସେତୁରେ ଯିବି… ପ୍ରେମ ବିଷୟରେ କାହିଁକି ଏମିତି କହିଲେ Anubhav Mohanty, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଲିଉଡ ଷ୍ଟାର ଅନୁଭବ ମହାନ୍ତି ଙ୍କୁ ବେଶ ଭଲ ଭାବେ ଜାଣିଥିବେ । ସେ ନିଜର ଅଭିନୟ ଛଡା ବ୍ୟକ୍ତିଗତ ଜୀବନକୁ ନେଇ ଅନେକ ସମୟରେ ଚର୍ଚ୍ଚା ରେ ରହିଥାନ୍ତି । ଗତ କିଛି ସମୟ ହେବ ତାଙ୍କୁ ନେଇ ଏକ ଭିଡିଓ ଭାଇରାଲ ହୋଇଛି ଯାହା ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ । ମୁଁ ଏବେ ପ୍ରଭୁ ହନୁମାନ ଙ୍କର ଭକ୍ତ । ବହୁତ ହୋଇଗଲା ପ୍ରେମ ଆଉ ଏବେ ପ୍ରେମ ଦରକାର ନାହି । ଯେତିକି ପ୍ରେମ କରିଲି ସେତିକି ନାମ ମଧ୍ୟ ନେଲି ।

ମୋର ଏ ଜନ୍ମରେ ନୁହେଁ କି ହଜାର କି ଲକ୍ଷେ ଜନ୍ମରେ ନୁହେଁ ଯେତେ ଜନ୍ମ ନେଲେ ବି ତାଙ୍କୁ ଆଉ ପ୍ରେମ କରି ପାରିବି ନାହି । ଥରେ ପ୍ରେମ କରିଲି ବାଟ ବଣା ହେଲି ଆଉ ନାମ ମଧ୍ୟ ନେଲି । ଆଉ ନାମ ନେଲା ପରେ ପୁଣି ଥରେ କଣ ମୁଁ ପ୍ରେମ କରିବି । ଏମିତି କିଛି କଥା କହିଛନ୍ତି ଓଲିଉଡ ସୁପର ଷ୍ଟାର ତଥା କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ବିଫଳ ପ୍ରେମକୁ ନେଇ ନିଜର ଇମୋଶନ ସେ ବଖାଣିଛନ୍ତି । ଏମିତି ଲାଗୁଛି ଅନୁଭବ ସତରେ ଆଉ କେବେ ହେଲେ ବି ପ୍ରେମ କରିବେ ନାହି ।

କାରଣ ସେ ପ୍ରେମର ବାଦ ଖଟା କି ମିଠା ଚାଖି ସାରିକନ୍ତି । ହେଲେ ତାଙ୍କ ମୁହଁ ରେ ଏମିତି କଥା ଶୁଣିବା ପରେ ତାଙ୍କ ସାଥିରେ ଥିବା ବନ୍ଧୁ ଆନେ କହୁଛନ୍ତି ଏ ସବୁ ଅନୁଭବ ଙ୍କର ବାହାନ ବୋଲି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଲଣ୍ଡନ ର ଏକ ବ୍ରିଜ ରେ । ଯେଉଁ ଥରେ ବର୍ଷା କାରଣରୁ ଛିଡା ହୋଇ ପୁରା ଟିମ ସହ ମଜା ମସ୍ତି କରିଛନ୍ତି ଅନୁଭବ । ଆଉ ସେହି ମଜା ମସ୍ତି ଭିତରେ କହୁଛନ୍ତି କି ମୁଁ ଏବେ ଶ୍ରୀ ରାମ ଓ ହନୁମାନ ଙ୍କ ଭକ୍ତ ମୋର ଆଉ ପ୍ରେମ ଦରକାର ନାହି । ଯେତିକି ପ୍ରେମ କରିଲି ସେତିକି ନାମ ମଧ୍ୟ ନେଲି ।

ଆଉ ଲକ ସେତୁରେ ନୁହେଁ ମୁଁ ଏବେ ରାମଙ୍କ ସେତୁରେ ଜୀବି ବୋଲି ସଫା ସଫା କହି ଦେଇଛନ୍ତି ଅନୁଭବ ମହାନ୍ତି । ତେବେ ଏହା ସହ “ଲଭ ଇନ ଲଣ୍ଡନ” ଫିଲ୍ମ ର ଶୁଟିଙ୍ଗ ସେଟ ରେ ହୋଇଥିଲା । ଅନୁଭବ ଏସବୁ ଏଥିପାଇଁ କହିଥିଲେ କି ତାଙ୍କର ଓ ସ୍ତ୍ରୀ ବର୍ଷା ଙ୍କ ଭିତରେ ପାରିବାରିକ ବିବାଦ ଲାଗି ରହିଛି । ଏହି ବିବାଦର ବିଲକୁଲ ସମାଧାନ ହୋଇପାରୁ ନାହି । ଅନୁଭବ ତାଙ୍କର ବୈବାହିକ ସମ୍ପର୍କ ରୁ ବିଛିନ ହେବାକୁ ଚାହୁଁ ଛନ୍ତି ।

ସେ ସୋସିଆଲ ମିଡିଆରେ ପ୍ରେମ କରି ବହୁତ ଅନୁତାପ କରୁଛନ୍ତି ବୋଲି ଅନେକ ଥର କହିଛନ୍ତି । ଯଦି ଦେଖିବା ଷ୍ଟାର ଦମ୍ପତି ଙ୍କ ପାରିବାରିକ ବିବାଦ ମାମଲା ଏବେ କଟକ ଫ୍ୟାମିଲି କୋର୍ଟ ରେ ବିଚାରଧିନ ଅବସ୍ଥାରେ ରହିଛି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button