ଜୀବନଶୈଳୀ

ବାସ୍ତୁ ଅନୁଯାଇ ଅନ୍ୟକୁ ଟଙ୍କା ଦେବା ସମୟରେ ମାନନ୍ତୁ ଏହି ନିୟମ, ନଚେତ୍, ମାଁ ଲକ୍ଷ୍ମୀ ହେବେ ଅସନ୍ତୁଷ୍ଠ ଏବଂ ହୋଇଯିବେ ଦରିଦ୍ର….

ବେଳେବେଳେ ଆମେ ଅନ୍ୟକୁ ଟଙ୍କା ପଇସା ଦେଇ ସାହାଯ୍ୟ କରିଥାଉ। କିନ୍ତୁ, ପ୍ରାୟତଃ ଆମ୍ଭେ ଯେମିତି ଟଙ୍କା ଦେଇଥାଉ ସେମିତି ଟଙ୍କା ଫେରିନଥାଏ। ବିଭିନ୍ନ ସମୟରେ ଟଙ୍କା ଫେରି ପାଇବାପାଇଁ ଡେରି ହୋଇଥାଏ କିମ୍ବା ଟଙ୍କା ଆମେ କଦାପି ଫେରି ପାଇନଥାଉ।

ତେବେ, ଅନ୍ୟକୁ ଅର୍ଥ ଉଧାର ଆକାରରେ ଦେବା ସମୟରେ ଆମେ ଏପରି କିଛି ଭୁଲ କରିଥାଉ ଯାହାକି ଆମ୍ଭ ପାଇଁ ସମସ୍ୟା ସୃଷ୍ଟି କରିପାରେ। ଶ୍ରଦ୍ଧା ଓ ବିଶ୍ୱାସ ରେ ଯଦି ଆମେ କିଛି ନିୟମ ଗୁଡ଼ିକୁ ମାନି ଅନ୍ୟକୁ ଅର୍ଥଋଣ ଦେବା ତେବେ ମାତା ଲକ୍ଷ୍ମୀ ଆମ ଉପରେ ସନ୍ତୁଷ୍ଟ ରହିବେ। ତେବେ, ଆସନ୍ତୁ ଜାଣିବା ଏହାର କିଛି ନିୟମ:-

୧. ବାସ୍ତୁ ଅନୁଯାଇ ଆପଣ ଅନ୍ୟକୁ ପଇସା ଦେବା ସମୟରେ ନିଜ ମୁହଁକୁ ସଦାସର୍ବଦା ଉତ୍ତର ଦିଗକୁ କରି ଦିଅନ୍ତୁ।

Money

୩. ପୂଜା ସ୍ଥାନରେ ରଖିଥିବା ପଇସାରୁ କେବେବି କାହାକୁ ଋଣ ପ୍ରଦାନ କରନ୍ତୁ ନାହିଁ। ଏହା ଦ୍ବାରା ଆପଣଙ୍କର ଟଙ୍କା ପଇସାର ଅଭାବ ସୃଷ୍ଟି ହୋଇପାରେ।

୪. ଟଙ୍କା ମା ଲକ୍ଷ୍ମୀଙ୍କର ରୂପ ହୋଇଥାଏ। ତେଣୁ ଏହାକୁ ଅପରିଷ୍କାର ହାତରେ ଅନ୍ୟକୁ ଦେବା ଅନୁଚିତ ଅଟେ। ଏପରି କରିବା ଦ୍ବାରା ଏହି ଧନ ଆପଣଙ୍କ ପାଖକୁ ଫେରିନଥାଏ।

Giving money

୫. ଆପଣ ଅନ୍ୟକୁ ଅର୍ଥ ଦେବା ସମୟରେ ନିଜର ଡାହାଣ ହାତରେ ଦିଅନ୍ତୁ। କାରଣ ବାମ ହାତରେ ଦେଇଥିବା ଟଙ୍କା ପଇସା କଦାପି ଫେରିନଥାଏ।

Money and vastu

୬. ମନେରଖନ୍ତୁ ଋଣ ଦେଇଥିବା ବ୍ୟକ୍ତିଙ୍କଠାରୁ ପଇସା ଫେରିପାଇବା ବେଳେ ତାଙ୍କ ନିକଟରୁ ଦୁଇ ହାତରେ ସହୃଦୟରେ ଟଙ୍କା ଆଣନ୍ତୁ। ଆପଣ ଏହି ସବୁ ନିୟମ ମାନିଲେ ଦେଖିବେ ଆପଣ କେବେବି ଅନ୍ୟକୁ ଉଧାର ଦେଇ ଦରିଦ୍ର ହେବେ ନାହିଁ। ମାଆ ଲକ୍ଷ୍ମୀଙ୍କ କରୁଣ କୃପା ଆପଣଙ୍କ ଉପରେ ସବୁବେଳେ ରହିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button