ଜୀବନଶୈଳୀ

“ତୁ ହିଁ ମୋ ଆରମ୍ଭ ତୁ ହିଁ ମୋ ଶେଷ, ତୋ ଛଡା…” ନିଜ ପତ୍ନୀଙ୍କ ପାଇଁ କିଛି ଏମିତି କହିଲେ ହାସ୍ୟ ଅଭିନେତା Gudu, ଦେଖନ୍ତୁ Gudu ଓ ପତ୍ନୀ Priyanka ଙ୍କ Exclusive Interview

ନମସ୍କାର ବନ୍ଧୁଗଣ ତେବେ ପ୍ରତ୍ୟେକ ବର୍ଷ ଫେବୃଆରୀ ୧୪ ତାରିଖକୁ ପ୍ରେମ ଦିବସ ବା ଭାଲେଣ୍ଟାଇନ୍ କ୍ଲାଉଡ଼ିୟସ ଡ଼େ ଭାବରେ ପାଳନ କରାଯାଏ । ଏହି ଦିନ କପଲ୍ସ ଗୋଲାପ ଫୁଲ, ଚକୋଲେଟ ଓ ଅନେକ ପ୍ରକାର ଉପହାର ପରସ୍ପରକୁ ଦେଇ ତାଙ୍କ ଭଲ ପାଇବାକୁ ପ୍ରମାଣିତ କରିଥାନ୍ତି । ଏହି ଦିନର ଇତିହାସ ରୋମରୁ ଆରମ୍ଭ ହୋଇଛି । ରୋମର ସନ୍ଥ ଭାଲେଣ୍ଟାଇନ ପୂରା ଦୁନିଆରେ ପ୍ରେମ ବାଣ୍ଟିବାକୁ ଚାହୁଁଥିଲେ। କିନ୍ତୁ ରୋମର ରାଜା ସମ୍ରାଟ କ୍ଲାଉଡ଼ିୟସଙ୍କୁ ଏହି କଥା ପସନ୍ଦ ନଥିଲା ।

କ୍ଲାଉଡ଼ିୟସଙ୍କୁ ଲାଗୁଥିଲା ରୋମର ଲୋକମାନେ ତାଙ୍କ ପତ୍ନୀ ଓ ପରିବାରଙ୍କ ସହିତ ମଜଭୂତ ସମ୍ପର୍କ ଥିବା ଯୋଗୁ ସେନାରେ ଭର୍ତ୍ତି ହୋଇପାରୁ ନାହାଁନ୍ତି । ଅଧିକ ଲୋକ କିପରି ସେନାରେ ଭର୍ତ୍ତି ହେବେ ସେଥିପାଇଁ ରାଜା କ୍ଲାଉଡିୟସ ବିବାହ ଉପରେ ପ୍ରତିବନ୍ଧ ଲଗାଇଦେଲେ । ରାଜାଙ୍କର ଏହି ଆଦେଶକୁ ସନ୍ଥ ଭାଲେଣ୍ଟାଇନ୍ ବିରୋଧ କରିଥିଲେ । ଏହି ବିରୋଧ ମଧ୍ୟରେ ସେ ଅଧିକାରୀ ଓ ସୈନିକମାନଙ୍କ ବିବାହ କରାଇଥିଲେ । ସନ୍ଥଙ୍କ ଏହି ବିରୋଧରେ କ୍ଷୁବ୍ଧ ହୋଇ ରାଜା କ୍ଲାଉଡ଼ିୟସ୍ ତାଙ୍କୁ ୧୪ ଫେବୃଆରୀ ଦିନ ଫାଶୀ ଦେଇଥିଲେ ।

ସେଥିପାଇଁ ସନ୍ଥ ଭାଲେଣ୍ଟାଇନଙ୍କ ସ୍ମୃତିରେ ୧୪ ଫେବୃଆରୀକୁ ପ୍ରେମ ଦିବସ ବା ଭାଲେଣ୍ଟାଇନ ଡେ ଭାବରେ ପାଳନ କରାଯାଏ । ତେବେ ଏହି ଦିନ ପ୍ରେମୀ ଯୁଗଳ ମାନେ ପରସ୍ପର ପ୍ରତି ନିଜର ପ୍ରେମକୁ ଦେଖାଅ ଥାଆନ୍ତି ଏବଂ ପରସ୍ପରକୁ ଖୁବ ଭଲ ପାଇବା ମଧ୍ୟ ପ୍ରଦାନ କରିଥାନ୍ତି । ତେବେ ସେହି ଭଳି ଆଜି ଆମେ ଏକ ପ୍ରେମୀ ଯୁଗଳଙ୍କ ବିଷୟରେ କଥା ବାର୍ତ୍ତା ହେବା ।
ତେବେ ଏହି ପ୍ରେମୀ ଯୁଗଳ ହେଉଛନ୍ତି ଓଲିଉଡ ର କମେଡିଆନ ଗୁଡୁ ଏବଂ ତାଙ୍କ ସ୍ତ୍ରୀ ପ୍ରିୟଙ୍କା ।

ତେବେ ଆପଣ ମାନେ ଜାଣିଥିବେ କି ତେବେ ସେ ଅନେକ ଫିଲ୍ମ ଓ ଟିଭି ସୋରେ ହାସ୍ୟ ଅଭିନେତା ରୂପେ ନଜର ଆସିଛନ୍ତି । ତେବେ ଗୁଡୁ କେନ୍ଦ୍ରାପଡା ରାଜନଗର ର ପ୍ରିୟଙ୍କା ରାଉତଙ୍କୁ ବିବାହ କରି ନିଜ ଜୀବନ ସାଥି କରିଥିଲେ । ତେବେ ଗୁଡୁ ଓ ପ୍ରିୟାଙ୍କା ପ୍ରଥମେ ସୋସିଆଲ ମିଡିଆ ଦ୍ଵାରା ପରସ୍ପର ସହ ବନ୍ଧୁତା କରିଥିଲେ । ୪୬ ଦିନ ପର୍ଯ୍ୟନ୍ତ ଏହି ଦୁଇଜଣ ପରସ୍ପର ସହ କଥା ହୋଇ ପ୍ରେମ କରିଥିଲେ । ପରେ ସେ ଭୁବନେଶ୍ଵରର ଏକ ଘରୋଇ ସଂସ୍ଥାରେ ବିବାହ କରିଥିଲେ ।

ଗୁଡୁ ଓ ପ୍ରିୟଙ୍କା କୋଭିଡ ନିୟମର ପାଳନ କରି ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ଏହି ଦୁଇଜଣଙ୍କ ବିବାହରେ ତାଙ୍କ ପରିବାର ଲୋକ ଉପସ୍ଥିତ ଥିଲେ । ତେବେ ବର୍ତ୍ତମାନ ଭାଲେଣ୍ଟାଇନ ର ଅବସର ରେ ତାଙ୍କ ଦୁଇ ଜଣଙ୍କୁ କିଛି ପ୍ରଶ୍ନ କରା ଯାଇଥିଲା । ଯେଉଁଥିରେ ଦୁଇ ଜଣ ଖୁବ ମଜା ମସ୍ତି କରୁଥିଲେ । ତେବେ ଗୁଡୁ କହିଥିଲେ କି ସେ ବହୁତ ଭାଗ୍ୟବାନ କି ସେ ପ୍ରିୟଙ୍କା ଭଳି ସ୍ତ୍ରୀ ପାଇଛନ୍ତି କାରଣ ତାଙ୍କର କୌଣସି ଡ଼ିମାଣ୍ଡ ନଥାଏ ସେ ଯଦି ରାଗି ଯିବ କିମ୍ବା କୌଣସି ଝଗଡା ହୁଏ ତେବେ ତାକୁ ଥମସ୍ଅପ ଦେଇଦେଲେ ସେ ଖୁସି ହୋଇଯିବ।

ଏହା ସହ ସେ ଛୋଟ ଛୁଆଁ ଙ୍କ ଭଳି କୁରକୁରେ ଦରକାର ଚକଲଟେ ଦରକାର ଲିଟଲ ହାର୍ଟ ପସନ୍ଦ ପେପର ବୋଟ ପିଇବି ଏବଂ ସେ ନିଜର ଖଟ ପାଖରେ ଡ୍ର ରଖିଛି ଯେଉଁଥିରେ ଏହି ସବୁ ଜିନିଷ କୁ ସେଇଠାରେ ସାଇତି କରି ରଖିଛି ଯେମିତି ବ୍ୟାଙ୍କ ର ଲକର ରେ ସୁନା ରଖାଯାଏ ସେହିଭଳି । ତେବେ ପ୍ରିୟଙ୍କା ମଧ୍ୟ କହିଥିଲେ କି ସେ ଗୁଡୁ ଙ୍କୁ ବାହା ହୋଇ ବହୁତ ଖୁସିରେ ଅଛନ୍ତି କିଛି କହିବା ଆଗରୁ ସେ ମନ କଥା ଜାଣି ନେଉଥାନ୍ତି ସବୁ ଇଚ୍ଛା କୁ ପୂରଣ କରି ଦିଅନ୍ତି ଏହା ଠାରୁ ଅଧିକ ଆଉ କିଛି ଦରକାର ନାହିଁ ।

ତେବେ ଶେଷ ରେ ଗୁଡୁ କହିଥିଲେ କି ସମ୍ପର୍କ ରେ ବିଶ୍ୱାସ ରହିବା ନିହାତି ଆବଶ୍ୟକ ଏହି ବିଶ୍ୱାସ ଦ୍ୱାରା ହିଁ ଜୀଵନ ବହୁତ ସୁଖରେ ଗତି କରେ କୌଣସି କଷ୍ଟ କିମ୍ବା ସମସ୍ୟା ଆସେ ନାହିଁ । ନିଜ ସମ୍ପର୍କ ରେ ବିଶ୍ୱାସ ରଖ ଏବଂ ଦୁହେଁ ଖୁସି ରେ ରୁହ । ତେବେ ଶେଷ ରେ ଗୁଡୁ ପ୍ରିୟଙ୍କା ଙ୍କୁ କହିଥିଲେ କି ତୁ ହିଁ ଆରମ୍ଭ ତୁ ହିଁ ଶେଷ । ତେବେ ଆପଣ ଙ୍କୁ ଏହି ଲେଖା କିପରି ଲାଗିଲା ନିଜର ମତାମତ ନିଶ୍ଚିତ ଜଣାନ୍ତୁ।

Related Articles

Leave a Reply

Your email address will not be published. Required fields are marked *

Back to top button