କ୍ରୀଡା

କଳିଙ୍ଗ ବିଜୟରୁ ଓଡ଼ିଶା ଏଫ୍‌ସି ଅଭିଯାନ – Utkal Mail


ଭୁବନେଶ୍ବର: ଆଇଏସ୍‌ଏଲ୍‌ରେ ଓଡ଼ିଶା ଏଫ୍‌ସି ବିଜୟରୁ ଅଭିଯାନ ଆରମ୍ଭ କରିଛି। ଘରୋଇ ପଡ଼ିଆରେ ଖେଳିଥିବା ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ଏଫ୍‌ସି ୨-୦ ଗୋଲ୍‌ରେ ଚେନ୍ନାୟିନ୍‌ ଏଫ୍‌ସିକୁ ପରାସ୍ତ କରିଥିଲା। ବର୍ଷା ଯୋଗୁଁ ବିଳମ୍ବରେ ଆରମ୍ଭ ହୋଇଥିବା ମ୍ୟାଚ୍‌ରେ ଘରୋଇ ଦଳ ପ୍ରଥମରୁ ଆଧିପତ୍ୟ ବିସ୍ତାର କରିଥିଲା। ପ୍ରଥମାର୍ଦ୍ଧ ଶେଷ ହେବାର ଗୋଟିଏ ମିନିଟ୍‌ ପୂର୍ବରୁ ଏମି ରାଣାୱାଡେଙ୍କ ପାସ୍‌କୁ ଜେରି ମାୱିମିଙ୍ଗଥାଙ୍ଗା ପୋଷ୍ଟର ବାମପଟ କଣକୁ ମାରି ପ୍ରଥମ ଗୋଲ୍‌ ଦେଇଥିଲେ। ହେଲେ ଏତିକିରେ ଓଡ଼ିଶା ଏଫ୍‌ସି ଅଟକି ନଥିଲା।

୬୨ ମିନିଟ୍‌ରେ ପ୍ରତିପକ୍ଷର ନିନ୍‌ଥୋଇଙ୍ଗାବା ମେଇତେଇ ଫାଉଲ୍‌ ମାରିବାରୁ ଓଡ଼ିଶାକୁ ଫ୍ରି କିକ୍‌ ମିଳିଥିଲା। ଯାହାଫଳରେ ୬୩ ମିନିଟ୍‌ରେ ଘରୋଇ ତାରକା ଖେଳାଳି ଡିଏଗୋ ମୌରିସିଓ ତାହାକୁ ପୋଷ୍ଟର ଅତି ନିକଟକୁ ଆଣି ସହଜ ଗୋଲ୍‌ ଦେଇଥିଲେ। ଶେଷ ପର୍ଯ୍ୟନ୍ତ ଚେନ୍ନାୟିନ୍‌ ଏଫ୍‌ସି ଯେତେ ଚେଷ୍ଟା କରିଥିଲେ ବି ଓଡ଼ିଶା ରକ୍ଷଣଭାଗକୁ ଭେଦିପାରିନଥିଲା। ୨୮ ତାରିଖରେ ଓଡ଼ିଶା ଏଫ୍‌ସି ପରବର୍ତ୍ତୀ ଘରୋଇ ମ୍ୟାଚ୍‌ରେ ମୁମ୍ବାଇ ସିଟିକୁ ଭେଟିବ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button