ଜୀବନଶୈଳୀ

ଏହି ସବୁ ସଙ୍କେତରୁ ଜାଣନ୍ତୁ ଯେ ଘରେ ଖରାପ୍ ଶକ୍ତିର ପ୍ରଭାବ ପଡିଛିକି ନାହିଁ

ଗରୁଡ଼ ପୁରାଣ ଅନୁସାରେ ସଂସାରରେ ଭଲ ଶକ୍ତି ଓ ଖରାପ୍ ଶକ୍ତି ଅଛି ସେଥିପାଇଁ ଜୀବନରେ ସୁଖ ଦୁଃଖ ସବୁ ବେଳେ ଲାଗିରୁହେ। କିନ୍ତୁ ଯେତେବେଳେ ଖରାପ୍ ଶକ୍ତିର ପ୍ରଭାବ ବଢିଯାଏ ସେତେବେଳେ ଜୀବନରେ ସବୁବେଳେ ଦୁଃଖ ଲଗିରୁହେ। ସେଥିପାଇଁ ସବୁବେଳେ ସାବଧାନ ରହିବା ଦରକାର ଯେମିତି ଖରାପ୍ ଶକ୍ତିର ପ୍ରଭାବ ନପଡ଼ିବ।

ଗରୁଡ଼ ପୁରାଣ ଅନୁସାରେ ଅଇଁଠା ଥାଳି କିମ୍ଵା ଅଇଁଠା ଗ୍ଲାସ୍ ରେ କାହାକୁ ପାଣି ପାଇବାକୁ କିମ୍ୱା ଖାଇବାକୁ ଦେବା ଉଚିତ୍ ନୁହେଁ। କାରଣ ଅଇଁଠା ଜିନିଷରେ ଖାଇଲେ ରହୁଙ୍କର ଖରାପ୍ ପ୍ରଭାବ ପଡେ। ଏବଂ ଜଣକ ଠାରୁ ଜୀବାଣୁ ଅନ୍ୟ ଜଣଙ୍କ ପାଖକୁ ସଂକ୍ରମିତ ହେଇ ଭୟଙ୍କର ଦେହ ଖରାପ ହୁଏ ସେଥିପାଇଁ ସବୁବେଳେ ଘର ବାସନ ଧୋଇକି ଖାଦ୍ୟ ଖାଇବା ଆବଶ୍ୟକ।

ଘରେ ସବୁବେଳେ ଅଶାନ୍ତି ଲାଗି ରହିଛି, ଘର ସଫା କଲା ପରେ ମଧ୍ୟ ଗନ୍ଧ ହେଉଛି, କାଚ ଜିନିଷ ଭାଙ୍ଗି ଯାଇଛି,କ୍ଷୀର ମନକୁ ମନ ଛିଡି ଯାଉଛି, ରାତିରେ କୋଇଲିର ସ୍ୱର ଶୁଣା ଯାଉଛି, ଯେତେ ଖାଇଲେ ମଧ୍ୟ ପେଟ ପୁରୁ ନାହିଁ ଏମିତି କିଛି ସଙ୍କେତ ଯଦି ଘରେ ଦେଖା ଯାଏ ତେବେ ଆପଣ ଜାଣି ଯାଆନ୍ତୁ ଯେ ଘରେ ଦୁଷ୍ଟ ଶକ୍ତିର ପ୍ରଭାବ ପଡିଛି। ସେଥିପାଇଁ ଘରେ ମହାବୀର ହନୁମାନଙ୍କ ପୂଜା କରିବା ଉଚିତ୍ ଯାହାଦ୍ଵାରା ଘରୁ ଦୁଷ୍ଟ ଶକ୍ତିର ପ୍ରଭାବ କମିଯିବ।

ସାଧାରଣତଃ ଲୋକମାନଙ୍କୁ ରାତିରେ ପରିସ୍ରା ଲଗେ କିନ୍ତୁ କଣ ଆପଣ ମାନେ ଜାଣିଛନ୍ତି ରାତି ୩ଟା ରୁ ରାତି ୫ଟା ପର୍ଯ୍ୟନ୍ତ ଆଡେ ସାଡେ ପରିସ୍ରା କରିବା କଥା ନୁହଁ। କାରଣ ରାତି ୩ଟା ରୁ ରାତି ୫ଟା ଭୂତ ପ୍ରେତ ଏବଂ ଗୁଣିଆମାନଙ୍କ ପାଇଁ ଶୁଭ ସମୟ ସେମାନେ ଏଇ ସମୟରେ ବାହାରେ ଘୁରି ବୁଲନ୍ତି ସେଥିପାଇଁ ଆଡେ ସାଡେ ପରିସ୍ରା କଲେ ଆମ ପରିସ୍ରା ଜରିଆରେ ସେମାନେ ଆମ ଶରୀରରେ ପ୍ରବେଶ କରି ଯାଆନ୍ତି ସେଥିପାଇଁ ବାହାରେ ପରିସ୍ରା ନକରି ରାତିରେ ଘରେ ପରିଶ୍ରା କରିବା ଉଚିତ୍।

ଆଉ କାହାର ଚପଲ କିମ୍ୱା ବସ୍ତ୍ର କେବେବି ପରିଧାନ କରନ୍ତୁ ନାହିଁ କାରଣ ଆଉ କାହାର ଜିନିଷ ବ୍ଯବହାର କଲେ କୁଣ୍ଡଳୀ ଦୋଷ ଦେଖା ଯାଏ ଯେଉଁଥିପାଇଁ ଶନିଦେବଙ୍କର କୁ ଦୃଷ୍ଟି ପଡ଼େ।

ଗରୁଡ଼ ପୁରାଣ ଅନୁସାରେ ସନ୍ଧ୍ୟା ସମୟରେ ଭୋଜନ କରିବା, ପାଠ ପଢିବା ଏବଂ ଶୋଇବା ଉଚିତ୍ ନୁହଁ। ସନ୍ଧ୍ୟା ସମୟରେ କେବଳ ଭଗବାନଙ୍କୁ ଆରାଧନା କରିବା ଉଚିତ୍। ଯାହାଦ୍ଵାରା ଘରେ ସବୁବେଳେ ସୁଖ ଶାନ୍ତି ଲାଗି ରହିବ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button