ନାଗ ପଞ୍ଚମୀ 2023ରେ କେବେ ପଡୁଛି ? ପୂଜା କରିବାର ବିଧି, ଶୁଭ ମୂହୁର୍ତ୍ତ ଓ ଏହି ଦିନ କଣ କରିବା ଉଚିତ ଓ ଅନୁଚିତ ଅଟେ ?

ବନ୍ଧୁଗଣ ଶ୍ରାବଣ ମାସର ଶୁକ୍ଳ ପକ୍ଷ ର ପଞ୍ଚମୀ ରେ ନାଗ ପଞ୍ଚମୀ ପାଳନ କରା ଯାଇଥାଏ । ଜ୍ଯୋତିଷ ଅନୁସାରେ ପଞ୍ଚମୀ ତିଥି ର ସ୍ଵାମୀ ନାଗ ଦେବଟା ଅଟନ୍ତି । ଏହି ଦିନ ବିଶେଷ ରୂପରେ ନାଗ ଦେବତାଙ୍କର ପୂଜା ଅର୍ଚ୍ଚନା କରିବାର ବିଧି ରହିଛି । ମାନ୍ୟତା ଅନୁଯାୟୀ ନାଗ ପଞ୍ଚମୀ ଦିନ ପୂଜା କରିବା ଦ୍ଵାରା ଆଧ୍ୟାତ୍ମିକ ଶକ୍ତି, ଧନ ଓ ମନ ବାଞ୍ଛା ଫଳ ପ୍ରାପ୍ତ ହୋଇଥାଏ । ଆଜି ଆମେ ଜାଣିବା ୨୦୨୩ ନାଗ ପଞ୍ଚମୀ କେବେ ପଡୁଛି, ପୂଜା କରିବାର ବିଧି ଓ ଶୁଭ ମୁହୂର୍ତ୍ତ ଓ ଏହି ଦିନ କରିବା ଉଚିତ ଓ ଅନୁଚିତ ଅଟେ ।
୨୦୨୩ ବର୍ଷ ନାଗ ପଞ୍ଚମୀ ର ପର୍ବ ୨୧ ଅଗଷ୍ଟ ରେ ପାଳିତ ହେବାକୁ ଯାଉଛି । ନାଗ ପଞ୍ଚମୀ ର ଶୁଭ ମୂହୁର୍ତ୍ତ ହେଉଛି ୨୧ ଅଗଷ୍ଟ ସକାଳ ୬:୧୦ ମିନିଟ ରୁ ଆରମ୍ଭ ହୋଇ ୮:୩୮ ମିନିଟ ରେ ସେସ ହେବ । ପଞ୍ଚମୀ ତିଥି ର ଆରମ୍ଭ ହେବ ୨୧ ଅଗଷ୍ଟ ସକାଳ ୧୨:୨୧ ମିନିଟ ଓ ସମାପ୍ତ ହେବ ୨୨ ଅଗଷ୍ଟ ପ୍ରାତଃ କାଳ ୨ଟା ସମୟରେ । ଧାର୍ମିକ ମାନ୍ୟତା ଅନୁଯାୟୀ ନାଗ ପଚାମି ଦିନ ପ୍ରାତଃ କାଳ ରୁ ସ୍ବଚ୍ଛ ବସ୍ତ୍ର ଧାରଣ କରି କରନ୍ତୁ ।
ପୂଜା ସ୍ଥଳରେ ଏକ ଚୌକି ଉପରେ ନାଗ ଦେବତାଙ୍କ ଚିତ୍ର ବା ପ୍ରତିମା ସ୍ଥାପନ କରନ୍ତୁ । ସର୍ବ ପ୍ରଥମେ ଜଳରେ କଞ୍ଚା କ୍ଷୀର, ଚିନୀ, ଘିଅ ମିଶାଇ ଅଭିଷେକ କରନ୍ତୁ । ଏହା ପରେ ହଳଦୀ, ରୋଲି, ସୁଗନ୍ଧିତ ଫୁଲ ନାଗ ଦେବତାଙ୍କୁ ଅର୍ପଣ କରନ୍ତୁ । ନାଗ ଦେବତାଙ୍କ ପୂଜା କରିବା ପରେ ଆରତୀ କରନ୍ତୁ । ଏହା ପରେ ନାଗ ପଞ୍ଚମୀ ବ୍ରତ କଥା ପଢନ୍ତୁ ବା ଶୁଣନ୍ତୁ ।
ମାନ୍ୟତା ଅଛି ଦିନ ଦିନ ନାଗ ଦେବତାଙ୍କ ପୂଜା କରିବା ଦ୍ଵାରା କାଳସର୍ପ ଦୋଷ ର ପ୍ରଭାବ କମ ହୋଇଥାଏ । ନାଗ ପଞ୍ଚମୀ ଦିନ ନାଗ ଦେବତା ଙ୍କ ପୂଜା ଅବିଧି ବିଧିନ ଅନୁଯାୟୀ କରିଲେ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ନାଗ ପଞ୍ଚମୀ ଦିନ ଜମି ଖୋଳିବା ଉଚିତ ନୁହେଁ । ନାଗ ପଞ୍ଚମୀ ଦିନ ଚାନ୍ଦି ର ନାଗ ନାଗୁଣୀ ଙ୍କ ଯୋଡା ଶିବ ମନ୍ଦିର ବା ନାଗ ଦେବତା ଙ୍କ ମନ୍ଦିର ରେ ଚଢାଇବା ଦ୍ଵାରା କୁଣ୍ଡଳୀ ରୁ କାଳସର୍ପ ଦୋଷ ଦୂର ହୋଇଥାଏ ।
ଏହି ଦିନ ଗଛ କଟାଇବା ଉଚିତ ନୁହେଁ । ଏହି ଦିନ ପ୍ରଭୁ ଶିବ ଙ୍କର ଅଭିଷେକ କରିବା ମଧ୍ୟ ବହୁତ ଶୁଭ ହୋଇଥାଏ ।