ଜୀବନଶୈଳୀ

ବୁଦ୍ଧଦିତ୍ୟ ଯୋଗ ହେବା ପରେ ଏହି 4 ରାଶିର ଲୋକଙ୍କ ବଦଳିବ ଭାଗ୍ୟ, ମିଳିବ ସୁଖ ସମ୍ପତ୍ତି ଏବଂ ଉତ୍ତମ ସ୍ଵାସ୍ଥ

ଦୈନିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ସକଳ ଶକ୍ତିର ଆଧାର ବୋଲି ବିବେଚନା କରାଯାଏ। ଏହି କ୍ରମରେ ସୂର୍ଯ୍ୟ ଆସନ୍ତା ୧୬ ତାରିଖ ଦିନ କର୍କଟ ରାଶିକୁ ଚଳନ କରୁଛନ୍ତି। ଯେଉଁ ରାଶିରେ କି ପୂର୍ବରୁ ବୁଧ ବିରାଜମାନ ଅଛନ୍ତି। ଗୋଟିଏ ରାଶିରେ ସୂର୍ଯ୍ୟ-ବୁଧଙ୍କ ମିଳନ ଶୁଭଯୋଗ ବା ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରୁଛି। ଏହି ବୁଦ୍ଧାଦିତ୍ୟ ରାଜଯୋଗ କିଛି ରାଶିଙ୍କ ପାଇଁ ଶୁଭଫଳ ପ୍ରଦାନ କରିବ। ସୂର୍ଯ୍ୟଦେବ ଏହି ରାଶିରେ ଅଗଷ୍ଟ ୧୬ ପର୍ଯ୍ୟନ୍ତ ରହିବେ। ତେବେ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ।

ମେଷ: ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶିକୁ ଧନୀ କରାଇବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଦରମା ବୃଦ୍ଧି ହେବା ସହ ଆୟ ବଢିବ। ଚାକିରି ଖୋଜୁଥିବା ଲୋକଙ୍କୁ ମନ ପସନ୍ଦର ଅଫର ମିଳିବ। ବିଶେଷକରି, ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ୍ କରିବେ ଛାତ୍ରଛାତ୍ରୀ। ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯିବାର ଯୋଗ ରହିଛି। ବନ୍ଧୁଙ୍କ ସହଯୋଗ ମିଳିବା ସହ କାର୍ଯ୍ୟରେ ଦେଖାଦେଉଥିବା ବାଧା ଦୂର ହେବ । ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆକସ୍ମିକ ଧନଲାଭର ଯୋଗ ରହିଛି।

ମିଥୁନ: ଏହି ରାଶିର ଲୋକଙ୍କ ପାଇଁ ବୁଦ୍ଧାଦିତ୍ୟ ରାଜଯୋଗ ବେଶ୍ ଲାଭଦାୟୀ ରହିବ। ବୈବାହିକ ଜୀବନ ସୁଖମୟ ହେବା ସହ ପ୍ରେମ ବ୍ୟାପାର ପାଇଁ ସମୟ ଅନୁକୂଳ ରହିଛି। ଅବିବାହିତଙ୍କ ପାଇଁ ବିବାହର ଯୋଗ ରହିଛି । ଭଲ ବିବାହ ପ୍ରସ୍ତାବ ମଧ୍ୟ ଆସିପାରେ। ଏହି ଅବଧି ମଧ୍ୟରେ ଭୂମି ଏବଂ ନୂଆ ଗାଡି଼ କିଣିପାରନ୍ତି। ବ୍ୟବସାୟୀଙ୍କ ପାଇଁ ସମୟ ଖୁବ୍ ଅନୁକୂଳ ରହିଛି । ଏହି ଅବଧି ମଧ୍ୟରେ କୌଣସି ନୂଆ ବ୍ୟବସାୟ ଆରମ୍ଭ କଲେ ଅଧିକ ଲାଭ ପାଇବେ। କଠିନ ପରିଶ୍ରମର ଫଳ ପାଇବେ।

କର୍କଟ: କର୍କଟ ରାଶି ପାଇଁ ବୁଦ୍ଧାଦିତ୍ୟ ରାଜଯୋଗ ବେଶ୍ ଫଳପ୍ରଦ ହେବ। ଆକସ୍ମିକ ଧନଲାଭର ଯୋଗ ରହିଛି। ଅଟକି ରହିଥିବା ଟଙ୍କା ଆପଣଙ୍କୁ ମିଳିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ। ପୂର୍ବରୁ କରିଥିବା ନିବେଶରୁ ଧନ ଲାଭ ହେବାର ସମ୍ଭାବନା ରହିଛି । ଭୌତିକ ସୁଖରେ ବୃଦ୍ଧି ହେବା ସହ ଦୀର୍ଘ ଦିନରୁ ଅଟକି ଥିବା କାର୍ଯ୍ୟ ସଫଳ ହେବ । ସମାଜରେ ମାନ ଓ ସମ୍ମାନ ବୃଦ୍ଧି ହେବ । କିନ୍ତୁ ଅଯଥା ଖର୍ଚ୍ଚ ମଧ୍ୟ ବଢିପାରେ। କର୍ମକ୍ଷେତ୍ରରେ ସିନିୟରମାନଙ୍କ ଠାରୁ ସମର୍ଥନ ପାଇବେ। ଯାହାଫଳରେ କାମ କରିବା ପାଇଁ ଅଧିକ ଉତ୍ସାହ ବଢିବ।

ତୁଳା:  ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭ ରହିବ। କର୍ମକ୍ଷେତ୍ରରେ ପଦୋନ୍ନତିର ଯୋଗ ରହିଛି । ଦିର୍ଘ ଦିନ ଧରି ଅଧା ରହିଥିବା କାର୍ଯ୍ୟ ପୂରା ହେବା ସହ ପୁରୁଣା ବିବାଦର ସମାଧାନ ହେବ। ବିଶେଷକରି, କର୍ମଜୀବି ମହିଳାଙ୍କ ପାଇଁ ଏହା ଅତ୍ୟନ୍ତ ଶୁଭ ସମୟ ରହିବ । ଧନ ଲାଭ ହେବାର ସମ୍ଭାବନା ରହିଛି ।  ନୂଆକରି ବିବାହ କରିଥିବା ଲୋକେ ସନ୍ତାନ ପ୍ରାପ୍ତିନେଇ ଖୁସି ଖବର ପାଇ ପାରନ୍ତି।  ପ୍ରେମ ସମ୍ପର୍କରେ ମଧୁରତା ଆସିବା ସହ ଅବିବାହିତଙ୍କ ପାଇଁ ମନଲାଖି ପ୍ରସ୍ତାବ ଆସିପାରେ। ବିଦେଶ ଯାତ୍ରାର ଯୋଗ ରହିଛି।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button