ସ୍ୱାସ୍ଥ୍ୟ

ବ୍ରତରେ ଖାଉଛନ୍ତି କି ସାଗୁଦାନା ହୋଇଯାଆନ୍ତୁ ସାବଧାନ ! ନିହାତି ଜାଣନ୍ତୁ ଏହି କଥା…

ବନ୍ଧୁଗଣ ସାବୁ ଦାନା ବିଷୟରେ ଆପଣ ତ ନିହାତି ଜାଣିଥିବେ । କାରଣ ଅନ୍ୟ ସମୟ ଅପେକ୍ଷା ପର୍ବପର୍ବାଣୀ ମାନଙ୍କରେ ବିଶେଷ ଭାବେ ଏହି ସାବୁ ଦାନାର ଲୋକେ ସେବନ କରିଥାନ୍ତି । ଖାସ୍ କରି ଯେଉଁ ମାନେ ବ୍ରତ ଉପବାସ ଆଦି କରିଥାନ୍ତି । ସେମାନେ ଏହି ସାବୁ ଦାନାର ସେବନ କରିଥାନ୍ତି । ଏହା ସଂପୂର୍ଣ୍ଣ ସାତ୍ଵିକ ତଥା ସାଧା ଭୋଜନ ଅଟେ । ତେଣୁ ପର୍ବପର୍ବାଣୀ ମାନଙ୍କରେ ଏହାକୁ ସେବନ କରାଯାଇଥାଏ । ଏହି ସାବୁ ଦାନାର ସ୍ଵାଦ ବହୁତ ଭଲ ହୋଇବା ସହ ଏହାକୁ ପ୍ରସ୍ତୁତ କରିବାର ପ୍ରଣାଳୀ ମଧ୍ୟ ଅତି ସହଜ ହୋଇଥାଏ ।

ତେଣୁ ଲୋକମାନେ ଆରାମରେ ଯେତେବେଳେ ଚାହିଁଥାନ୍ତି । ସେତେବେଳେ ସାବୁ ଦାନାର ସେବନ କରିଥାନ୍ତି । ହେଲେ ଆଜି ଆମେ ଆପଣଙ୍କୁ ସାବୁ ଦାନା ସମ୍ପର୍କିତ କିଛି ଏଭଳି କଥା କହିବାକୁ ଯାଉଛୁ । ଯାହାକୁ ଜାଣିଲା ପରେ ହୁଏତ ଆପଣ ବିଶେଷ କରି ପର୍ବପର୍ବାଣୀ ଦିନ ଗୁଡିକରେ ଏହାକୁ ଆଉ ଖାଇବେ ନାହିଁ । ଆପଣଙ୍କ ଜାଣିବା ପାଇଁ ଆମେ ଆପଣଙ୍କୁ ଏହା ସ୍ପଷ୍ଟ କରି ଦଉଛୁ ଯେ ସାବୁଦାନା ପୂର୍ଣ୍ଣ ରୂପରେ ଶାକାହାରୀ ଅଟେ କାହିଁକି ନା ଏହା ସାଗୋପାମ ନାମକ ଗୋଟେ ଗଛ ଡାଳ ଓ ଚେରରୁ ମିଳିଥାଏ ।

କିନ୍ତୁ ନିର୍ମାଣ ପ୍ରକ୍ରିୟା ପରେ ଏହା କହିବା ଭୁଲ ହବନି ଯେ ସାବୁଦାନା ଏକ ପ୍ରକାର ମାଂସାହାରୀ ଖାଦ୍ୟ ମଧ୍ୟ ହୋଇଥାଏ । ସାଗୋ ନାମକ ଗଛର ଚେର ଓ ଡାଳରୁ ଗୁଦା ବାହାର କରି ସାବୁଦାନା ବନାଯାଇଥାଏ । ସାବୁଦାନା ଶାକାହାରୀ ଜିନିଷ ଅଟେ କିନ୍ତୁ ପ୍ରକ୍ରିୟାରେ ଏହାର ଦୁର୍ଗତି ହୋଇଥାଏ । ସର୍ବ ପ୍ରଥମେ ସାଗୋ ଗଛରୁ ଏହାକୁ କାଟି ଫ୍ୟାକଟ୍ରିକୁ ଅଣାଯାଏ ଏହା ପରେ ପ୍ରକ୍ରିୟା ଆରମ୍ଭ କରାଯାଇଥାଏ ।

ସର୍ବ ପ୍ରଥମେ ଚୋପା ଛଡେଇ ଚେର ଓ ଡାଳ ଅଲଗା କରାଯାଏ, ଏହା ପରେ ଡାଳ ଖଣ୍ଡ ଖଣ୍ଡ କରା ଯାଏ, ଏହା ପରେ ଏହାକୁ ପାଣିରେ ଫୁଲିବା ପାଇଁ ବଡ ବଡ ଖୋଲାଟାଙ୍କିରେ ଛଡା ଯାଏ ତାପରେ ଏହା ଉପରେ ଗୋଟେ ପ୍ରକାଶ ଦିଆଯାଇ ଥାଏ ଯାହା ଫଳରେ ବହୁତ ପ୍ରକାର କୀଟ ଏହା ଆଡୁକୁ ଆକର୍ଷିତ ହୋଇଥାନ୍ତି ଏବଂ କୀଟ ସେହି ଟାଙ୍କି ଯାଇ ରହି ଥାନ୍ତି, ଅଧିକ ସମୟ ସେହିଗାତରେ ରହିବା ଦ୍ଵାରା ସାଗୋରୁ ନୂତନ ଧଳା କୀଟ ଜନ୍ମ ନେଇ ଥାନ୍ତି ଯାହା ସାଗୁଦାନା ଭିତରେ ରହିଥାନ୍ତି ।

ଏହା ପରେ ସାଗୋ ଡାଳ ବାହାର କରାଯାଇ ଥାଏ ଏବଂ ଏହାକୁ ଛୋଟ ଛୋଟ ଖଣ୍ଡରେ ଖଣ୍ଡିତ କରାଯାଏ ଯାହା ପରେ ସାବୁଦାନାକୁ ପଲିଶ କରାଯାଏ । ଏହା ପରେ ସେହି ସାଗୁଦାନାକୁ ପେକେଟରେ ପ୍ୟାକ କରି ମାର୍କେଟ ପଠାଯାଏ କିନ୍ତୁ ସେହି ଧଳା କୀଟକୁ ବାହାର କରାଯାଏ ନାହିଁ, ସେଥିପାଇଁ ଆମେ ଏହାକୁ ମାଂସାହାରୀ ବୋଲି କହିଲୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button