ଦେଶ ବିଦେଶ

କୂଟନୈତିକ ସହଯୋଗ ଅଭାବ ଦର୍ଶାଇ ଦିଲ୍ଲୀରେ ଦୂତାବାସ ବନ୍ଦ କଲା ଆଫଗାନିସ୍ତାନ – Utkal Mail


ନୂଆଦିଲ୍ଲୀ: ଆଜିଠାରୁ ଦିଲ୍ଲୀରେ ‘ଇସ୍‌ଲାମିକ୍‌ ରିପବ୍ଲିକ୍‌ ଅଫ୍‌ ଆଫଗାନିସ୍ତାନ’ର ଦୂତାବାସ କାର୍ଯ୍ୟକଳାପ ବନ୍ଦ କରିବ ବ‌ୋଲି ଶନିବାର ଦିନ ଜାରି କରାଯାଇଥିବା ଔପଚାରିକ ବିବୃତିରେ ଉଲ୍ଲେଖ ଅଛି।

ବିବୃତିରେ ଉଲ୍ଲେଖ ଅଛି, ଗଭୀର ଦୁଃଖ, ପରିତାପ ଓ ହତାଶାରେ ନୂଆଦିଲ୍ଲୀସ୍ଥିତ ଆଫଗାନିସ୍ତାନ ଦୂତାବାସ ତା’ର କାର୍ଯ୍ୟକଳାପ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଘୋଷଣା କରୁଛି।

ଆତିଥ୍ୟତା ଦେଇଥିବା ସରକାରଙ୍କ (ଭାରତ)ସହଯୋଗ ଅଭାବ ଏବଂ ଆଶାନୁରୂପେ ଆଫଗାନିସ୍ତାନର ସ୍ବାର୍ଥ ରକ୍ଷା କରିବାରେ ବିଫଳ ହୋଇଥିବାରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା କଥା ଦର୍ଶାଯାଇ ବିବୃତିରେ କୁହାଯାଇଛି ଯେ, ଆତିଥ୍ୟତା ଦେଇଥିବା ସରକାରଙ୍କଠାରୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ସହଯୋଗ ନ ମିଳିବା ଫ‌ଳରେ ଫଳପ୍ରଦ କାର୍ଯ୍ୟ ନିର୍ବାହରେ ବାଧା ଉପୁଜିଲା। ଅବଶ୍ୟ କାବୁଲରେ ଏକ ବୈଧ ସରକାରର ଅନୁପସ୍ଥିତି ମଧ୍ୟ ଏଥିପାଇଁ ଦାୟୀ।

Image Courtesy of ABP

ଆଫଗାନିସ୍ତାନ ଓ ଭାରତ ମଧ୍ୟରେ ଥିବା ଦୀର୍ଘ ଦିନର ଐତିହାସିକ ସମ୍ପର୍କ ପ୍ରତି ଧ୍ୟାନ ଦିଆଯାଇ ବହୁ ବିଚାରଆଲୋଚନା କରାଯିବା ପରେ ଏଭଳି ଗଭୀର ଅନୁଶୋଚନାପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଗଲା।

ଆଫଗାନିସ୍ତାନର ଦୂତାବାସରୁ ରାଷ୍ଟ୍ରଦୂତ ଓ ବରିଷ୍ଠ କୂଟନୀତିଜ୍ଞମାନେ ୟୁରୋପ ଓ ଆମେରିକାରେ ରାଜନୈତିକ ଶରଣ ପାଇବା ପରେ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଥିବା କଥା ଦୂତାବାସର ୩ଜଣ କର୍ମଚାରୀ ଶୁକ୍ରବାର ଦିନ ସମ୍ବାଦ ସରବରାହ ସଂସ୍ଥାନ ‘ରଏଟର୍ସ’କୁ କହିଥିଲେ।

ଅନ୍ୟୂନ ୫ଜଣ ଆଫଗାନ କୂଟନୀତିଜ୍ଞ ଭାରତ ଛାଡ଼ି ଚାଲିଯାଇଥିବା କଥା ଦୂତାବାସ କର୍ମଚାରୀମାନେ କହିଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button