ବ୍ୟବସାୟ
ବିମାନ ଟିକଟ ବୁକିଂର ସଠିକ୍ ସମୟ ଜଣାଇବ ଗୁଗୁଲ୍ – Utkal Mail
ନୂଆଦିଲ୍ଲୀ: ସଠିକ୍ ସମୟରେ ସୁଲଭ ମୂଲ୍ୟର ବିମାନ ଟିକଟ ବୁକିଂ କରିବା ଏକ କଷ୍ଟକର ବ୍ୟାପାର ହୋଇରହିଛି। ଏକ୍ଷେତ୍ରରେ ଲୋକମାନଙ୍କୁ ସାହାଯ୍ୟ କରିବା ଲାଗି ଗୁଗୁଲ୍ ଏକ ନୂଆ ସୁବିଧା ଆରମ୍ଭ କରିଛି। ଗୁଗୁଲ୍ ଫ୍ଲାଇଟ୍ସ ଇନ୍ସାଇଟ୍ସ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଟିକଟ ବୁକିଂ କରିବାର ସଠିକ୍ ସମୟ ବିଷୟରେ ଜଣାଇବ। ଏକ ନିର୍ଦ୍ଦିଷ୍ଟ ଫ୍ଲାଇଟ୍ର ଟିକଟ୍ ଦାମ୍ କେତେବେଳେ କମ୍ ରହୁଛି ତାହା ଗୁଗୁଲ୍ ଫ୍ଲାଇଟ୍ସ ଜଣାଇବ। ଏଥିରେ ମୂଲ୍ୟ ଟ୍ରାକିଂ ସୁବିଧାକୁ ସକ୍ରିୟ କଲେ ତାହା ଆପେ ଟିକଟ ମୂଲ୍ୟ କେତେବେଳେ କମ ହେଉଛି ତାହା ଜଣାଇବ। ଏକ ନିର୍ଦ୍ଦିଷ୍ଟ ତାରିଖ ପାଇଁ ମଧ୍ୟ ଲୋକମାନେ ନୋଟିଫିକେସନ୍ ଧାର୍ଯ୍ୟ କରିପାରିବେ। ଏହାର ତିନିରୁ ଛଅ ମାସ ପର୍ଯ୍ୟନ୍ତ ସେହି ଅନୁସାରେ ଇ-ମେଲ୍ରେ ନୋଟିଫିକେସନ୍ ଆସିବ।