ମନୋରଞ୍ଜନ

ଜମାଖାତାରେ କେତେ ଟଙ୍କା ଅଛି ବୋଲି ସାକ୍ଷାତକାରରେ ମୋଦୀଙ୍କୁ ପ୍ରଶ୍ନ କରିଥିଲେ ଅକ୍ଷୟ – Utkal Mail


ନୂଆଦିଲ୍ଲୀ: ଅକ୍ଷୟ କୁମାରଙ୍କୁ ବଲିଉଡର ଖିଲାଡ଼ି କୁହାଯାଇଥାଏ। ସେ ତାଙ୍କ କ୍ୟାରିୟରର ଆରମ୍ଭ ଜଣେ ଆକସନ ହି‌ରୋଭାବେ କରିଥିଲେ। ଏବେ ଅକ୍ଷୟଙ୍କୁ ଜଣେ ଦେଶଭକ୍ତ ଭାବେ ଲୋକେ ଜାଣୁଛନ୍ତି।  କିଛିବର୍ଷ ହେବ ଅକ୍ଷୟ ବଡ଼ ପରଦାରେ ଅଜଣା, ଅଶୁଣା ଘଟଣା ନେଇ ଆସୁଛନ୍ତି। ଯଦ୍ବାରା ଲୋକଙ୍କ ଦେଶଭକ୍ତିର ଭାବନା ବୃଦ୍ଧ ପାଇବା ସହିତ ଦର୍ଶକଙ୍କ ଆଖି ଲୁହ ଭରି ଯାଉଛି। ଏମିତି କିଛି ଦୃଶ୍ୟ ଅକ୍ଷୟଙ୍କ ନୂଆ ସିନେମା ‘ମିସନ ରାଣୀଗଞ୍ଜ: ଦ ଗ୍ରେଟ ଭାରତ ରେସକ୍ୟୁ’ରେ ଦେଖିବାକୁ ମିଳୁଛି। ଏହି ସିନେମାଟି ପ୍ରକୃତ ଘଟଣାକୁ ନେଇ ନିର୍ମାଣ କରାଯାଇଛି।

ରାଣୀଗଞ୍ଜ କୋଇଲା ଖଣି ଭିତରେ କିଛି ଶ୍ରମିକ ଫସି ରହିଥିଲେ। ଏତିକି ବେଳେ ଦିବଂଗତ ଯଶୱନ୍ତ ସିଂହ ଗିଲ୍‌ ବେଶ ସାହାସ ଦେଖାଇ ରେସ୍କ୍ୟୁ ଅପରେସନ ଆରମ୍ଭ କରିଥିଲେ। ୧୯୮୯ରେ ଏହି ଘଟଣା ଘଟିଥିବା ବେଳେ ସମସ୍ତଙ୍କୁ ଯଶବନ୍ତ ସିଂହ ଗିଲ ଓ ତାଙ୍କ ଟିମ ସୁରକ୍ଷିତ ଭାବେ ବନ୍ୟା ପ୍ରଭାବିତ କୋଇଲା ଖଣି ଭିତରୁ ଉଦ୍ଧାର କରିଥିଲେ। ଏସବୁ ଘଟଣାକୁ ନେଇ ଫିଲ୍ମକୁ ନିର୍ମାଣ କରାଯାଇଛି। ସିନେମାରେ ଅକ୍ଷୟ କୁମାର, ପରିଣୀତି ଚୋପ୍ରା, କୁମୁଦ ମିଶ୍ରା, ପବନ ମାଲହୋତ୍ରା, ରବି କିଶନ ପ୍ରମୁଖ ରହିଛନ୍ତି।

ନିକଟରେ ଅକ୍ଷୟଙ୍କୁ ନେଇ ଏକ ସ‌ାକ୍ଷାତକାର ହୋଇଥିଲା। ଏହି ସାକ୍ଷାତକାରରେ ଅକ୍ଷୟ ନିଜ ସିନେମା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ତାଙ୍କର ସାକ୍ଷାତକାର, ଇସ୍ରାଏଲରେ ଚାଲିଥିବା ଯୁଦ୍ଧ ଓ କାନାଡା ଓ ଭାରତ ମଧ୍ୟରେ ତିକ୍ତତାକୁ ନେଇ ନିଜର ମତାମତ ରଖିଥିଲେ।

ଏହି ସାକ୍ଷାତକାରରେ ଅକ୍ଷୟଙ୍କୁ ଯେତେବେଳେ ପ୍ରଶ୍ନ କରାଗଲା କି ମୋଦୀଙ୍କ ସହିତ ସାକ୍ଷାତକାର ସମୟରେ ଆପଣ କ’ଣ ପଚାରିଥିଲେ। ସେ କହିଥିଲେ, ‘ମୁଁ ତାଙ୍କୁ ପ୍ରଥମେ ପଚାରିଥିଲି ମୋଦୀ ସାର ଆପଣ ଘଣ୍ଟା ଓଲଟା କାହିଁକି ପିନ୍ଧନ୍ତି। ଆପଣଙ୍କ ବ୍ୟାଙ୍କ ଜମାଖାତାରେ କେତେ ଟଙ୍କା ଅଛି ଇତ୍ୟାତି ଇତ୍ୟାତି।

ଆପଣ ଭାବିବେ ଏଭଳି ପ୍ରଶ୍ନ ମୁଁ ମୋଦୀଙ୍କୁ କେମିତି ପଚାରିଲି। ତେବେ ମୁଁ ଯେ‌ତେବେଳେ ମୋଦୀଙ୍କ କାର୍ଯ୍ୟାଳୟକୁ ଗଲି ସେଠାରେ ‌ମୋତେ କ’ଣ ପଚାରିବି, କ୍’ଣ ପଚାରିବି ନାହିଁ କିଛି କୁହାଯାଇ ନଥିଲା। କେବଳ ଏତିକି କୁହାଗଲା ଯାହା ପଚାରିବା କଥା ପଚାରିବ। ତେଣୁ ‌ମୋ ମନକୁ ଯାହା ଆସିଥିଲା ମୁଁ ତାହା ପଚାରିଥିଲି।’




Related Articles

Leave a Reply

Your email address will not be published. Required fields are marked *

Back to top button