ଦେଶ ବିଦେଶ

ମୁଁ କୌଣସି ଭାରତ ବିରୋଧୀ କାର୍ଯ୍ୟ କରିନି: ରାହୁଲ

ନୂଆଦିଲ୍ଲୀ: ରାହୁଲ ଗାନ୍ଧୀଙ୍କ ଲଣ୍ଡନ ବୟାନକୁ ନେଇ ପାର୍ଲିଆମେଣ୍ଟ ସରଗରମ। ଦେଶର ଅପମାନ କରିଥିବା କଂଗ୍ରେସର ଏହି ନେତା କ୍ଷମା ମାଗନ୍ତୁ, ଏହି ଜିଦିରେ ଅଡି ବସିଛି ବିଜେପି। ସେପଟେ ରାହୁଲ କହିଛନ୍ତି କି, ସେ ଭାରତ ବିରୋଧୀ ବୟାନ ଦେଇ ନାହାନ୍ତି। କଂଗ୍ରେସ ମଧ୍ୟ ରୋକଠୋକ କହିଛି କି, ରାହୁଲ କ୍ଷମା ମାଗିବେ ନାହିଁ।

ଗୁରୁବାର ପାର୍ଲିଆମେଣ୍ଟକୁ ଆସିଥିବା ବେଳେ ଗଣମାଧ୍ୟମ ପ୍ରଶ୍ନର ଉତ୍ତରରେ  ରାହୁଲ କହିଛନ୍ତି ସେ କୌଣସି ଭାରତ ବିରୋଧୀ ବୟାନ ଦେଇ ନାହାନ୍ତି। ଯଦି ତାଙ୍କୁ ଅନୁମତି ଦିଆଯାଏ, ତେବେ ଗୃହରେ ସେ ଜବାବ ଦେବେ। ଅନ୍ୟପଟେ ବିଜେପି ଏହି ମାମଲାକୁ ନେଇ ଲଗାତର କଂଗ୍ରେସ ତଥା ରାହୁଲ ଗାନ୍ଧୀଙ୍କ ଉପରେ କରିଛି ଆକ୍ରମଣ। କେନ୍ଦ୍ର ଆଇନ ମନ୍ତ୍ରୀ କିରନ ରିଜିଜୁ କହିଛନ୍ତି କି, ଯଦି ଜଣେ ସାଂସଦଙ୍କ ଭାରତ ବିରୋଧୀ କାର୍ଯ୍ୟକୁ ନେଇ ସଂସଦରେ ପ୍ରଶ୍ନ କରା ନ ଯାଏ ତେବେ ଦେଶବାସୀ ପଚାରିବେ, ସଂସଦରେ କଣ କରୁଥିଲେ ଆପଣମାନେ।

ରିଜିଜୁ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧନ ଦେଇ କହିଛନ୍ତି କି, ଭାରତ ବିରୋଧୀ ଶକ୍ତି ଓ ଏକ ଗୋଷ୍ଠୀ ବିଦେଶ ମାଟିରେ ଭାରତକୁ ବଦନାମ କରିବାକୁ ଚଳାଇଥିଲେ ଷଡଯନ୍ତ୍ର ଓ ସେମାନେ ସେହି ଭାଷା କହୁଛନ୍ତି, ଯାହା ରାହୁଲ ଗାନ୍ଧୀ କହୁଛନ୍ତି।

ଏହା ପୂର୍ବରୁ ବୁଧବାର କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କହିଥିଲେ, ଭାରତର ଲୋକତନ୍ତ୍ର ବିପଦରେ ନାହିଁ, କିନ୍ତୁ ବିଦେଶରେ ରାହୁଲ ଯେଉଁଭାବେ ବ୍ୟବହାର କରିଛନ୍ତି, ସେଥିରୁ ବିରୋଧୀ ଦଳକୁ ରାଜନୀତିକ ବିପର୍ଯ୍ୟୟ ଆଡକୁ ଠେଲି ଦେଇଛି। ପ୍ରଧାନମନ୍ତ୍ରୀଙ୍କ ପ୍ରତି ତାଙ୍କ ଦ୍ବେଷ ବଦଳି ଯାଇଛି, ଭାରତ ବିରୋଧୀ ବିଦ୍ବେଷରେ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button