ଓଡିଶା

ଦେଓଗାଁରେ ବୀଭତ୍ସ ହତ୍ୟାକାଣ୍ଡ: ଦୁଇ ଅଭିଯୁକ୍ତ ଗିରଫ, ରେଳ ଧାରଣାରୁ ମିଳିଲା ଶବ

ଦେଓଗାଁ: ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଦେଓଗାଁ ରେଳ ଷ୍ଟେସନ ନିକଟରେ ଘଟିଥିବା ହତ୍ୟାକାଣ୍ଡରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି ଦେଓଗାଁ ପୁଲିସ। ଦୁଇ ହତ୍ୟାକାରୀ କେମିତି ଭାବରେ ହତ୍ୟା କରିଥିଲେ ସେନେଇ ଡେମୋ ଦେଖାଇଛନ୍ତି। ହତ୍ୟାରେ ବ୍ୟବହୃତ ହୋଇଥିବା ପଥର ସହ ଅନ୍ୟ ସାମଗ୍ରୀକୁ ମଧ୍ୟ ଜବତ କରିଛି ପୁଲିସ। ସାମାନ୍ୟ ବଚସାରୁ ପୂର୍ବ ଶତ୍ରୁତାକୁ ନେଇ ହତ୍ୟାକାଣ୍ଡ ଘଟିଥିବା ସୂଚନା ମିଳିଛି।

ମୃତକ ତୁଷୁରା ଥାନା ସିନ୍ଦିରାବାହାଳି ଗାଁର ବୁଲୁ ବାଗ ବୋଲି ଚିହ୍ନଟ ହୋଇଥିଲେ। ଏନେଇ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତକୁ ଆଗେଇ ନେଇଥିଲା।
ସୂଚନାଯୋଗ୍ୟ ଯେ ଗତକାଲି ଦେଓଗାଁ ରେଳ ଷ୍ଟେସନ ନିକଟରୁ ଏକ ମୁଣ୍ଡବିହୀନ ଶବକୁ ଜବତ କରିଥିଲା ଦେଓଗାଁ ପୁଲିସ। ମୃତକ ତୁଷୁରା ଥାନା ସିନ୍ଦିରାବାହାଳି ଗାଁର ବୁଲୁ ବାଗ ବୋଲି ଚିହ୍ନଟ ହୋଇଥିଲେ। ଏନେଇ ତାଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତକୁ ଆଗେଇ ନେଇଥିଲା।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button