ନୀତି

ସୁଖୀ ଓ ଦୀର୍ଘ ଜୀବନର ରହସ୍ୟ କହିଲେ ୧୦୩ ବର୍ଷରେ ପଦାର୍ପଣ କରିଥିବା ଦ୍ବତୀୟ ବିଶ୍ବଯୁଦ୍ଧ ଅମଳର ସୈନିକ – Utkal Mail


ଡାନ୍‌ଭାଇଲ୍‌: ନଭେମ୍ବର ୧୪ ତାରିଖ ଦିନ ୧୦୩ ବର୍ଷରେ ପଦାର୍ପଣ କରିଥିବା କାଲିଫର୍ଣ୍ଣିଆର କଣ୍ଟ୍ରା କୋଷ୍ଟା କାଉଣ୍ଟିନିବାସୀ ସାମ୍‌ ଆଭୋଲିସିନୋ ତାଙ୍କ ଦୀର୍ଘ ଓ ସୁଖୀ ଜୀବନର ରହସ୍ୟ କହିଛନ୍ତି।

ସ୍ତ୍ରୀଙ୍କ ସହିତ ଜନ୍ମଦିନ ପାଳନ କରିଥିବା ଏହି ପୂର୍ବତନ ବାୟୁସେନା କର୍ମଚାରୀଙ୍କୁ ଡାନ୍‌ଭାଇଲ୍‌ ସହରର ମେୟର୍‌ ସମ୍ମାନିତ କରିଥିଲେ। ଏତେ ଦିନ ବଞ୍ଚିବା ପାଇଁ ତାଙ୍କୁ କେତେକ ଜିନିଷ ସହାୟତା କରିଥିବା କଥା ସେ କହିଛନ୍ତି। ଏତେ ଦୀର୍ଘ ଓ ସୁଖୀ ଜୀବନର ରହସ୍ୟ ବିଷୟରେ ପଚରା ଯିବାରୁ ସେ କହିଲେ ଯେ, ମଦ (ୱାଇନ୍‌), ଭଲ ପାସ୍ତା, ଚାପରହିତ ପରିସ୍ଥିତି ଓ ଉତ୍ତମା ସ୍ତ୍ରୀ ତାଙ୍କୁ ଦୀର୍ଘାୟୁ କରାଯାଇଛନ୍ତି।

Image Courtesy of KTVU

ସ୍ତ୍ରୀଙ୍କ ଆଡ଼କୁ ହାତ ଦେଖାଇ ଆଭୋଲିସିନୋ କହିଛନ୍ତି, ଆମ ବାହାଘରକୁ ୭୦ ବର୍ଷ ହେଲାଣି। ଆମ ଭିତରେ କୌଣସି ବିବାଦୀୟ ମାନସିକ ଚାପ ନାହିଁ। କାରଣ ବିବାହ ସମୟରେ ସେ ମତେ କହିଥିଲା ଯେ, କୌଣସି ବିବାଦ ଉପୁଜିଲେ ତା’ର ସମାଧାନ ନ କରିବା ଯାଏଁ ଆମେ ଶୋଇବା ନାହିଁ।

ରହସ୍ୟ କରି ସେ ଆହୁରି ମଧ୍ୟ କହିଛନ୍ତି, ଆମ ଭିତରେ ବିବାଦ ହୁଏ। ଥରେ ମୁଁ ଭୋର୍‌ ୪ଟା ପର୍ଯ୍ୟନ୍ତ ଶୋଇ ନ ଥିଲି। ଶେଷରେ ମତେ ‘ସରି’ କହିବାକୁ ପଡ଼ିଲା।

ଦ୍ବିତୀୟ ବିଶ୍ବଯୁଦ୍ଧ ଶେଷ ହେବା ପରେ ଆଭୋଲିସିନୋ ଜର୍ମାନରେ ଗୋଟାଏ ‘ଅପେରା ହାଉସ୍‌’ ଖୋଲିଥିଲେ।




Related Articles

Leave a Reply

Your email address will not be published. Required fields are marked *

Back to top button