କ୍ରାଇମ

ବହୁତ ସଚ୍ଚୋଟ ଅଫିସର ଥିଲେ ନେହା, କରିଥିଲେ ନିଶା କାରୋବାରୀର ଲାଇସେନ୍ସ ରଦ୍ଦ, ୧୦ ବର୍ଷ ପରେ କାରୋବାରୀ ନେଲା ଏମିତି ବଦଲା

ପଞ୍ଜାବ ରାଜ୍ୟରେ ନେହା ଶୌରୀ ନାମକ ଜଣେ ମହିଳା ଡାକ୍ତରଙ୍କୁ ତାଙ୍କ ଅଫିସରେ ପଶି ଗୁଳି ମାରି ହତ୍ୟା କରି ଦିଆଯାଇଛି । ଏହି ଘଟଣା ଶୁକ୍ରବାର ଦିନର ଅଟେ ଏବଂ କୁହାଯାଉଛି କି ପଞ୍ଜାବ ଡ୍ରଗ, ଫୁଡ ଏବଂ କେମିକାଲ ଟେଷ୍ଟିଙ୍ଗ ଲେବୋରେଟୋରି ଖରଡ ରେ ଜୋନଲ ଲାଇସେଂସିଂଗ ଅଥୋରିଟି ନେହା ଶୌରୀଙ୍କୁ ବଲବିନ୍ଦର ସିଂହ ନାମକ ବ୍ୟକ୍ତି ଦ୍ଵାରା ହତ୍ୟା କରାଯାଇଛି । ପଞ୍ଜାବ ରାଜ୍ୟରେ ହୋଇଥିବା ଏହି ଘଟଣାର ଯାଞ୍ଚ ସ୍ପେଶଲ ଇନଭେଷ୍ଟିଗେଟିଂଗ ଟିମ ଦ୍ୱାରା କରାଯାଉଛି ।

ଏହିଭଳି ଭାବରେ କରିଲେ ହତ୍ୟା

ପୁଲିସଙ୍କ ରିପୋର୍ଟ ଅନୁସାରେ ଶୁକ୍ରବାର ସକାଳ ୧୧ . ୪୦ରେ ନେହାଙ୍କ ଅଫିସରେ ବଲବିନ୍ଦର ସିଂହ ପଶି ଗୁଳି ମାରିଥିଲେ,ଏହା ପରେ ବଲବିନ୍ଦର ସେଠୁ ପଳାୟନ କରିବା ସମୟରେ ଅଫିସରେ ଥିବା ଲୋକମାନେ ତାଙ୍କୁ ଧରି ପକାଇଲେ ଏବଂ ସେହି ମସୟରେ ବଲବିନ୍ଦର ନିଜକୁ ଗୁଳି କରିଦେଲେ ଏବଂ ତାର ମଧ୍ୟ ମୃତ୍ୟୁ ହୋଇଗଲା ।

ନେହାଙ୍କୁ ଜାଣିଥିଲା ବଲବିନ୍ଦର ସିଂହ

ବଲବିନ୍ଦର ସିଂହ ମୋରିଣ୍ଡାରେ ଏକ ଔଷଧ ଦୋକାନ ଚଲାଉ ଥିଲା ଏବଂ ୨୦୦୯ରେ ନେହା ତାର ଦୋକାନରେ ଛାପା ମାରିଥିଲେ । ଏହି ଛାପାମାରି ସମୟରେ ନେହାଙ୍କୁ ବଲବିନ୍ଦର ଦୋକାନରୁ ନିଶା ଦ୍ରବ୍ୟ ମିଳିଲା । ଏହା ପରେ ନେହା ବଲବିନ୍ଦର ଔଷଧ ଦୋକାନର ଲାଇସେନ୍ସ ଖାରଜ କରିଦେଲେ । ସେଥିପାଇଁ କୁହାଯାଉଛି କି ବଲବିନ୍ଦର ପ୍ରତିଶୋଧ ନେବା ପାଇଁ ନେହାଙ୍କର ହତ୍ୟା କରିଛି । କିନ୍ତୁ ନେହାଙ୍କର ମାତା ପିତାଙ୍କର କହିବା ଅଟେ କି ନେହାଙ୍କର ହତ୍ୟା ଏକ ଷଡଯନ୍ତ୍ର ଅଟେ ।

କରିଲେ କାଗଜପତ୍ରକୁ ଜବତ

ନେହାଙ୍କର ହତ୍ୟାକୁ ଯାଞ୍ଚ କରୁଥିବା ଇନଭେଷ୍ଟିଗେଟିଂଗ ଟିମ ତାଙ୍କର କାର୍ଯ୍ୟକାଳ ସମୟରେ ପ୍ରସ୍ତୁତ ସମସ୍ତ ମେଡିକାଲ ଲାଇସେନ୍ସ ଏବଂ ପେଣ୍ଡିଗ କେସ ର ଯାଞ୍ଚ କରୁଛନ୍ତି । କୁହାଯାଉଛି କି ଇନଭେଷ୍ଟିଗେଟିଂଗ ଟିମ ନେହାଙ୍କ ରୁମରେ ଥିବା ସମସ୍ତ କାଗଜ ପତ୍ରକୁ ନିଜ ଅଧୀନରେ ନେଇ ଯାଇଛନ୍ତି ।

ଅଫିସରେ ନଥିଲେ ପୁଲିସ

ନେହାଙ୍କର ସରକାରୀ ଅଫିସରେ ସୁରକ୍ଷା କମ ଥିବାରୁ ବଲବିନ୍ଦର ସିଂହ ନିଜ କାମରେ ସଫଳ ହୋଇପାରିଲେ । କୁହାଯାଉଛି କି ଫୂଡ ଆଣ୍ଡ କେମିକାଲ ଟେଷ୍ଟିଙ୍ଗ ଲେବୋରେଟୋରି ର କେବଳ ପଞ୍ଚମ ମହଲାରେ ହିଁ ପୁଲିସ ଥିଲେ ଏବଂ ବାକି ସମସ୍ତ ସ୍ଥାନରେ କୌଣସି ବି ସୁରକ୍ଷା କର୍ମୀ ନଥିଲେ ।

ତିନି ବର୍ଷ ପୂର୍ବେ ହୋଇଥିଲା ବାହାଘର

ନେହାଙ୍କର ବାହାଘରକୁ ମାତ୍ର ତିନି ବର୍ଷ ହିଁ ହୋଇଥିଲା ଏବଂ ତାଙ୍କର ସ୍ଵାମୀ ବରୁଣ ମୋଙ୍ଗା ଏକ ପ୍ରାଇଭେଟ ବ୍ୟାଙ୍କରେ କାର୍ଯ୍ୟ କରନ୍ତି । ନେହାଙ୍କର ଗୋଟିଏ ଦୁଇ ବର୍ଷର ଝିଅ ବି ଅଛି । ନେହାଙ୍କର ପିତା ଏକ ରିଟାୟର୍ଡ କ୍ୟାପଟେନ ଅଟନ୍ତି, ଯାହାଙ୍କର ନାମ ଏ. କେ ଶୌରୀ ଅଟେ । ନେହାଙ୍କର ପିତାଙ୍କର କହିବା ଅଟେ କି ତାଙ୍କ ଝିଅଙ୍କର ହତ୍ୟା ପୁରା ପ୍ଲାନିଗ ସହ କରାଯାଇଛି ।

ଏ. କେ ଶୌରୀଙ୍କ ଅନୁସାରେ ନେହା ୧୦ ବର୍ଷ ପୂର୍ବେ ବଲବିନ୍ଦରଙ୍କ ଦୋକାନର ଲାଇସେନ୍ସ ଖାରଜ କରିଥିଲେ ଏବଂ ଏତେ ସମୟ ପର୍ଯ୍ୟନ୍ତ ବଲବିନ୍ଦର କାହିଁକି କିଛି କରିଲା ନାହିଁ । ନେହାଙ୍କର ପରିବାର ଏହି ମାମଲାକୁ ଯାଞ୍ଚ ସିବିଆଇ ଦ୍ଵାରା କରାଇବା ପାଇଁ ସରକାରଙ୍କୁ କହୁଛନ୍ତି ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button