ମନୋରଞ୍ଜନ

ମୋ ବେଶକୁ ନେଇ ପ୍ରଶ୍ନ ଉଠୁଛି….ମୁଁ ଅଲରେଡି ପ୍ରମାଣ କରିସାରିଛି କି ମୁଁ କ,ଣ…ତା’ ପରେ ଯଦି ଆପଣ…’ ନିଜ ସମାଲୋଚକଙ୍କୁ କଡା ଜବାବ ଦେଇ କିଛି ଏମିତି କହିଲେ Saswat Joshi…

ବନ୍ଧୁଗଣ, ସୂଚନା ଅନୁଯାୟୀ ନୃତ୍ୟଶିଳ୍ପୀ ଶାଶ୍ଵତ ଯୋଶୀ କହିଛନ୍ତି ଯେ, ସେ ନିଜେ ପ୍ରମାଣ କରିସାରିଛନ୍ତି ଯେ ସେ କ’ଣ । ଏହା ସହିତ  ଶାଶ୍ଵତ କହିଛନ୍ତି ମୁଁ ଏକ ବିବାହିତ ବ୍ୟକ୍ତି ଅଟେ । ତାଙ୍କର ଏକ ଝିଅ ଅଛି ମଧ୍ୟ ସେ କହିଛନ୍ତି । ମାତ୍ର ଯଦି ତାଙ୍କର ବେଶଭୂଷାକୁ ନେଇ ଯଦି ପ୍ରଶ୍ନ ଉଠୁଛି ତେବେ ତାହା ଲୋକମାନଙ୍କର ପ୍ରୋବ୍ଲେମ ବୋଲି ଶାଶ୍ଵତ କହିଛନ୍ତି । ସେ ଜଣେ କଳାକାର ଏବଂ କଳାକାରର କୌଣସି ଜେଣ୍ଡର ନଥାଏ ।

କେତୋଟି କଳାକାର ଝିଅ ବେଶରେ ମଧ୍ୟ ଡ୍ୟାନ୍ସ କରନ୍ତି ଏବଂ କେତେକ କଳାକାର ଝିଅ ବେଶରେ ମଧ୍ୟ ଡ୍ୟାନ୍ସ କରନ୍ତି । ତେବେ ଏଥିରେ ଜେଣ୍ଡରର ପ୍ରଶ୍ନ ଉଠୁଛି କାହିଁକି ? ଏବଂ ସେ କହିଛନ୍ତି ଯେ ମୋର ବେଶଭୂଷା ତଥା ମୋର ବେଶ ପରିପାଟି ଏହା ସ୍ଵତନ୍ତ୍ର ମୋର ପରିଚୟ, ତଥା ନିଜସ୍ଵ ଇଛା । ଯଦି ମୁଁ ଲୋକଙ୍କୁ ଉତ୍ତର ଦେବା ଆରମ୍ଭ କରିବି, ତେବେ ମୋର ନିଜର ଅସ୍ତିତ୍ଵ କେଉଁଠାରେ ରହିଲା

ମତେ ଲାଗୁନାହିଁ ଯେ ମୁଁ କାହାକୁ ଉତ୍ତର ଦେବି ଏବଂ ସବୁଠାରୁ ବଡ କଥା ଯେ ସବୁଠୁ ମୋଷ୍ଟ ବିଜିଏଷ୍ଟ ତଥା ହାଇଏଷ୍ଟ ସ୍ପିଡ ସେଲିବ୍ରେଟି ହିସାବରେ ବର୍ତ୍ତମାନ ସେ ପରିଗଣିତ ହୋଇଛନ୍ତି ।ଏଥି ପାଇଁ ସେ ପରିଗଣିତ ହୋଇଛନ୍ତି ତାହା ହେଉଛି କେବଳ ତାଙ୍କର କ୍ରିଏଟିଭିଟି । ଶାଶ୍ଵତ କହିଛନ୍ତି ଯେ ସେ ଓଡିଶାକୁ ଦେଖିବାକୁ ଚାହୁଁଛନ୍ତି ନମ୍ବର 1 ରେ । ହ୍ୟାଣ୍ଡଲୁମ ହେଉ ଆର୍ଟ କଲଚର ହେଉ ସବୁଥିରେ ଦେଖେଇବାକୁ ଚାହୁଁଛନ୍ତି ବୋଲି ସେ କହିଛନ୍ତି ।

ସେ ଏହା ମଧ୍ୟ କହିଛନ୍ତି ଯେ ସେ ପଇସା ପାଇଲେ ତ ତାଙ୍କ ସାଙ୍ଗରେ ଯେଉଁମାନେ ଆଟାଚ ଅଛନ୍ତି ସେମାନେ ଚଳିବେ । ତାଙ୍କ ସାଙ୍ଗରେ ସମୁଦାଯ ୭୦ ରୁ ୮୦ ପରିବାର ଚଳୁଛନ୍ତି । ଏଥି ନିମନ୍ତେ ସେ ମାଗଣାରେ କୌଣସି କାର୍ଯ୍ୟ କରନ୍ତି ନାହିଁ । ଏବଂ ଯିଏ ପରିଶ୍ରମ କରିଛି ତାକୁ ପ୍ରାପ୍ୟ ବହୁତ ଜରୁରୀ ବୋଲି କହିଛନ୍ତି ଶାଶ୍ଵତ ଯୋଶୀ ।

ଆଜିଭଳି ଆଧୁନିକ ଯୁଗରେ ବେଶଭୁଷାକୁ ନେଇ ଚର୍ଚ୍ଚା ହେବାଟା କେତେଦୂରେ ଠିକ ? ସମସ୍ତେ ସ୍ଵାଧୀନ ଅଛନ୍ତି ଏଣୁ ନିଜେ ଇଚ୍ଛାରେ ଯାହା ପିନ୍ଧି ପାରିବେ ତେବେ ମାନବ ସମାଜ ଏଭଳି ପ୍ରଶ୍ନ ଉଠାଇବା ତଥା ଆକ୍ଷେପ କରି ଅନ୍ୟକୁ କହିବା କେତେଦୂରେ ଯୁକ୍ତିଯୁକ୍ତ ?

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button