ବିଚାର

ଗାଈକୁ କେବେବି ଖାଇବାକୁ ଦିଅନ୍ତୁ ନାହିଁ ଏହି ଜିନିଷ। ଘରକୁ ଭୟଙ୍କର ଗରିବୀ ଆସିଥାଏ। ତେବେ ଆସନ୍ତୁ ଜାଣିବା

ବନ୍ଧୁଗଣ ଭୁଲରେ ମଧ୍ୟ ଗାଈକୁ ଖୁଆନ୍ତୁ ନାହିଁ ଏହି ୩ ଟି ଜିନିଷ। ଯାହା ଦ୍ୱାରା ଘରକୁ ଗରିବ ଆସିଥାଏ। ମା ଲକ୍ଷ୍ମୀ ଘରୁ ଚାଲିଯାନ୍ତି। ହିନ୍ଦୁ ଧର୍ମ ଅନୁସାରେ ଏପରି ମାନ୍ୟତା ଅଛି କି ଗାଈର ସେବା ଯଦି ନିସ୍ୱାର୍ଥ ଭାବେ କରାଯାଏ ତ ଘରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଏହା ଯୁଗ ଯୁଗ ଧରି ଚାଲି ଆସୁଛି କି ଆମେ ଗାଈକୁ କିଛି ନାଁ କିଛି ଖୁଆଇ ଥାଉ। ଗାଈକୁ ସନାନ୍ତନ ଧର୍ମରେ ମା ଲକ୍ଷ୍ମୀଙ୍କ ସ୍ୱରୂପ ମାନାଯାଏ ଓ କୁହାଯାଏ କି ଗାଈର ସେବା କରିବା ଦ୍ୱାରା ଘର ପରିବାରରେ ସୁଖ ସମୃଦ୍ଧି ବନି ରହେ। ଯେଉଁ ଘରେ ଗାଈର ସେବା ନିସ୍ୱାର୍ଥ ଭାବେ କରାଯାଏ ସେହି ଘରେ ମା ଲକ୍ଷ୍ମୀଙ୍କର କୃପା ବନି ରହେ। ଏବଂ ଯେଉଁ ଘରେ ଗାଈର ସେବା କରାଯାଏ ନାହିଁ ଅଚାନକ କିଛି ନାଁ କିଛି ବାଧା ବିଘ୍ନ ଆସିଥାଏ। ଏମିତିରେ ତ କିଛି ଲୋକ ସହରରେ ରହିଥାନ୍ତି। ମହାନଗରରେ ରହିଥାନ୍ତି ତ ସେଠାରେ ଗାଈ ପାଳିବା ସମ୍ଭବ ନୁହେଁ। କିନ୍ତୁ ସେଠାରେ ଗାଈକୁ ରୁଟି ଖୁଆନ୍ତୁ। ବେଳେବେଳେ ଗାଈକୁ ଖୁଆଇବା ସମୟରେ ଭୁଲ ହୋଇଯାଏ ତ କଣ ସେହି ୩ ଟି ଜିନିଷ ଯାହାକୁ ଗାଈକୁ ଖୁଆଇବା ଅନୁଚିତ ଅଟେ। ଆଜି ଆମେ ଏହି ପୋଷ୍ଟ ମାଧ୍ୟମରେ ଜଣେଇବୁ।

ବନ୍ଧୁଗଣ ଗାଈ ଭିତରେ ସବୁ ଦେବୀ ଦେବତାଙ୍କର ନିବାସ ବୋଲି ମାନାଯାଏ। ତ ଆପଣ ସକାଳ ଯେଉଁ ପ୍ରଥମ ରୁଟି ବନଉଛନ୍ତି ତାହାକୁ ଗାଈକୁ ଖୁଆନ୍ତୁ। ତ ଦେବା ଦେବୀଙ୍କ ଆଶୀର୍ବାଦ ଆପଣଙ୍କୁ ମିଳିବ। ଗାଈକୁ ଗୁରୁ ସହିତ ମାନାଯାଏ ମାନେ ଗୁରୁ ଗ୍ରହ ସହିତ ଓ ବୃହସ୍ପତି ଗ୍ରହ ସହିତ। ଏଥିପାଇଁ ଗୁରୁବାର ଦିନ ଗାଈକୁ ରୁଟି ଉପରେ ଟିକେ ହଳଦୀ ଢାଳି ଖୁଆନ୍ତୁ। ଏଥି ଦ୍ୱାରା ସୁଖ ସମ୍ପତ୍ତି ଧନ ଓ ଐଶ୍ଵର୍ଯ୍ୟ ବଢିଥାଏ। ଦୁଷ୍ଟ ଗ୍ରହ ଶାନ୍ତ ହୋଇଯାଏ। ଯେଉଁ ଲୋକ ମାନସିକ ଚିନ୍ତାରେ ରହୁଥାନ୍ତି ସେମାନେ ଗାଈକୁ ରୁଟି ଉପରେ ଗୁଡ଼ ରଖି ଖାଇବାକୁ ଦିଅନ୍ତୁ। ଏହା ଦ୍ବାରା ସକାରାତ୍ମକ ଉର୍ଜା ଆସିଥାଏ। ଟେନସନ ଦୂର ହୋଇଥାଏ। ସ୍ୱାସ୍ଥ୍ୟ ଭଲ ରହେ। ଯଦି ଆପଣଙ୍କୁ ଲାଗେ ଆପଣଙ୍କର ସବୁ ଗ୍ରହ ଖରାପ ଅଛି ତ ଏମିତିରେ ଗାଈକୁ ପ୍ରଥମ ରୁଟି ସବୁବେଳେ ଖୁଆନ୍ତୁ। ସବୁ ଗ୍ରହ ଧୀରେ ଧୀରେ ଶୁଭ ହୋଇଯାଏ। କେବେ କେବେ ଜୀବନରେ ଲମ୍ବା ସମୟରେ ଶୁଭ ଏବଂ ମଙ୍ଗଳ କାର୍ଯ୍ୟ ହୋଇପାରୁନାହିଁ ତ ଏମିତିରେ ଆପଣ ଗାଈକୁ ରୁଟି ଖୁଆନ୍ତୁ। ଗାଈର ମସ୍ତିଷ୍କକୁ ଛୁଇଁ ନିଜର ମନସ୍କାମନା କୁହନ୍ତୁ। ଏବଂ ପ୍ରଣାମ କରନ୍ତୁ ଓ ପାଦକୁ ଛୁଅନ୍ତୁ। ଏହା ଦ୍ବାରା ଆପଣଙ୍କର ମନସ୍କାମନା ଅବଶ୍ୟ ପୂରଣ ହୋଇଯିବ। ତ ଏହା ଥିଲା ଆପଣ ଗାଈକୁ କଣ ଖୁଆଇବେ। କିନ୍ତୁ ଗାଈକୁ କଣ ଖୁଆଇବା ଉଚିତ ନୁହେଁ ଏବେ ଆମେ ସେହି ବିଷୟରେ ଜାଣିବା।

ଗାଈକୁ ରୁଟିତ ପ୍ରତ୍ୟକ ଲୋକ ଖୁଆଇଥାନ୍ତି। ଏହି ରୁଟି ବାସି ହେବା ଉଚିତ ନୁହେଁ। କିମ୍ବା ଗୋଟିଏ ଦିନ ପରେ ଯେଉଁ ରୁଟିକୁ ବନେଇ ଥାଆନ୍ତି ତାକୁ ସକାଳୁ ସକାଳୁ ଖୁଆଇବା ଉଚିତ ନୁହେଁ। କେତେଥର ଆପଣ ରୁଟି ବନେଇଦେଇ ଥାନ୍ତି କିନ୍ତୁ ସେହିଦିନ ଗାଈ ଆପଣଙ୍କୁ ମିଳେ ନାହିଁ, ସେହି ରୁଟିକୁ ରଖିଦିଅନ୍ତି ଏବଂ ତା ପର ଦିନ ଗାଈକୁ ସେହି ରୁଟି ଖୁଆଇବା ଦ୍ୱାରା ଏହା ଗାଈର ଅପମାନ ବୋଲି ମାନାଯାଏ। ଗୋଟିଏ ଦିନ ଆଗରୁ ବଳକା ରହିଥିବା ରୁଟିକୁ ମାନେ ବଳକା ବାସି ରୁଟିକୁ ଗାଈକୁ ଖୁଆଇବା ଉଚିତ ନୁହେଁ। ପଚା ସଢା ଜିନିଷ ଖରାପ ଜିନିଷ ଗାଈକୁ ଖୁଆନ୍ତୁ ନାହିଁ। ଏହା ଦ୍ୱାରା ଘରକୁ ସମସ୍ୟା ଆସିଥାଏ। ଯଦି ଆପଣ ଏପରି କରୁଥାନ୍ତି ତାହେଲେ ନିଜର ଅଭ୍ୟାସକୁ ବଦଳାଇ ଦିଅନ୍ତୁ। କାରଣ ଏହା ଦ୍ୱାରା ଘରକୁ ଦରିଦ୍ରତା ଆସିଥାଏ। ଗାଈକୁ ଘାସ ତ ପ୍ରତ୍ୟକ ଲୋକ ଖୁଆଇଥାନ୍ତି ଘାସ ଖୁଆଇବା ସମୟରେ ଆପଣ ଗୋଟିଏ କଥାର ଧ୍ୟାନ ରଖନ୍ତୁ ଗାଈକୁ ସବୁଠୁ ଅଧିକ ଅସ୍ତ ପତ୍ର ଖୁଆଇଥାନ୍ତି କିନ୍ତୁ ଗାଈକୁ ଅସ୍ତ ପତ୍ର ଆପଣ ନିଜେ ତୋଳିକି ଖୁଆନ୍ତୁ ନାହିଁ।

ଆପଣ ଘରକୁ ପନିପରିବା ଆଣନ୍ତି ତ ସେଥିରେ ଶାଗ ଆସିଥାଏ ତ ଆପଣ ସେଥିରୁ ଭଲ ଜିନିଷ ବାଛି ରଖି ଦେଇ ବଞ୍ଚି ଥିବା ଜିନିଷକୁ ଗାଈକୁ ଖୁଆନ୍ତୁ ନାହିଁ। ଆପଣ ଯାହା ଦିଅନ୍ତି ଗାଈ ଖାଇଦିଏ। କିନ୍ତୁ କିଛି ଭଲ ଜିନିଷ ମିଶାଇ ଗାଈକୁ ଖୁଆଇ ଦିଅନ୍ତୁ। ତ ଭଲ ଫାଇଦା ମିଳିବ। ଗାଈକୁ କ୍ଷୀର ପିଆଇବା ଉଚିତ ନୁହେଁ। ଆପଣ ଦହି ଚାଉଳ ଖୁଆଇ ପାରିବେ କିନ୍ତୁ କ୍ଷୀର ସଜ ହେଉ କିମ୍ବା ବାସି ଭୁଲରେ ମଧ୍ୟ ଗାଈକୁ ଖୁଆନ୍ତୁ ନାହିଁ। ତ ଏହି ୩ ଟି ଜିନିଷ ଗାଈକୁ ଭୁଲରେ ବି ମଧ୍ୟ ଖୁଆନ୍ତୁ ନାହିଁ। ଗୋଟିଏ ହେଲା ବଞ୍ଚିଥିବା ରୁଟି, କୌଣସି ବି ବଳକା ରହିଥିବା ଖାଦ୍ୟ ଗାଈକୁ ଖୁଆଇବା ଉଚିତ ନୁହେଁ। ଯେପରି ଚାଉଳ ବଞ୍ଚିଯାଇଥାଏ କିମ୍ବା ରୁଟି। ଆପଣ ଯଦି ଚାରା ଖୁଆଉଛନ୍ତି ତ ତାହେଲେ ପଚା ସଢା ଜିନିଷ ଖୁଆନ୍ତୁ ନାହିଁ। ଯଦି ଖୁଆଉଛନ୍ତି ତ ସେଥିରେ କିଛି ଭଲ ଜିନିଷ ମିଶାନ୍ତୁ। ଏବଂ ଗାଈକୁ କ୍ଷୀର ମଧ୍ୟ ଦିଅନ୍ତୁ ନାହିଁ। ଏହି ଜିନିଷକୁ ବିଲକୁଲ ଖୁଆନ୍ତୁ ନାହିଁ। ନଚେତ ଘରକୁ ଗରିବ ଆସିଥାଏ। ମା ଲକ୍ଷ୍ମୀ ସେହି ଘରେ ବାସ କରିବା ଛାଡି ଦିଅନ୍ତି।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପଢିବା ପାଇଁ ଆମ page କୁ ଲାଇକ କରି ଦିଅନ୍ତୁ । ଭକ୍ତିରେ ଥରେ କମେଣ୍ଟ ବାକ୍ସରେ ନିଜ ଇଷ୍ଟ ଦେବଙ୍କ ନାମ ଲେଖି ଦିଅନ୍ତୁ । ପ୍ରଭୁଙ୍କ କୃପା ହେଲେ ଆପଣଙ୍କ ଜୀବନର ସବୁ ଦୁଃଖ କଷ୍ଟ ଦୂର ହୋଇ ଯିବ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button