ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତା ଦିନକୁଦିନ ବଢ଼ିବାରେ ଲାଗିଛି । କେବଳ ଭାରତ ନୁହେଁ ବିଦେଶରେ ମଧ୍ୟ ମୋଦୀଙ୍କ ଲୋକପ୍ରିୟତା ଦେଖିବାକୁ ମିଳିଛି । ମର୍ଣ୍ଣିଂ କନସଲ୍ଟର ସର୍ଭେ ଅନୁସାରେ, ମୋଦୀ ଲୋକପ୍ରିୟତା ମାମଲାରେ ୨୨ ଦେଶର ଅଭିଜ୍ଞ ନେତାଙ୍କୁ ପଛରେ ପକାଇ ଦେଇଛନ୍ତି । ଏଥିରେ ମୋଦୀଙ୍କୁ ୭୮ ପ୍ରତିଶତ ସ୍ୱୀକୃତି ରେଟିଂ ସହ ପ୍ରଥମ ସ୍ଥାନରେ ମିଳିଛି । ମୋଦୀଙ୍କ ପରେ ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ମେକ୍ସିକୋ ରାଷ୍ଟ୍ରପତି ଲୋପେଜ ଅବ୍ରେଡର ରହିଛନ୍ତି । ସେହିପରି ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଅଲବାନୀଜ ଓ ଚତୁର୍ଥ ସ୍ଥାନରେ ଇଟାଲୀ ପ୍ରଧାନମନ୍ତ୍ରୀ ଜିୟୋର୍ଜିୟା ମେଲୋନୀ ରହିଛନ୍ତି।
ସୂଚନାଯୋଗ୍ୟ, ମର୍ଣ୍ଣିଂ କନସଲ୍ଟର ଏହି ରେଟିଂ ଜାନୁଆରୀ ୨୬ରୁ ୩୧ ମଧ୍ୟରେ କରାଯାଇଛି । ମର୍ଣ୍ଣିଂ କନସଲ୍ଟ ପ୍ରତିଦିନ ୨୦ ହଜାରରୁ ଅଧିକ ବୈଶ୍ୱିକ ରିର୍ପୋଟିଂ କରିଥାଏ । ବୈଶ୍ୱିକ ନେତାଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଇଣ୍ଟରଭ୍ୟୁର ଉତ୍ତର ଆଧାରରେ ଏହି ତାଲିକା ପ୍ରସ୍ତୁତ କରାଯାଇଥାଏ ।
Back to top button