ମନୋରଞ୍ଜନ

ଏହି କାରଣରୁ ଭଙ୍ଗାଯିବ ଆମୀର ଖାନଙ୍କ ଆପାର୍ଟମେଣ୍ଟ – Utkal Mail


ମୁମ୍ବାଇ: ବଲିଉଡର ମିଷ୍ଟର ପରଫେକ୍ସନିଷ୍ଟ ଭାବରେ ଜଣାଶୁଣା ଆମୀର ଖାନ୍ ତାଙ୍କର ଚଳଚ୍ଚିତ୍ର ଏବଂ ଜୀବନ୍ତ ଅଭିନୟ ପାଇଁ ବେଶ ଜଣାଶୁଣା | ସେ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଅନେକ ସୁପରହିଟ୍ ଫିଲ୍ମ ଦେଇଛନ୍ତି, ଯେଉଁଥିରେ ଦଙ୍ଗଲ, ୩ ଇଡିଅଟ୍ସ, ପି.କେ, ଲଗାନ ଭଳି ଚଳଚ୍ଚିତ୍ର ରହିଛି | ତେବେ ଆମୀରଙ୍କର ମୁମ୍ବାଇର ପାଲି ହିଲ୍ ଅଞ୍ଚଳରେ ଏକ ବଡ ଆପାର୍ଟମେଣ୍ଟ ରହିଛି | ତେବେ ବର୍ତ୍ତମାନ ଏହି ଆପାର୍ଟମେଣ୍ଟ ବିଷୟରେ ଖବର ଆସୁଛି ଯେ ଅଭିନେତାଙ୍କ ଆପାର୍ଟମେଣ୍ଟ ଖୁବ ଶୀଘ୍ର ଭଙ୍ଗାଯିବ। ରିପୋର୍ଟ ଅନୁଯାୟୀ, ଆମୀର ଖାନଙ୍କ ଏହି ଆପାର୍ଟମେଣ୍ଟକୁ ଭାଙ୍ଗି ପୁନଃନିର୍ମାଣ କରାଯିବ। ରିପୋର୍ଟରେ କୁହାଯାଇଛି ଯେ ଏକ ରିଏଲ୍ ଇଷ୍ଟେଟ୍ ସଂସ୍ଥାକୁ ଏହି କାର୍ଯ୍ୟ ପାଇଁ ଦାୟିତ୍ୱ ଦିଆଯାଇଛି। ଏହି ପ୍ରକଳ୍ପରେ ଆମୀର ଖାନଙ୍କର ବହୁତ ଆଗ୍ରହ ମଧ୍ୟ ରହିଛି । ଅନ୍ୟପଟେ ଆମୀର ଖାନ ଚେନ୍ନାଇ ଯିବାର ଅଛି | କାରଣ ସେ ତାଙ୍କ ମା’ଙ୍କ ସହ ସମୟ ବିତାଇବାକୁ ଚାଁହୁଛନ୍ତି |

ଆମୀରଙ୍କ ମା’ ଜୀନତ ହୁସୈନଙ୍କର କିଛିଦିନ ହେବ ଚେନ୍ନାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସା ଚାଲିଛି। ଆମୀର ଏଭଳି ସମୟରେ ମା’ଙ୍କ ସହିତ ରହିବାକୁ ଚାହୁଁଛନ୍ତି। ତେଣୁ ଆମୀର ତାଙ୍କ ମା’ଙ୍କ ଚିକିତ୍ସା ହେଉଥିବା କେନ୍ଦ୍ର ନିକଟରେ ଏକ ହୋଟେଲରେ ରହିବେ। କାରଣ ଯେ‌ତେବେଳେ ଆବଶ୍ୟକ ପଡ଼ିବ ସେ ତାଙ୍କ ମା’ଙ୍କ ପାଖକୁ ଯାଇ ପାରିବେ। ଉଲ୍ଲେଖ ଥାଉ କି ଗତ ବର୍ଷ ଆମୀର ଖାନ ଫିଲ୍ମ ଲାଲ ସିଂ ଚଢାରେ ନଜର ଆସିଥିଲେ। ଏହି ଚଳଚ୍ଚିତ୍ରରେ ଆମୀର ଖାନଙ୍କ ସହ କରୀନା କପୁରଙ୍କୁ ଦେଖିବାକୁ ମିଳିଥିଲା। ତେବେ ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା | ଏହା ପରେ ସେ ଚଳଚ୍ଚିତ୍ରରୁ ବିରତି ନେଇଥିଲେ | ଏଥିସହିତ ଆମୀର ପୁଣିଥରେ ଚଳଚ୍ଚିତ୍ରରେ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛନ୍ତି। ନିକଟରେ ସେ ତାଙ୍କ ଚଳଚ୍ଚିତ୍ର ‘ସୀତାରେ ଜମିନ୍’ ଆସନ୍ତା ବର୍ଷ ରିଲିଜ ହେବ ବୋଲି ଘୋଷଣା କରିଥିଲେ ।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button