ଜୀବନଶୈଳୀ

କମ୍ ସମୟରେ ବନାନ୍ତୁ ସ୍ଵାଦିଷ୍ଟ ଗାଜର ହାଲଓ୍ଵା

ସକାଳର ବ୍ରେକଫାଷ୍ଟ ହେଉ ବା ସନ୍ଧ୍ୟାର ଜଳଖିଆ ଗାଜର ହାଲଓ୍ଵା ଖାଇବାକୁ କାହାକୁ ବା ପସନ୍ଦ ନୁହେଁ । ତେବେ ଏହା ଖାଇବାକୁ ଯେତିକି ସ୍ବାଦିଷ୍ଟ ଦେହ ପ୍ରତି ମଧ୍ୟ ହିତକାରୀ ।  ତେବେ ଆସନ୍ତୁ ଜାଣିବା କମ୍ ସମୟରେ ଓ କମ୍‌ ଖର୍ଚ୍ଚରେ ଗାଜର ହାଲୁଆର ପ୍ରସ୍ତୁତି ପ୍ରଣାଳୀ ।

ଉପାଦାନ

ଗାଜର-୧ କେଜି

ଘିଅ- ୩ ଚାମଚ

ଚିନି- ୨୦୦ ଗ୍ରାମ

ରାବିଡି- ଅଳ୍ପ ପରିମାଣରେ

କ୍ଷୀର-୫୦୦ ଗ୍ରାମ

କାଜୁ, ବାଦାମ, ଖିସମିସ୍- ଅଳ୍ପ ପରିମାଣରେ

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଗାଜରକୁ ଭଲ ଭାବେ ଧୋଇ ତାହାର ଚୋପା ଛଡାଇ ଦିଅନ୍ତୁ । ଏହାପରେ ଏହାକୁ ଭଲଭାବେ କୋରି (ଟିକିଟିକି କରି ଘସା ଯାଇଥାଏ) ଦିଅନ୍ତୁ । ତାପରେ ତାକୁ ଭାଜି ଦିଅନ୍ତୁ। ଯାହା ଫଳରେ ତାହାର ଜଳୀୟ ଅଂଶ କମିଯିବ । ଏହାପରେ ଏଥିରେ ଚିନି ପକାଇ ୫ ମିନିଟ ପାଇଁ ଭାଜି ଦିଅନ୍ତୁ ।ଏହା ପରେ ଘିଅ ପକାଇ ପୁଣି ୫ ମି. ପାଇଁ ଭାଜି ଦିଅନ୍ତୁ ।ଏହାପରେ କ୍ଷୀର ପକାଇ ଭଲ ଭାବେ ଫୁଟାନ୍ତୁ ଯେପର୍ଯ୍ୟନ୍ତ ଏହା ଗାଜର ସହିତ ମିଶି ନ ଯାଇଛି । କ୍ଷୀର ଓ ଗାଜର ପୁରା ମିଶି ଗଲା ପରେ ବା ଶୁଖିଗଲା ପରେ ଏଥିରେ ରାବିଡି ଓ ଭଜା ହୋଇ ରଖାଯାଇଥିବା କାଜୁ, ବାଦାମ, ଖିସମିସ୍ କୁ ପକାଇ ଗୋଳାଇ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଯାଇଛି ଆପଣଙ୍କ ଗାଜର ହାଲଓ୍ଵା ।

ଶୀତ ଦିନେ ଗରମ ଗରମ ପରଷି ଖୁଆନ୍ତୁ ନିଜର ପ୍ରିୟ ପରିଜନମାନଙ୍କୁ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button