ନୀତି

ବାପାଙ୍କ ବିଷୟରେ ଚିନ୍ତା କରି କାନ୍ଦି କାନ୍ଦି ନୟାନ୍ତ ହେଲା କୁନି ଝିଅ, ଭିଡିଓ ହେଲା ଭାଇରାଲ୍‌ – Utkal Mail


ନୂଆଦିଲ୍ଲୀ: ଖାଲିଟାରେ ଝିଅମାନଙ୍କୁ ‘ପାପା କୀ ପରୀ’ କୁହାଯାଏ ଯାହିଁ। ସେମାନେ ବାସ୍ତବରେ ହୋଇଥାନ୍ତି ସେମାନଙ୍କ ବାପାଙ୍କ ପରୀ। ଆମେ ଜାଣନ୍ତି ଯେ ଜଣେ ବାପାଙ୍କ ବିଷୟରେ ତାଙ୍କ ଝିଅଠାରୁ ଅଧିକ ଚିନ୍ତା ଏ ଦୁନିଆରେ କେହି କରିପାରନ୍ତି ନାହିଁ। ଏହି କଥାଟି ଏକଦମ ସତ। ଆପଣ ଆଜିର ଏହି ଭିଡିଓ ଦେଖିଲେ ତାହାର ପ୍ରମାଣ ପାଇଯିବେ।

ନିକଟରେ ସୋସିଆଲ ମିଡିଆରେ ଜଣେ ପିତା ଏବଂ ତାଙ୍କ ଝିଅ ମଧ୍ୟରେ ଥିବା ଭଲପାଇବାର ଏକ ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଯେଉଁଥିରେ ଝିଅଟି ପିତାଙ୍କ ପାଇଁ ଚିନ୍ତାରେ କାନ୍ଦୁଥିବା ଦେଖିବାକୁ ମିଳିଛି। ଯଦିଓ ଏହି ଭିଡିଓଟି ପୁରୁଣା, କିନ୍ତୁ ଏହା ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଏବଂ ଲୋକଙ୍କ ଦୃଷ୍ଟି ଆକର୍ଷଣ କରୁଛି। ଯାହାକୁ ଦେଖି ଲୋକମାନେ ଭାବପ୍ରବଣ ହେଉଛନ୍ତି।

 

ଭିଡିଓରେ ଦେଖାଯାଇଥିବା ଝିଅଟି କୌଣସି ଖେଳନା ପାଇଁ କାନ୍ଦୁନାହିଁ ବରଂ ତାଙ୍କ ବାପାଙ୍କ ବିଷୟରେ ଚିନ୍ତା କରି କାନ୍ଦୁଛି। ଝିଅଟି କାନ୍ଦି କାନ୍ଦି କହୁଛି, ‘‘ବାପା ସକାଳେ ଖାଇକି ଦୋକାନକୁ ଯାଉଛନ୍ତି। ପୁଣି ଆସି ରାତିରେ ଖାଉଛନ୍ତି। ସେପର୍ଯ୍ୟନ୍ତ ଭୋକରେ ରହୁଛନ୍ତି। ସଂଧ୍ୟାରେ ବି ଖାଇପାରୁନାହାନ୍ତି।’’ ତାପରେ ଝିଅଟିକୁ ତା’ର ମାଆ ବୁଝାଇବାରେ ଲାଗିଛନ୍ତି କି ‘‘ବାପା ଯଦି ଖାଇବାକୁ ବସିଯିବେ ତ ଗରାଖ ପଳାଇବେ। ସେ ଖାଇବେ କିପରି। ଘରେ ଆସି ତ ଖାଉଛନ୍ତି ନା?’’ ଝିଅଟି କାନ୍ଦି କାନ୍ଦି ଉତ୍ତର ଦେଉଛି, ‘‘ତାବୋଲି କ’ଣ ମଣିଷ ଖାଦ୍ୟ ଖାଇବନି। ଗରାଖ ଆସି‌ବେ ବୋଲି କ’ଣ ଖାଇବା ଛାଡ଼ିଦେବେ ମୋ ବାପା?’’

ଝିଅଟିର ନିଜ ବାପାଙ୍କ ପ୍ରତି ଏହି ଭଲପାଇବା ସଭିଙ୍କ ମନକୁ ଛୁଇଁଛି। ଭିଡିଓ ଦେଖିବା ପରେ ନିଶ୍ଚିତ ଭାବରେ ଆପଣଙ୍କ ହୃଦୟ ବି ତରଳି ଯିବ। ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଛି, ଯାହାକୁ ବହୁତ ଲୋକ ଦେଖୁଛନ୍ତି ଓ ପସନ୍ଦ କରୁଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button