କ୍ରାଇମ

ହତ୍ୟା ମାମଲାରେ ସାକ୍ଷୀ ଦେବାକୁ ରାଜି ହେବାରୁ ଯୁବକଙ୍କୁ ଅର୍ଦ୍ଧନଗ୍ନ କରି ପିଟିଲେ ଦୁର୍ବୃତ୍ତ – Utkal Mail


ଦତିଆ(ମଧ୍ୟପ୍ରଦେଶ): ମାଡ଼ ମାରିବା ସହ ଅର୍ଦ୍ଧନଗ୍ନ କଲେ। ପରେ ବେକରେ ବେଲ୍ଟ ବାନ୍ଧି କୁକୁର ପରି ଭୁକିବାକୁ କହିଲେ। ମଧ୍ୟପ୍ରଦେଶର ଦତିଆରେ ଜଣେ ଯୁବକଙ୍କ ସହ ଏଭଳି ଆଶ୍ଚର୍ଯ୍ୟ କଲା ଭଳି ଘଟଣା ଘଟିଥିବା ଜଣାପଡ଼ିଛି। ଦତିଆ ଜିଲ୍ଲାରେ ଅଭିଯୁକ୍ତମାନେ ଜଣେ ଯୁବକଙ୍କୁ ଅର୍ଦ୍ଧନଗ୍ନ କରି ବେଲ୍ଟରେ ପିଟିଥିବା ସହ ତାଙ୍କ ବେକରେ ବେଲ୍ଟ ପକାଇ କୁକୁର ଭଳି ଭୁକିବାକୁ କହିଥିଲେ। ଅସହାୟ ହୋଇ ଯୁବକଜଣକ ଏଭଳି କରିଥିଲେ ମଧ୍ୟ। ଏବେ ଏହାର ଭିଡିଓ ଭାଇରାଲ ହେବାରୁ ଏଭଳି କରିବା ପଛର କାରଣ ସାମ୍ନାକୁ ଆସିଛି।

ଏହି ଘଟଣା ସମ୍ପର୍କରେ ସୂଚନା ଦେଇ ପୁଲିସ କହିଛି ଯେ, ପୀଡିତ ଯୁବକ ଏକ ହତ୍ୟା ମାମଲାରେ ସାକ୍ଷୀ ଅଟନ୍ତି। ଅଭିଯୁକ୍ତମାନେ ଯୁବକଙ୍କୁ ତାଙ୍କ ସାକ୍ଷୀ ବଦଳାଇବାକୁ ଚାପ ପକାଉଥିଲେ। ଯେତେବେଳେ ଯୁବକଜଣକ ତାଙ୍କ ସାକ୍ଷୀ ବଦଳାଇବାକୁ ମନା କରିଦେଇଥିଲେ, ଅଭିଯୁକ୍ତମାନେ ତାଙ୍କୁ ଧରି ଏକ ନିଛାଟିଆ ଅଞ୍ଚଳକୁ ନେଇଯିବା ସହ ବେଲ୍ଟରେ ପିଟିଥିଲେ।

ଏହି ଘଟଣାର ଭିଡିଓ ଦତିଆ ଏବଂ ଝାନ୍ସି ମଧ୍ୟରେ ଥିବା ଏକ ଜଙ୍ଗଲରେ ସୁଟ୍ କରାଯାଇଥିବା କୁହାଯାଉଛି। ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତମାନେ ଯୁବକଙ୍କୁ ଧରି ପ୍ରଥମେ ଜଙ୍ଗଲକୁ ନେଇଯାଇଥିଲେ। ସେଠାରେ ଯୁବକଙ୍କୁ ଅର୍ଦ୍ଧନଗ୍ନ କରି ବେଲ୍ଟରେ ପିଟିଥିବା ସହ ତାଙ୍କ ବେକରେ ବେଲ୍ଟ ପକାଇ କୁକୁର ଭଳି ଭୁକିବାକୁ କହିଥିଲେ। ଯୁବକଜଣକ ତାଙ୍କୁ ଛାଡିବାକୁ ନିବେଦନ କରିଥିଲେ, କିନ୍ତୁ ଅଭିଯୁକ୍ତମାନେ ଦୟା ଦେଖାଇ ନଥିଲେ। ଭିଡିଓରେ ଏହା ମଧ୍ୟ ଶୁଣିବାକୁ ମିଳୁଛି ଯେ ଅଭିଯୁକ୍ତମାନେ ଯୁବକଙ୍କ ଗଳା କାଟିଦେବାକୁ ଧମକ ଦେଉଛନ୍ତି।




utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button