ସାମ୍ନାକୁ ଆସିଲା ‘କୁବୁଲ ହେ’ ଫେମ୍ ସୁରଭି ଜ୍ୟୋତିଙ୍କ ହଳଦୀ ସେରିମନିର ଝଲକ, ଭାଇରାଲ ହେଉଛି ଫଟୋ

ଟିଭି ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ସୁରଭି ଜ୍ୟୋତି ତାଙ୍କର ଲଙ୍ଗଟାଇମ୍ ବଏଫ୍ରେଣ୍ଡ ସୁମିତ ସୁରିଙ୍କୁ ବିବାହ କରିବାକୁ ଯାଉଛନ୍ତି । ଅକ୍ଟୋବର ୨୭ ଅର୍ଥାତ ଶନିବାର ଦିନ, ସେ ତାଙ୍କର ପ୍ରି-ୱେଡିଙ୍ଗ ଫଟୋ ସେୟାର କରି ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଥିଲେ । ‘କୁବୁଲ ହେ’ ଫେମ୍ ସୁରଭି ଜ୍ୟୋତି ତାଙ୍କ ମେହେନ୍ଦି ଇଭେଣ୍ଟ ପରେ ସୋସିଆଲ ମିଡିଆରେ ନିଜର ହଳଦୀ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ପରିବାର ଏବଂ ସ୍ୱାମୀଙ୍କ ସହ ବହୁତ ମଜା ମସ୍ତି ଏବଂ ନାଚୁଥିବାର ନଜର ଆସିଛନ୍ତି ।
ଅକ୍ଟୋବର ୨୭ ରେ, ସୁରଭି ଜ୍ୟୋତି ତାଙ୍କର ମଜା ମସ୍ତି ସହ ସେଲିବ୍ରେଟ କରୁଥିବା ହଳଦୀ ସେରେମନିର ଏକ ସୁନ୍ଦର ଝଲକ ସେୟାର କରିଥିଲେ । ଏହି ଫଟୋ ଭାଇରାଲ ହେବା ପରେ ସୁରଭିଙ୍କ ଫ୍ୟାନ୍ସମାନେ ଏହି ଦମ୍ପତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସୁରଭି ଜ୍ୟୋତି ତାଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ଏହି ସବୁ ସେରେମନିର ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସୁରଭି ଏକ ହଳଦିଆ ରଙ୍ଗର ଏଥନିକ୍ ଡ୍ରେସ ପିନ୍ଧିଥିଲେ ଏବଂ ସୁମିତ ସୁରି ଏକ ହାଲକା ଗୋଲାପୀ ରଙ୍ଗର କୁର୍ତ୍ତା ପିନ୍ଧିଥିବାର ନଜର ଆସିଛନ୍ତି । କ୍ୟାପସନରେ ଲେଖା ଅଛି, ‘ୟେଲୋ ଲଭ୍ ଅଫେୟାର ।’
ଫ୍ୟାନ୍ସମାନେ ଅଭିନେତ୍ରୀଙ୍କ ଫଟୋ ଉପରେ ଅନେକ ପ୍ରତିକ୍ରିୟା ଦେଉଛନ୍ତି ଏବଂ ତାଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି । ମେହେନ୍ଦି ସେରେମନି ପାଇଁ ଟିଭି ଅଭିନେତ୍ରୀ ସୁରଭି ଜ୍ୟୋତି ଏକ ଏମ୍ବ୍ରୋଡୋରେଡ୍ ସବୁଜ ରଙ୍ଗର ସାଲୱାର୍ ସୁଟ୍ ପିନ୍ଧିଥିଲେ, ଯାହା ଏକ ନେଟ୍ ଡୁପାଟ୍ଟା ସହିତ ପେୟାର ହୋଇଥିଲା । ଲୁକ୍ କମ୍ପ୍ଲିଟ କରିବା ପାଇଁ ସେ ସୁନାର ଝୁମକା ଏବଂ ମାଙ୍ଗ୍ ଟିକ୍କା ପିନ୍ଧିଥିଲେ । ଏହି ବିଶେଷ ଦିନରେ ସୁମିତ ସୁରୀ ଏକ ସବୁଜ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ । ପ୍ରଥମ ଫଟୋରେ, ‘କୁବୁଲ୍ ହେ’ ଫେମ୍ ସୁରଭି ଜ୍ୟୋତି ସୁମିତଙ୍କ ସହ ମେହେନ୍ଦୀ ସଜାଯାଇଥିବା ହାତରେ ମଜା ମସ୍ତି କରୁଥିବାର ନଜର ଆସିଛନ୍ତି ।
‘ନାଗିନ୍-୩’ ବ୍ୟତୀତ ସୁରଭି ଅନେକ ପପ୍ୟୁଲାର୍ ଟିଭି ସୋ’ ରେ କାମ କରିଛନ୍ତି ଯେଉଁଥିପାଇଁ ସେ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଛନ୍ତି । ଏହାବ୍ୟତୀତ ସେ ପଞ୍ଜାବୀ ଫିଲ୍ମରେ ମଧ୍ୟ କାମ କରିସାରିଛନ୍ତି । ଲୋକପ୍ରିୟ ଟିଭି ଅଭିନେତ୍ରୀ ସୁରଭି ଜ୍ୟୋତି ଅକ୍ଟୋବର ୨୭ ରେ ଉତ୍ତରାଖଣ୍ଡର ଜିମ କର୍ବେଟର ହାନା ବିଳାସପୂର୍ଣ୍ଣ ରିସର୍ଟରେ ବିବାହ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ସେମାନେ ଚଳିତ ବର୍ଷ ମାର୍ଚ୍ଚରେ ବିବାହ କରିବାକୁ ପ୍ଲାନିଂ କରିଥିଲେ, କିନ୍ତୁ ନିଜ ପସନ୍ଦର ସ୍ଥାନ ନ ପାଇବା ଯୋଗୁଁ ସେମାନଙ୍କୁ ବିବାହ ସ୍ଥଗିତ ରଖିବାକୁ ପଡିଲା ।