ଦେଶ ବିଦେଶ

ମହଙ୍ଗା ପଡ଼ିଲା ଦଳ ବିରୋଧୀ କାର୍ଯ୍ୟ; ମହାରାଷ୍ଟ୍ର ଭୋଟ୍ ପୂର୍ବରୁ ୨୮ ବିଦ୍ରୋହୀ କଂଗ୍ରେସ ନେତା ବିଦା

ମୁମ୍ବାଇ: ମହାରାଷ୍ଟ୍ର ନିର୍ବାଚନ ପୂର୍ବରୁ ଆକ୍ସନ ମୋଡରେ କଂଗ୍ରେସ । ବାଗୀ ଆଶାୟୀ ପ୍ରାର୍ଥୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ । ଦଳ ବିରୋଧୀ କାର୍ଯ୍ୟ ପାଇଁ ୨୮ଜଣ ବିଦ୍ରୋହୀ ନେତାଙ୍କୁ ୬ ବର୍ଷ ପାଇଁ ସସ୍ପେଣ୍ଡ କରିଛି କଂଗ୍ରେସ ପାର୍ଟି । ରାଜ୍ୟର ୨୨ ବିଧାନସଭା କ୍ଷେତ୍ରରେ ନଭେମ୍ବର ୨୦ ତାରିଖରେ ନିର୍ବାଚନ ହେବ । ମହାବିକାଶ ଆଘାଡି ପ୍ରାର୍ଥୀମାନେ ମୈଦାନରେ ଜୋରଦାର ପ୍ରଚାର କରୁଛନ୍ତି ।

ହେଲେ ବିଦ୍ରୋହୀ ନେତା, କଂଗ୍ରେସ ବିଜୟ ରାସ୍ତାରେ କଣ୍ଟା ସାଜିଥିଲେ । ନିଲମ୍ବିତ ନେତାଙ୍କ ମଧ୍ୟରେ ରହିଛନ୍ତି, ପୂର୍ବତନ ମନ୍ତ୍ରୀ ରାଜେନ୍ଦ୍ର ମୁଲକ, ୟାଜ୍ଞଭଲ୍କ ଜିଚକର, କମଲ ବ୍ୟବହାରେ, ମନୋଜ ସିନ୍ଦେ ସାମିଲ ଅଛନ୍ତି । ଅଖିଳ ଭାରତୀୟ କଂଗ୍ରେସ କମିଟି ପ୍ରଭାରୀ ରମେଶ ଚେନନ୍ନାଥାଲାଙ୍କ ନିର୍ଦ୍ଦେଶରେ ପାର୍ଟି ଅଧ୍ୟକ୍ଷ ଆକ୍ସନ ନେଇଛନ୍ତି ।

କଂଗ୍ରେସର ଜଣେ ବରିଷ୍ଠ ନେତା କହିଛନ୍ତି , ଏଆଇସିସି ପ୍ରଭାରୀ ରମେଶ ଚେନନ୍ନାଥାଲାଙ୍କ ନିର୍ଦ୍ଦେଶରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ନେଇ ରବିବାର କଂଗ୍ରେସ ନିଜର ଘୋଷଣାପତ୍ର ଜାରି କରିଥିଲା । ପାର୍ଟି ଅଧ୍ୟକ୍ଷ ମଲିକାର୍ଜୁନ ଖଡଗେ, ମହାସଚିବ କେ.ସି ବେଣୁଗୋପାଳ ଏବଂ ପ୍ରଦେଶ କଂଗ୍ରେସ କମିଟି ଅଧ୍ୟକ୍ଷ ନାନା ପଟୋଲେଙ୍କ ଉପସ୍ଥିତରେ ଏହି ଘୋଷଣାପତ୍ର ଜାରି କରାଯାଇଥିଲା । କଂଗ୍ରେସ ଅଧ୍ୟକ୍ଷ ସମ୍ବୋଧନ ବେଳେ ବିଜେପିକୁ ଟାର୍ଗେଟ୍ କରିଥିଲେ ।

utkalmailtv

Related Articles

Leave a Reply

Your email address will not be published. Required fields are marked *

Back to top button